ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକମହତ୍ସବ ଚଇତି -୨୦୨୪ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଲୋକମହତ୍ସବ ଚଇତି -୨୦୨୪ର ବିଭିନ୍ନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ରାୟଗଡ:-ତା. ୨୮/୧୧- ରାୟଗଡ ଲୋକମହୋତ୍ସବ ଚଇତି -୨୦୨୪ର ବିଭିନ୍ନ ଉପାସମିତି ଯଥା-ପଳିଶ୍ରୀ ମେଳl,ସଂସ୍କୃତି ଓ ପରିମଳ ତଥା ପଡ଼ିଆ ସଫାସତୁରା ଉପସମିତିର ପ୍ରସ୍ତୁତି ବୈଠକ ମାନ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡଙ୍କ ଅଧ୍ୟକ୍ଷତlରେ ପାଲିଶ୍ରୀ ମେଳା ଆୟୋଜନ,ଉନ୍ନୟନ ପ୍ରଦର୍ଶନୀ, ଖାଦ୍ୟମେଳା ଆୟୋଜନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ଚଳିତ ବର୍ଷ ଜିସିଡ଼ି ଉଚ୍ଚ ବିଦ୍ୟାଳୟରେ ଚଇତି ଅନୁଷ୍ଠିତ ହେଉଥିବାରୁ ସେଠାରେ ୩୫୦ଟି ଷ୍ଟଲ ନିର୍ମାଣ କରାଯିବ l ପାଲିଶ୍ରୀ ମେଳରେ ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ନିଜର ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାର ସୁଯୋଗ ପାଇବେ l ସେହିପରି ସ୍ଥାନୀୟ ଜିଲ୍ଲାପାଳଙ୍କ ଚିନ୍ତନ କକ୍ଷରେ ଡେପୁଟି କଲେକ୍ଟର ଲକିତ କୁମାର ମଂଡଲଙ୍କ ଅଧ୍ୟକ୍ଷତlରେ ସଂlସ୍କୃତକ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି କମିତିରେ ନୂତନ ସଦସ୍ୟ ମାନଙ୍କୁ ଗ୍ରହଣ କରାଯିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ l ଏହି ବୈଠକରେ ଅଧିକାଂଶ ସଦସ୍ୟ, ସଦସ୍ୟା ମାନେ ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିଲେ l ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବୟସ ସୀମା ନିର୍ଧାରଣ, ଲାଇଭ କାର୍ଯ୍ୟକ୍ରମ କରିବା ଉପରେ ପ୍ରସ୍ତlବ ଦେଇଥିଲେ l ସ୍ଥାନୀୟ କଳାକାର ମାନଙ୍କୁ ପ୍ରାଧାନ୍ୟ ଦେବାକୁ କିଛି କାଳରକାର ଓ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ମଟଦେଇଥିଲେ l ଏଥିର ଜିଲ୍ଲାସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦେଇଥିଲେ l

ସେହିପରି ସ୍ଥାନୀୟ ପୌର ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାହୀ ଯନ୍ତ୍ରୀ ସହଦେଵ କିଷାନ,ଜନସ୍ୱାସ୍ଥ୍ୟ ବିଭାଗଙ୍କ ଅଧ୍ୟକ୍ଷତରେ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ସୌମ୍ୟ ରଞ୍ଜନ ମିଶ୍ର,ସହକାରୀ ନିର୍ବାହୀ ଯନ୍ତ୍ରୀ ପୂର୍ତ୍ତ ବିଭାଗ ଯୋଗଦାନ କରି ପରିମଳ ଓ ପଡ଼ିଆ ସଫାସୁତୁରା, ଜଳ ଯୋଗାଣ ଉପରେ ଆଲୋଚନା କରିଥିଲେ l ବିଶେଷ କରି ଚଇତି ସମୟରେ ପଡ଼ିଆ ସଫାସୁତୁରା ରଖିବା, ଜଳସିଞ୍ଚନ କରିବା, ପଖାନା ସଫାସାତୁରା ରଖିବା ଓ ଉତ୍ସବ ସରିବ ପରେ ପଡିଆ ତୁରନ୍ତ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା l ଏଥିରେ ଜିଲ୍ଲାସୂଚନା ଓ ଲକସମ୍ପର୍କ ଅଧିକାରୀ, ଗ୍ରାମ୍ୟ ନିର୍ମାଣ ସହକାରୀ ଯନ୍ତ୍ରୀ, ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଭାରତୀୟ କିସାନ ସଂଘ ରାଷ୍ଟ୍ରୀୟ ସମ୍ପାଦକଙ୍କ ୪୨ ମୌଜା ଗସ୍ତ

masiha

Leave a Comment

error: Content is protected !!