ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ : ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ : ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ

ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ :

ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ :

ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ :

ରୟାଲ୍ ଇଣ୍ଟର୍ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍,ରଞ୍ଜା,କାଙ୍କଡ଼ପାଳ ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ,ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

ଢେଙ୍କାନାଳ : ତା.୧୮.୧୧.୨୦୨୫ ରିଖ : ( ):ଆଜି ପ୍ରାତଃ ୮ ଘଟିକା ସମୟରେ ସ୍ଥାନୀୟ ରୟାଲ୍ ଇଣ୍ଟର୍ ନ୍ୟାସନାଲ୍ ପବ୍ଲିକ୍ ସ୍କୁଲ୍,ରଞ୍ଜା,କାଙ୍କଡ଼ପାଳ,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ,ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ ହୋଇଯାଇଛି।ଏହି ଉପଲକ୍ଷେ ସ୍କୁଲ୍ ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଡ.ଅକ୍ଷୟ କୁମାର ମହାନ୍ତିଙ୍କ ପ୍ରେରଣା, ପ୍ରଶାସକ ନେତ୍ରଜ୍ୟୋତି ମହାନ୍ତିଙ୍କ ନେତୃତ୍ୱରେ,ନିର୍ଦ୍ଦେଶକ ଶିକ୍ଷାବିତ୍ ସରୋଜକାନ୍ତ ଦାଶଙ୍କ ପୋରୋହିତ୍ୟରେ,ଅଧ୍ୟକ୍ଷା ରଶ୍ମିତା ବିଶୋୟୀ ଓ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ବଳିଷ୍ଠ ମାର୍ଗଦର୍ଶନ ଓ ଐକାନ୍ତିକ ନିଷ୍ଠାପର ଉଦ୍ୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନୀ ଉତ୍ସବରେ ଉଦ୍ ଘାଟକ, ମୁଖ୍ୟଅତିଥି ତଥା ବିଚାରକ ଭାବରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଜାତୀୟ ଶିଶୁ ବିଜ୍ଞାନ କଗ୍ରେସର ଢେଙ୍କାନାଳ ଜିଲ୍ଲା ସଂଯୋଜକ,ସର୍ବ ଭାରତୀୟ ବ୍ରେକ୍ ଥ୍ରୁୁ ସାଇନ୍ସ ସୋସାଇଟି ଅନୁବନ୍ଧିତ ବିଜ୍ଞାନ ଚେତନା ମଞ୍ଚ,ଓଡ଼ିଶାର ଆଜୀବନ ସଦସ୍ୟ ବରିଷ୍ଠ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରିଥିଲେ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ।ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ଗ୍ରହଣ କରିଥାଏ।ଅଜ୍ଞାନତା ଆମର ସବୁଠୁ ବଡ ଶତ୍ରୁ।କାର୍ଯ୍ୟ-କାରଣ ସମ୍ପର୍କ ଖୋଜିବା ହିଁ ବିଜ୍ଞାନ।ସତ୍ୟର ପାହାଡ ଉପରେ ଠିଆ ହୋଇଥାଏ ବିଜ୍ଞାନ।ଅନ୍ଧକାରରୁ ଆଲୋକକୁ ନେଇଥାଏ ବିଜ୍ଞାନ।ମାନବ ପାଇଁ ବିଜ୍ଞାନ,ସମାଜ ପାଇଁ ବିଜ୍ଞାନ,ଚିନ୍ତାରେ ବିଜ୍ଞାନ ପ୍ରତିଫଳିତ ହେଲେ ହିଁ ବିଜ୍ଞାନର ସାର୍ଥକତା ସମ୍ଭବ ହୋଇପାରିବ।ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା।ଛାତ୍ରୀ-ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ-ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ବଟ ବିହାରୀ ବିଦ୍ୟାପୀଠ,ତରଭା,ଢେଙ୍କାନାଳର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗଦାନ କରି ସ୍ଵୀୟ ବକ୍ତବ୍ୟରେ ଅନ୍ଧବିଶ୍ଵାସ,କୁସଂସ୍କାର ଦୂର କରି ବିଜ୍ଞାନର ମାନବ କଲ୍ୟାଣରେ ଉପଯୋଗ ଆମକୁ ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ।ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି ।କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ।ଏହି ଅବସରରେ ବିଜ୍ଞାନକୁ ଲୋକପ୍ରିୟ କରିବା ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ନିରବଚ୍ଛିନ୍ନ,ଅବିରତ ଉଦ୍ୟମ ଅବ୍ୟାହତ ରଖିଥିବାରୁ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କୁ ଓ ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ,ଉତ୍ତରୀୟ,ମେମେଣ୍ଟୋ ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ଓ ପରିଶେଷରେ ସ୍କୁଲ୍ ର ଛାତ୍ରୀ,ଛାତ୍ରମାନେ ବିଜ୍ଞାନଭିତ୍ତିକ ଉଦ୍ ଘାଟନୀ ଓ ଉଦଯାପନୀ ସଙ୍ଗୀତ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇଥିଲା।ଛାତ୍ରୀ-ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା।ଏହି ଅବସରରେ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ବଳିଷ୍ଠ ମାର୍ଗଦର୍ଶନରେ ନର୍ସରୀ ଶ୍ରେଣୀରୁ ଦଶମ ଶ୍ରେଣୀ ମଧ୍ୟରେ ଅଧ୍ୟୟନ କରୁଥିବା ଛାତ୍ରୀ,ଛାତ୍ରମାନଙ୍କ ଦ୍ଵାରା ପ୍ରସ୍ତୁତ ମୋଟ ୪୦୦ଟି ବିଜ୍ଞାନ,ଗଣିତ ଓ ପରିବେଶ ପ୍ରକଳ୍ପ ଓ ୪୦୦ ଟି କଳା କୃତୀଗୁଡିକ ପ୍ରକଳ୍ପକାରୀ ଛାତ୍ରୀ,ଛାତ୍ର ଦ୍ଵାରା ପ୍ରଦର୍ଶିତ ହୋଇ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।ମୁଖ୍ୟ ଅତିଥି ତଥା ବିଚାରକ ଭାବରେ ଡ଼ା.ଦେବୀ ପ୍ରସାଦ ମିଶ୍ର, ଅନ୍ୟତମ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ଯୋଗଦାନ କରି ବାଟ ବିହାରୀ ବିଦ୍ୟାପୀଠ,ତରଭା, ଢେଙ୍କାନାଳର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ପଣ୍ଡା ଯୋଗଦାନ କରି ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପକାରୀମାନଙ୍କର ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ ଓ ସମସ୍ତ ବିଜ୍ଞାନ, ଗଣିତ,ପରିବେଶ ପ୍ରକଳ୍ପ ଗୁଡିକର ଉଚିତ୍ ମୂଲ୍ୟାଙ୍କନ କରିଥିଲେ।ସେହିପରି ଅପରାହ୍ନରେ ସେହି ଅତିଥିମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଦ୍ ଯାପନୀ ଉତ୍ସବରେ ସେଥି ମଧ୍ୟରୁ ୧୪ ଗୋଟି ବିଭାଗରେ ପ୍ରତ୍ୟେକ ବିଭାଗରୁ ୦୩ ଜଣ କୃତୀ ପ୍ରତିଯୋଗୀଙ୍କୁ ଉଦ୍ ଯାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା ଓ ସମସ୍ତ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା।ବିଦ୍ୟାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଡ.ଅକ୍ଷୟ କୁମାର ମହାନ୍ତିଙ୍କ ପ୍ରେରଣା,ପ୍ରଶାସକ ନେତ୍ରଜ୍ୟୋତି ମହାନ୍ତିଙ୍କ ନେତୃତ୍ୱରେ,ନିର୍ଦ୍ଦେଶକ ଶିକ୍ଷାବିତ୍ ସରୋଜକାନ୍ତ ଦାଶଙ୍କ ପୋରୋହିତ୍ୟରେ,ଅଧ୍ୟକ୍ଷା ରଶ୍ମିତା ବିଶୋୟୀ,ବରିଷ୍ଠ ବିଜ୍ଞାନ ଶିକ୍ଷକ ଶୁଭ ଶଙ୍କର ପାଣିଗ୍ରାହୀ,ଲକ୍ଷମା ପ୍ରିୟଦର୍ଶିନୀ ସାହୁ,ସୋନାଲି ବେହେରା,ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ପୀତାମ୍ବର ଦାଶ,ଅଙ୍କିତା ବିଶ୍ଵାଳ,ଚିନ୍ମୟୀ ପ୍ରଧାନ,ନମିତା ମିଶ୍ର,ଚିନ୍ମୟୀ ସାହୁ,ଥାବିର୍ ଯାଦବ,ସବିହା ବେଗମ୍,ପୁଷ୍ପ ଲତା ସାହୁ,ସସ୍ମିତା ସାହୁ,ଯଜ୍ଞାସେନୀ ପ୍ରତିଭା ନାୟକ,ମାମାଲି ସେଠୀ,ଦେବସ୍ମିତା ନାୟକ,ରାଜଲକ୍ଷ୍ମୀ ବେହେରା ପ୍ରମୁଖଙ୍କ ସଫଳ ମାର୍ଗଦର୍ଶନ ଓ ନେତୃତ୍ୱରେ ୨୦ ଜଣ ଶିକ୍ଷୟିତ୍ରୀ-ଶିକ୍ଷକ,୨୫ ଜଣ କର୍ମଚାରୀ ବୃନ୍ଦ,୪୦୦ ଜଣ ଛାତ୍ରୀ,ଛାତ୍ର ବୃନ୍ଦ,ସେମାନଙ୍କ ମାତା- ପିତା, ଅଭିଭାବିକା-ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।ବିଦ୍ୟାଳୟର ଅଧ୍ୟକ୍ଷା ରଶ୍ମିତା ବିଶୋୟୀ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ,ସଭାପତିଙ୍କ ଅଭିଭାଷଣ ପ୍ରଦାନ କରି ସ୍ଵୀୟ ବକ୍ତବ୍ୟରେ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ,ଆଭିମୁଖ୍ୟ ସମ୍ପର୍କରେ ସବିଶେଷ ବର୍ଣ୍ଣନା କରିଥିଲେ।ବିଜ୍ଞାନ ଶିକ୍ଷକ ଶୁଭ ଶଙ୍କର ପାଣିଗ୍ରାହୀ ସଭା କାର୍ଯ୍ୟକ୍ରମର ସୁନ୍ଦର ଓ ସଫଳ ସଂଯୋଜନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡ଼ା.ଦେବୀ ପ୍ରସାଦ ମିଶ୍ର,
ବରିଷ୍ଠ ଶିକ୍ଷାବିତ୍,ପରାମର୍ଶଦାତା,ମାର୍ଗଦର୍ଶକ,ବିଚାରକ, ପର୍ଯ୍ୟବେକ୍ଷକ ତଥା ଭ୍ରାମ୍ୟମାଣ ଅବୈତନିକ ସମ୍ବାଦଦାତା 
ଦୂରଭାଷ :୯୪୩୭୧୦୬୫୬୯; ୭୦୦୮୯୫୯୯୪୫;

Related posts

ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ

ଆନନ୍ଦ ଉତ୍ସବ ଅବସରରେ ଶାସ୍ତ୍ରୀୟ ନୃତ୍ୟରେ ପ୍ରକମ୍ପିତ ହେଲା ରବୀନ୍ଦ୍ର ମଣ୍ଡପ

masiha

ଚାରବାହାଲ ସରକାରୀ କୃପାସିନ୍ଧୁ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ପ୍ରକଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!