ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ 

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ 

ରାୟଗଡ୧୫/୧୧/୨୪ // ରାୟଗଡ: ଜାତୀୟ ପ୍ରେସ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲା ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ ତରଫରୁ ସ୍ଥାନୀୟ ସର୍କିଟ ହାଉସ ପରିସରରେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉ କି, ନଭେମ୍ବର ୧୯୬୬ ମସିହାରେ ଜଷ୍ଟିସ ଜେ. ଆର. ମୁଦୋଲକରଙ୍କ ଅଧୀନରେ PCI କିମ୍ବା ପ୍ରେସ କମିଶନ ଗଠନ କରାଯାଇଥିଲା | ପ୍ରତ୍ୟେକ ବର୍ଷ ନଭେମ୍ବର ମାସ ୧୬ ତାରିଖରେ ପାଳନ କରାଯାଉଥିବା ଜାତୀୟ ସାମ୍ବାଦିକ ଦିବସ ଭାରତରେ ଗଣମାଧ୍ୟମର ସ୍ୱାଧୀନତା ଏବଂ ଦାୟିତ୍ବକୁ ସମ୍ମାନିତ କରେ | ଗଣତନ୍ତ୍ରର ସୁରକ୍ଷା ତଥା ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକାକୁ ଆଲୋକିତ କରିବାର ଅର୍ଥପୂର୍ଣ୍ଣ ଉଦ୍ଦେଶ୍ୟ ସହିତ ୧୯୬୬ ମସିହାରେ ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ ଦ୍ୱାରା ଏହି ପ୍ରଭାବଶାଳୀ କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯାଇଥିଲା।ଯେତେବେଳେ ବିଶ୍ୱ ଗଣମାଧ୍ୟମର ସ୍ୱାଧୀନତାର ମୋୖଳିକ ନୀତିଗୁଡିକ ପାଳନ କରେ | ସମଗ୍ର ବିଶ୍ୱରେ ଗଣମାଧ୍ୟମର ସ୍ୱାଧୀନତାକୁ ମୂଲ୍ୟାଙ୍କନ କରିବା, ଗଣମାଧ୍ୟମକୁ ସେମାନଙ୍କର ସ୍ୱାଧୀନତା ଉପରେ ଆକ୍ରମଣରୁ ରକ୍ଷା କରିବା ଏବଂ ସେମାନଙ୍କ ବୃତ୍ତିରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା | ଏହି ଅବସରରେ ସଙ୍ଘର ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ନେତୃତ୍ୱରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ସର୍କିଟ ହାଉସ ପରିସରରେ ହୋଇଥିଲା । ସଙ୍ଘ ତରଫରୁ ପିଜୁଳି, ସିତାଫଳ ପରି ଫଳନ୍ତି ବୃକ୍ଷ ଚାରା ରୋପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ (କ୍ୟାବିନେଟରେ ଆଦିବାସୀ ବ୍ୟାପାର ତଥା ଜଳ ଶକ୍ତି), ଯୋଗଦେଇ ଚାରା ରୋପଣ କରିବା ସହ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସୂଚନା ଯେ, ବିଶ୍ୱ ବନ୍ୟ ପ୍ରାଣୀ ସଂରକ୍ଷଣ ଦିବସରେ ଚଳିତ ବର୍ଷ ପରିବେଶ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରଥିବା ହେତୁ ଉତ୍କଳ ମିଡିଆ ସାମ୍ବାଦିକ ସଙ୍ଘ କୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯାଇଥିଲା l ଏହି ଅବସରରେ ଅତିଥିଭାବେ ରାୟଗଡ ବନଖଣ୍ଡ ବିଭାଗର ରେଞ୍ଜର କାମେଶ୍ୱର ଆଚାରି, ଡ଼ ବିପିନ ବିହାରୀ ବିଶ୍ୱାଳ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ପଟ୍ଟନାୟକ, ସମାଜସେବୀ ଜଗନ୍ନାଥ ପ୍ରସାଦ ରାୟଗୁରୁ ଓ ବିଜେପି ଜିଲ୍ଲା ସଭାପତି ଶିବ ପଟ୍ଟନାୟକ ଯୋଗ ଦେଇ ଚାରା ରୋପଣ କରିବା ସହ ପରିବେଶ ସୁରକ୍ଷା ନେଇ ଏପରି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଙ୍ଘର ସମ୍ପାଦକ ମନୋଜ କୁମାର ସାହୁ , ଆଇନଜୀବୀ ତଥା ସଙ୍ଘର ଉପଦେଷ୍ଟା ପ୍ରଦୀପ ଦାସ, ସଭ୍ୟ କେ. କ୍ରୀଷ୍ଣା ମୂର୍ତ୍ତି , ବି. ଶ୍ରବଣ କୁମାର, ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଥୁଆମୂଳ ରାମପୁର ବ୍ଲକ ସ୍ତରୀୟ ଆଇ.ସି.ଡ଼ି.ଏସ. ତାଲିମ ଶିବିର

Sunil Chandra Nayak

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ  ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଦିଶା ଯୋଜନା ଅଧିନରେ ଆଇନ୍ ସାକ୍ଷରତା ଏବଂ ସଚେତନତା ଶିବିର

Sunil Chandra Nayak

ତାଳଚେର ଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚ ର ସଚେତନତା ଅଭିଯାନ 

Sunil Chandra Nayak

Leave a Comment

error: Content is protected !!