ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାସିକ ସାହିତ୍ୟ ସମାରୋହ 

ମାସିକ ସାହିତ୍ୟ ସମାରୋହ 

ରାଉରକେଲା:( ପିଏନଏସ୍ )ଗୋପବନ୍ଧୁ ପାଠାଗାର ଓ ସ୍ବସ୍ତି ସାହିତ୍ୟ ସଂସଦ ମିଳିତ ଆନୁକୁଲ୍ୟ ରେ ମାସିକ ସାରସ୍ଵତ ସମାରୋହ ପାଠାଗାର ରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇ ଯାଇଛି। ଚିନ୍ମୟ ମିଶନ ର ପୂଜ୍ୟା ବ୍ରହ୍ମଚାରିଣୀ ପ୍ରତିଭା ଚୈତନ ଆଚାର୍ଯ୍ୟ ଶୀର୍ଷକ ଶ୍ରୀମଦ୍ ଭାଗବତ ଗୀତା ରେ ତ୍ରିଗୁଣ ମାହାତ୍ମ୍ୟ ଉପରେ ସୁବିସ୍ତୃତ ଆଲୋଚନା କରି କହିଲେ ଯେ ପ୍ରକୃତି ରୁ ସତ୍ଵ, ରଜ,ତମ ଉତ୍ପନ୍ନ ହୋଇ ଜୀବାତ୍ମା କୁ ବାନ୍ଧି ରଖନ୍ତି। ସତ୍ଵ ଗୁଣ ନିର୍ମଳ ଓ ବିକାର ରହିତ, ରଜ ଗୁଣ କାମନା ଓ ଆସକ୍ତି ରୁ ଉତ୍ପନ୍ନ ହୋଇଥାଏ। ତମୋ ଗୁଣ ଅଜ୍ଞାନ ରୁ ଉତ୍ପନ୍ନ ହୋଇ ଜୀବାତ୍ମା କୁ ପ୍ରମାଦ, ଆଳସ୍ୟ ଓ ନିଦ୍ରା ଦ୍ଵାରା ବନ୍ଧନ କରେ।ତେଣୁ ଜୀବାତ୍ମା ର ଚେତନ ଶକ୍ତି ଉଦ୍ରେକ ହେଲେ ସେ ସୁଖ ଓ ଶାନ୍ତି ର ପଥ ନିର୍ଣ୍ଣୟ କରି ପାରିବ। ସମ୍ମାନିତ ଅତିଥୀ ଭାବରେ ନବଘନ ସାହୁ ଯୋଗ ଦେଇ ଥିଲା ବେଳେ ଗଳ୍ପ ପାଠ କରିଥିଲେ ସୁରେନ୍ଦ୍ରନାଥ ଜେନା। କବିତା ପାଠ କାର୍ଯ୍ୟକ୍ରମରେ ମୀନକେତନ ପଶାୟତ,ଇଂ ଅଶୋକ କୁମାର ପଟ୍ଟନାୟକ,ମଞ୍ଜୁଳା ରଥ,ଗୌତମ ଦାସ,ସୁନିଲ ମହାନ୍ତି ଓ ଗୀତାରାଣୀ ବେହେରା ସେମାନଙ୍କର ସ୍ବରଚିତ କବିତା ପାଠ କରିଥିଲେ। କବିତା ଗୁଡ଼ିକୁ ସଂଯୋଜନା କରିଥିଲେ କବୟିତ୍ରୀ ଜ୍ୟୋସ୍ନା ରାଣୀ ପାତ୍ର। ଉପସଂହାର ରେ ଶଙ୍କର ପ୍ରସାଦ ତ୍ରିପାଠୀ ବକ୍ତବ୍ୟ ରଖି ଥିବା ବେଳେ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଅଜୟ କୁମାର ମହାନ୍ତି। ସଭା ର ପ୍ରାରମ୍ଭ ରେ ନିରୁପମା ପତି ପ୍ରଦୀପ ପ୍ରଜ୍ବଳନ ରେ ସହାୟତା କରିଥିଲେ ଓ ମନ୍ତ୍ର ପାଠ କରିଥିଲେ। ରାଜକୁମାର ମହାନ୍ତି ପ୍ରାକ୍ କଥନ ରଖି ଥିବା ବେଳେ କିଶୋରୀ ମୋହନ କର ଧନ୍ୟବାଦ ଦେଇଥିଲେ। ରଶ୍ମି ସାହୁ,ହରିହର ନାୟକ,ଏସ ଏନ ପଣ୍ଡା,ସୁମନ ଦତ୍ତ, ଚିନ୍ମୟୀ ପୁରୋହିତ,ଅଜୟ ମିଶ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା ରେ ସହଯୋଗ କରି ଥିଲେ । ପି ସି ମହାପାତ୍ର,ଅଜିତ ପୂଜାରୀ, ଡ଼ଃ ଶକ୍ତି ପ୍ରସାଦ ସାମନ୍ତରାୟ,ସଞ୍ଜୀବ ଭୋଇ,ବିଜୟଲକ୍ଷ୍ମୀ ପଟ୍ଟନାୟକ,ଶର୍ମିଷ୍ଠା କବି ଶତପଥୀ, ନିହାରିକା ମହାନ୍ତି,ବିକ୍ରମ ଆଚାର୍ଯ୍ୟ,ସୁବାସ ମହାପାତ୍ର,ବିଭୂତି ଭୂଷଣ ଦାସ,ସୁଶାନ୍ତ ନାୟକ,ପ୍ରଫୁଲ୍ଲ ସାମଲ, ତ୍ରିଲୋଚନ ସ୍ବାଇଁ,ବିଜୟ ପାତ୍ର,ଭଜେନ୍ଦ୍ର ସାହୁ,ଗଦାଧର ରଥ ଓ ବ୍ରହ୍ମାନନ୍ଦ ପାଢ଼ୀ ପ୍ରମୁଖ ବହୁ ସାହିତ୍ୟ ପ୍ରେମୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଭେଟେରାନ ଫୁଟବଲ ଆସୋସିଏଶନ ର ବନ୍ଧୁମିଳନ

masiha

ରାଇରଙ୍ଗପୁରରେ ସୁସ୍ଥଭାରତ, ସମୃଦ୍ଧ ଭାରତ ଟ୍ରଷ୍ଟ ଆନୁକୂଲ୍ୟରେ ଔଷଧିୟ ବୃକ୍ଷରୋପଣ

masiha

ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା: ଅଧିକ ପର୍ଯ୍ୟଟକ ଙ୍କ ପରିଭ୍ରମଣ

Sunil Chandra Nayak

Leave a Comment

error: Content is protected !!