ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

ସ୍ବାତୀନକ୍ଷତ୍ରର ଝିଅ ର ଉନ୍ମୋଚନ ଆସନ୍ତା ୧ ରେ…,.

ରାଉରକେଲା: ସହରର ଅଗ୍ରଣୀ ସାହିତ୍ଯ ଓ ସଂସ୍କୃତି ଅନୁଷ୍ଠାନ,ଧାମରା ସାହିତ୍ଯ ସଂସଦ ଓ ରାଉରକେଲା ସାହିତ୍ଯ ସଂସଦ ମିଳିତ ଆନୁକୂଲ୍ଯରେ ଏକ ସାମ୍ୱାଦିକ ସମ୍ମୀଳନୀ ସ୍ଥାନୀୟ ହୋଟେଲ୍ ଗାର୍ଡେନ୍ ଠାରେ ସଂସଦର ସଭାପତି ବିଜୟ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି | ଆଗାମୀ କାର୍ଯକ୍ରମ ବିଷୟରେ ସୂଚନା ଦେବାକୁ ଯାଇ କବି ସୁଶାନ୍ତ କୁମାର ନାୟକ କହିଲେ ,ଆସନ୍ତା ଡିସେମ୍ବର ୧ ତାରିଖରେ ଧାମରା ସାହିତ୍ଯ ସଂସଦ ତରଫରୁ ଶୀତ କବିତା ଆସର ଆୟୋଜନ କରାଯାଇଛି | ଏହି ଶୀତ କବିତା ଆସରରେ କବି ସୁଶାନ୍ତ କୁମାର ନାୟକଙ୍କ ଚତୁର୍ଥ କବିତା ସଂକଳନ ସ୍ବାତୀ ନକ୍ଷତ୍ରର ଝିଅ ଉନ୍ମୋଚନ ହେବ । ଏହି ଆସରରେ ସ୍ବନାମଧନ୍ଯ କବି ପିନାକୀ ମିଶ୍ର ମୁଖ୍ଯବକ୍ତା ଭାବରେ , କବି ତ୍ରିନାଥ ସିଂହ ପୁସ୍ତକ ସମ୍ମୀକ୍ଷକ ଭାବରେ ଓ ଡ.ନଗେନ୍ ଦାସ୍ ଭିତ୍ତି ପ୍ରବନ୍ଧ ପାଠ କରିବା ଲାଗି ସଦୟ ସମ୍ମତି ପ୍ରଦାନ କରିଛନ୍ତି | ରାଉରକେଲା ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ଯସ୍ତରୀୟ ଶିଶୁ ମହୋତ୍ସବ ଆସନ୍ତା ୨୨ତାରିଖ ସ୍ଥାନୀୟ ଧାମରା ସଂଘ ପରିସରରେ ଅନୁଷ୍ଠିତ ହେବ ବୋଲି କାର୍ଯ୍ଯକାରୀ କମିଟିରେ ସ୍ଥର କରାଯାଇଛି | ଏହି ଶିଶୁ ମହୋତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ୧୫ ଜଣ ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯିବା ସହ ଜଣେ ପ୍ରତିଭାବାନ ବ୍ଯକ୍ତିଙ୍କୁ ରାଉରକେଲା ସାରସ୍ବତ ସମ୍ମାନରେ ସମ୍ମାନିତ କରାଯିବା ପାଇଁ କାର୍ଯକାରୀ କମିଟିରେ ସ୍ଥିର କରାଯାଇଛି | ରାଉରକେଲା ସାହିତ୍ଯ ସଂସଦର କାର୍ଯକାରୀ ସଭାପତି ଅନିଲ ଦାଶ ସ୍ବାଗତ ଭାଷଣ ଦେଇଥିଲା ବେଳେ ଉପସଭାପତି ରମେଶ ଚନ୍ଦ୍ର ବାରିକ ଉପସ୍ଥିତ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

Utkal Youth Trust and Sankalp Foundation organised a blood camp for Coromandel Express accident.

Sunil Chandra Nayak

ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

କୋଇଡ଼ା ମଣ୍ଡଳ ଟିପ୍ପର ଆଣ୍ଡଟ୍ରକଓନର୍ସ ନବଗଠିତ ଆସୋସେସନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଙ୍କ ଦ୍ୱାରା ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!