ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

କର୍କଟ ରୋଗୀଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ସାମିଲ ହେଲା ‘” ମୋ ଅନୁଷ୍ଠାନ “

ଖଇରା,୧୪/୦୨/୨୫- ମାନବସେବା ମାଧବର ସେବା ନ୍ଯାୟରେ ବିଭିନ୍ନ ସମାଜସେବା କାର୍ଯ୍ୟ ସହିତ କେନସର ରୋଗୀ ମାନଙ୍କ ପାଇଁ କେଶ ସଂଗ୍ରହ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି ଜନହିତ ଯୁବକ ସଂଘର ଉପଦେଷ୍ଟା ଭଉଣୀ କୁଞ୍ଜଲତା ମାହୁଁନ୍ତ । ଗତ ୨୦୨୨ ମସିହାରେ ପ୍ରଥମେ ଶ୍ରୀମତୀ ମାହୁଁନ୍ତ ନିଜେ କେଶ ଦାନ କରି ଅଞ୍ଚଳ ପାଇଁ ଉଦାହରଣ ପାଲଟି ଥିଲେ । ସେବେଠାରୁ ତାଙ୍କର ଏହି ସମାଜସେବା କାର୍ଯ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇବା ସହିତ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରଶଂସିତ । ସୁତରାଂ ସେବା ଆକାଶରେ ଜଣେ ଉଜ୍ଜ୍ୱଳ ତାରକା କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନ କରୁଛି କୋଳାଗ୍ରତ ଓ ସମ୍ବର୍ଦ୍ଧିତ । ନିକଟରେ ତାଙ୍କ ଉଦ୍ୟମରେ ଜଣେ ପୁରୁଷ କେନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ କେଶ ଦାନ କରି ବାଲେଶ୍ବର ଜିଲ୍ଲା ଖଇରା ଅଞ୍ଚଳର ଗୌରବ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଭଉଣୀ କୁଞ୍ଜଲତା ମାହୁଁନ୍ତ ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ର କାର୍ଯ୍ୟକାରୀ ସଭାପତି ଆସନ ଅଳଙ୍କୃତ କରିଛନ୍ତି । ଅନୁଷ୍ଠାନ ଦ୍ବାରା ଜାରି ରହିଥିବା ପ୍ରତିଟି ସମାଜସେବା କାର୍ଯ୍ୟରେ ନିଜକୁ ନିୟୋଜିତ ରଖି କେଶ ଦାନ ଭଳି ମହତ୍ତ୍ୱପୂର୍ଣ୍ଣ ସେବା କାର୍ଯ୍ୟରେ ” ମୋ ଅନୁଷ୍ଠାନ ” କୁ ସାମିଲ କରିଛନ୍ତି । ଅନୁଷ୍ଠାନର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ପରାମର୍ଶ କ୍ରମେ ଅନୁଷ୍ଠାନର ଜଣେ ଭଦ୍ରକ ଜିଲ୍ଲା ସଦସ୍ୟା ଭଉଣୀ କେନସର ପୀଡ଼ିତାଙ୍କ ଉଦ୍ଦେଶ୍ୟରେ ୧୨ ଇଞ୍ଚରୁ ଉର୍ଦ୍ଧ୍ବ କେଶ ଦାନ ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର କେଶ ଦାନ କାର୍ଯ୍ୟ ସମ୍ପନ୍ନ କରିବେ ଭଉଣୀ ଜଣଙ୍କ । ଯଦି କେହି ଏଭଳି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ଇଚ୍ଛୁକ ଥାଆନ୍ତି, ମୋ-୯୮୫୩୧୪୨୫୧୦ କୁ ଯୋଗାଯୋଗ କରିବା ପାଇଁ ସମ୍ପାଦକ ଶ୍ରୀ ବେହେରା ନିବେଦନ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ଆୟପ୍ପା ସ୍ଵାମୀ ଙ୍କ ଆମ୍ବଲମ ପୂଜା ଓ ଦୀପ ଯାତ୍ରା 

masiha

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ପ୍ରତିମା

masiha

ଆଦିବାସୀ ଙ୍କ ଉପରେ ମକଦ୍ଦମା ପ୍ରତ୍ୟାହାର ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ.. ସରକାର ଙ୍କ ନିଷ୍ପତ୍ତି କୁ ସ୍ୱାଗତ ଜଣାଇଲା ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ 

masiha

Leave a Comment

error: Content is protected !!