ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସ୍ଥାୟୀ ନିଯୁକ୍ତି ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟରତ କର୍ମଚାରିମାନେ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ସ୍ଥାୟୀ ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଦୀର୍ଘ ୧୪ ବର୍ଷ ଧରି ପ୍ରାଣୀ ସମ୍ପଦ ବିଭାଗରେ କାର୍ଯ୍ୟ କରି ଆସୁଥିବା (AII)କର୍ମଚାରୀମାନେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଅଧୀନରେ ଥିବା ବିଭିନ୍ନ ପଂଚାୟତ ମାନଙ୍କରେ ରହି ଗାଁକୁ ଯାଇ ବିନା ମୂଲ୍ୟରେ ପ୍ରାଣୀ ମାନଙ୍କୁ ଚିକିତ୍ସା ଯୋଗାଇ ଆସୁଅଛନ୍ତି।ଏଥିରେ କୃତିମ ପ୍ରଜନନ ବିଭିନ୍ନ ପଶୁ ମାନଙ୍କୁ ଟୀକାକାରଣ, ବନ୍ଧ୍ୟା୍ଦୋଷ, ପ୍ରାଥମିକ ଚିକିତ୍ସା, ପଶୁଗଣନା ଏବଂ ପଶୁମାନଙ୍କୁ ବୀମାମୁକ୍ତ ପ୍ରମୁଖ ସେବା ଉକ୍ତ କର୍ମଚାରୀମାନେ ବିନା ମୂଲ୍ୟରେ ସେବା ଯୋଗାଉଛନ୍ତି।୨୦୦୮ ମସିହାରୁ କେନ୍ଦ୍ର ସରକାରଙ୍କ (NRP)ଯୋଜନାରେ ସେମାନେ ସାମିଲ ହୋଇଥିଲେ।କୋଭିଡ ସମୟରେ ନିଜେ ଜୀବନକୁ ବାଜି ଲଗାଇ ଗାଁ ଗାଁରେ ଥିବା ଗରିବ ଚାଷୀମାନଙ୍କୁ ପ୍ରାଣୀ ଚିକିତ୍ସା ଯୋଗାଇଆସିଛନ୍ତି।ଫଳରେ କେନ୍ଦ୍ର ଓ ରାଜ୍ୟ ପାରିବାରିକ ଚାଷ ଉଦ୍ଭିଦକୁ ଗୁରୁତ୍ୱ ଦେଉଥିବାରୁ ପ୍ରାଣୀ ସମ୍ପଦ ବିଭାଗର ବୃଦ୍ଧି ନିମନ୍ତେ ସେମାନଙ୍କର ପ୍ରମୁଖ ଭୂମିକା ରହିଛି।ଏହି ପରି କାର୍ଯ୍ୟ କରି ମଧ୍ୟ ଉକ୍ତକର୍ମଚାରି ମାନେ ସରକାରଙ୍କ ପାଖରେ ଉପେକ୍ଷିତ ତଥା ବିନା ବେତନ ସାମାନ୍ୟ କିଛି ପ୍ରୋତ୍ସାହନ ରାଶି ପାଇଁ କାର୍ଯ୍ୟ କରି ଆସୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ କର୍ମଚାରି ସଂଘ ର ସଭାପତି ମହେନ୍ଦ୍ର କୁମାର୍ ମହାନ୍ତି ଙ୍କ ନେତୃତ୍ୱ ରେ ବିଭାଗୀୟ ମନ୍ତ୍ରୀ ଙ୍କୁ ଏକ ଲିଖିତ ଆକାର ରେ ଜଣାଇଛନ୍ତି । ଏଥିରେ ସଂଘ ର ଆବାହକ – ସୌଭାଗ୍ୟ ରଂଜନ ଜେନା, ଉପଦେଷ୍ଟା -ରବୀନ୍ଦ୍ର ନାଥ ପଣ୍ଡା ,ଜିଲ୍ଲା ସଭାପତି – କାଶୀନାଥ ପଣ୍ଡା, ସମ୍ପାଦକ- ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ଜିଲ୍ଲା ର କର୍ମଚାରୀ ମାନେ ଉପସ୍ଥିତ ରହି ମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ମେଗାଲିଫ୍ଟରୁ ଜଳସେଚନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର

masiha

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

Sunil Chandra Nayak

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

Leave a Comment

error: Content is protected !!