ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥନଟ ସ୍କୁଲ ରେ ଏଫ ଏଲ ଏନ ଶିକ୍ଷକ ଙ୍କୁ ନେଇ ବୈଠକ, ତଦାରଖ କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

ଥନଟ ସ୍କୁଲ ରେ ଏଫ ଏଲ ଏନ ଶିକ୍ଷକ ଙ୍କୁ ନେଇ ବୈଠକ, ତଦାରଖ କଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ 

ଧର୍ମଗଡ଼ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ଥନଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ଥ ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଚଳିତ ଶିକ୍ଷା ବର୍ଷର ଷଷ୍ଠ ବୈଠକ ଶୁକ୍ରବାର ଅପରାହ୍ନ ୩ ଟା ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ କୁମାର ଧଙ୍ଗଡାମାଝୀ ଙ୍କ ସଭାପତିତ୍ୱରେ ସିଆରସିସି ଟିକେଶ୍ୱର ନାଏକ ବୈଠକର ସଂଯୋଜନା କରିଥିଲେ I ବୈଠକର ସଠିକ ପରିଚାଳନା ହେଉଛି କି ନାହିଁ ତଦାରଖ ପାଇଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧର୍ମଗଡ ବିଶ୍ୱଜିତ ବେହେରା ଉପସ୍ଥିତ ଥିଲେ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆହ୍ୱାନ ମୂଳକ ଭାବେ ଶିକ୍ଷା ର ବିକାଶ ପାଇଁ ଗୁରୁତ୍ୱାରୋପ କରିଥିଲେ lଏହି ବୈଠକ ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଶୈକ୍ଷିକ ଓ ଭୌତିକ ଭିତ୍ତିଭୂମି ପରିଦର୍ଶନ କରାଯାଇ ତାହା ଉପରେ ଆଲୋଚନା କରାଗଲା ପରେ ପୂର୍ବ ବୈଠକର ଆଲୋଚନା,ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ନଭେମ୍ବର ମାସର ଶୈକ୍ଷିକ କ୍ୟାଲେଣ୍ଡର, ନମୁନା ପାଠ ଯୋଜନା, ଏଫ ଏଲ ଏନ ଗ୍ରେଡ଼ ଶିକ୍ଷକ ସିମାଞ୍ଚଳ ଗୋପାଳ ଓ ଶିକ୍ଷୟିତ୍ରୀ ଗୀତାଞ୍ଜଳି ମାଝୀ ଦ୍ୱାରା ଡେମୋ କ୍ଲାସ ପ୍ରଦର୍ଶନ କରି ଶ୍ରେଣୀ ପରିଚାଳନାରେ ସୁବିଧା ଅସୁବିଧା , ମାନ ନିର୍ଦ୍ଧାରଣ ଟ୍ରlକର ରେଜିଷ୍ଟରର ଆଲୋଚନା (ଶିକ୍ଷଣ ସୋପାନ),ପରଖ ଜାତୀୟ ପାଇଁ ତୃତୀୟ, ଷଷ୍ଠ ଓ ନବମ ଶ୍ରେଣୀ ପିଲାଙ୍କୁ ପ୍ରସ୍ତୁତି କରିବା ଓ ଓଡିଶା କ୍ୟାରିଅର ଗାଇଡେନ୍ସ ପୋର୍ଟାଲ ସମ୍ବନ୍ଧରେ ଆଲୋଚନା କରାଯାଇ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ଶୈକ୍ଷିକ ଅଭିବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତି କରାଗଲା ଓ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି କରାଗଲା l ଶେଷରେ ଲୁହଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ନରେନ୍ଦ୍ର ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି, ଦାବିପତ୍ର ଦେବେ କୋକସରା ବ୍ଲକ ଚାଷି

masiha

ବଡ଼ଗାଁ ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵରେ ସମ୍ମାନିତ ହେଲେ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତି

masiha

Leave a Comment

error: Content is protected !!