ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ଜିଲ୍ଳା ରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ନୂଆପଡା ଜିଲ୍ଳା ରେ ମହାସମାରୋହରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

ନୂଆପଡା, ନୂଆପଡା ଜିଲ୍ଳା ସଦର ମହକୁମାରେ ମହାସମାରୋହରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି l ସ୍ଥାନୀୟ ଗାନ୍ଧୀ ଉଦ୍ୟାନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ l ସମ୍ମାନିତ ଅତିଥି ଭାବରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାପରିଷଦ ସଦସ୍ୟ ଭାନୁ ପ୍ରତାପସିଂ ମାଝୀ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ ଶିକ୍ଷାବିତ ଡ଼ଃ ଶିବ ପ୍ରସାଦ ବେହେରା ଏବଂ ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଆଇନଜୀବୀ ତଥା ସମାଜସେବୀ ପ୍ରସନ୍ନ ପାଢ଼ୀ ଯୋଗଦେଇଥିଲେ l ଅତିଥି ଏବଂ ବକ୍ତାମାନେ ଗାନ୍ଧିଜୀ ଏବଂ ଶାସ୍ତ୍ରିଜୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ l ଏହି ମହାପୁରୁଷ ମାନଙ୍କ ସ୍ମୃତି ଚାରଣ କରି ଆମ ଦେଶ ଓ ସମାଜ ପ୍ରତି ସେମାନଙ୍କ ଅବଦାନ ସମ୍ବନ୍ଧରେ ଆଲୋକପାତ କରିଥିଲେ l ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ବିଭୁଦତ୍ତ ମିଶ୍ର ସଭା ସଂଯୋଜନା କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପ୍ରଶାସନ ଓ ଏସବିଆଇ ତରଫରୁ ସମ୍ମାନିତ କରାଯାଇଥିଲା l ସଭାପରେ ଛାତ୍ରଛାତ୍ରୀ ମାନେ ସଫେଇ ଅଭିଯାନ ରେଲିରେ ସହର ପରିକ୍ରମା କରିଥିଲେ l ଆଜିର ଏହି ସମାରୋହରେ ଜିଲ୍ଲାର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ଲୋକପ୍ରତିନିଧି, ବୁଦ୍ଧିଜୀବୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ଶହ ଶହ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ସ୍ୱୟଂସହାୟକ ଦଳ, ସଫେଇ କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

Sunil Chandra Nayak

ବାଇକ ଧକ୍କାରେ ବାପ ପୁଅ ମୃତ, କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ

Sunil Chandra Nayak

କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳର ୧୨ ବାଟାଲିୟନ ପକ୍ଷରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଶୁଭାରମ୍ଭ 

masiha

Leave a Comment

error: Content is protected !!