ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି 

ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା ରାଲି 

ରାଉରକେଲା ୨୮/୧୦/୨୪ : ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ  ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଏକ ସଚେତନତା ରାଲି ଓ ବିଭିନ୍ନ କାର୍ଯ୍ୟାଳୟରେ ଶପଥ ପାଠର ଆୟୋଜନ କରାଯାଇଥିଲା l   ଚଳିତ ବର୍ଷ ୨୮ ଅକ୍ଟୋବର ରୁ ୩ ନଭେମ୍ବର ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି l  ସକାଳେ ପାନପୋଷ ଉପଜିଲ୍ଲାପାଳ ଶ୍ରୀ ବିଜୟ କୁମାର ନାୟକ ସବୁଜ ପତାକା ଦେଖାଇ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ l ଏହି ରାଲି ରେ ପାନପୋଷ କ୍ରୀଡା ଛାତ୍ରାବାସ ର ଛାତ୍ରଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ଓ  ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାଉରକେଲା ର କର୍ମଚାରୀ ଅଂଶ ଗ୍ରହଣ କରିଥିଲେ l ରାଲି ଆରକ୍ଷୀ ଅଧୀକ୍ଷକ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ପାନପୋଷରୁ ଆରମ୍ଭ ହୋଇ ପାନପୋଷ ଗାନ୍ଧୀଛକ ଦେଇ କାର୍ଯ୍ୟାଳୟ ରେ ସମାପ୍ତ ହୋଇଥିଲା l ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସତ୍ୟବାନ ମହାନନ୍ଦ  ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସୀମା ଫାତିମା ଏକ୍କା ଓ ବିଭିନ୍ନ  ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ l

ସେହିପରି ରାଉରକେଲା ଡିଆଇଜି ଶ୍ରୀ ବ୍ରିଜେଶ ରାୟ ,ଆରଏମସି କମିଶନର ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, ରାଉରକେଲା ଏସପି ଶ୍ରୀ ନୀତେଶ ୱାଧୱାନି ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଶପଥ ପାଠ କରିଥିଲେ l 

ସେହିପରି ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ରାଉରକେଲାର ସମସ୍ତ କାର୍ଯ୍ୟାଳୟରେ ମଧ୍ୟ ସମୂହ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମହାନଗର ନିଗମ କାର୍ଯ୍ୟାଳୟରେ ଆରଏମସି ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ତରୁଣ କାନ୍ତ ଓ ସହକାରୀ ପୌରାୟୁକ୍ତ ଅଜିତ କୁମାର ପଟ୍ଟନାୟକ, ପ୍ରବର୍ତ୍ତନ ଅଧିକାରୀ ସ୍ଵାଧୀନ କୁମାର ବିଶ୍ଵାଳ ଏବଂ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବା ସହିତ ଏକ ଦୁର୍ନୀତିମୁକ୍ତ ବିକଶିତ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାଶୀରାଜ ଵୈଦ୍ଯସଂଘ,ବାମନଘାଟୀ ଶାଖା ଆନୁକୁଲ୍ୟରେ ୭୬ ତମ ବନ ଉତ୍ସବ ଅବସରରେ ଔଷଧୀୟ ବୃକ୍ଷରୋପଣ

Sunil Chandra Nayak

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

masiha

Leave a Comment

error: Content is protected !!