ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାର ର କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ସଭାପତିତ୍ବ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ଵ ତଥା ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ବିଶ୍ରାଡାହାର ରୋଡ ସ୍ଥିତ ସରସ୍ୱତୀ ବିଦ୍ୟାମନ୍ଦିର ର ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥି ଓ ବିଶିଷ୍ଟ ସ୍ତମ୍ଭକାର ଭୂପେନ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ ରାଉରକେଲା ସାଂସ୍କୃତିକ ଅନୁଷ୍ଠାନର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ସହରରେ ଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଗୁଡ଼ିକ ସେମାନଙ୍କ କାର୍ଯ୍ୟକ୍ରମ ଗୁଡ଼ିକରେ ଭାଷା ସାହିତ୍ୟ କୁ ଗୁରୁତ୍ବ ଦେଉଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡ଼ିକରେ ଅଧିକରୁ ଅଧିକ ଓଡ଼ିଆ ଭାଷା କୁ ସୁସଂଜତ ଓ ଶିକ୍ଷଣୀୟ ତଥା ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କବି ଗୀତା ରାଣୀ ବେହେରା ଓ କିଶୋରୀ ମୋହନ କର ଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସଂଯୁକ୍ତା ଦାଶ, ବିଜୟ ସାହୁ, ପ୍ରତାପ ପଣ୍ଡା, ଗଦାଧର ରଥ, ତ୍ରିଲୋଚନ ସ୍ବାଇଁ, ପ୍ରଣତୀ ବେହେରା, ସୁଭାଷିନୀ ସାହୁ, ମୀନକେତନ ପଶାୟତ,ସୁମିତା ସ୍ବାଇଁ ଓ ସଂଯୋଜକ ଦ୍ବୟ ପ୍ରମୁଖ କବିତା ପାଠ କରିଥିଲା ବେଳେ ସମ୍ପାଦକ ଶ୍ରୀ ପ୍ରଧାନ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସଭାପତିତ୍ବ କରୁଥିବା ଶ୍ରୀ ଆଚାର୍ଯ୍ୟ ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୈାସ୍ତୁଭ ରାଜସିଂହ,ଶରତ ରାଉତ, ପ୍ରିୟା ପାତ୍ର, ଗୀତାଞ୍ଜଳି ମହାରଣା, କୈାଶଲ୍ୟା ମହାରଣା, ସମୃଦ୍ଧି ମହାରଣା, ସମୀକ୍ଷା ପାତ୍ର, ଅଂଶୁମାନ ମହାରଣା,ପି କେ ସାବତ, ବଳରାମ ଦାଶ, ଅନୀଲ ଦାଶ,ବିଭୁଦତ୍ତ ବେହେରା, ଶ୍ରୀକାନ୍ତ ପାଣିଗ୍ରାହୀ, ବିଜୟ ବରାଳ, କମଳା ଆଚାର୍ଯ୍ୟ,ଶରତ ସ୍ବାଇଁ, ସୁନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଂଯୋଗୀ ସାହିତ୍ୟ ସମ୍ମାନ ପାଇବେ ରସିକ ଚନ୍ଦ୍ର ବେହେରା ଓ ଯଦୁନାଥ ଜେନା

masiha

ଖଣି ସହର ରେ ପ୍ରତିଦିନ ଘଣ୍ଟା ଘଣ୍ଟା ଅଘୋଷିତ ବିଦ୍ୟୁତ କାଟ,ସମସ୍ୟା ଭୋଗିଲେ ବିଦ୍ୟାର୍ଥୀ କାଲିଠାରୁ ପରୀକ୍ଷା ଆରମ୍ଭ

masiha

ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା ଟ୍ରକ :ଅଳ୍ପକେ ବର୍ତ୍ତିଲେ ଚାଳକ

masiha

Leave a Comment

error: Content is protected !!