ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାନୀୟ ଜଳ ଯୋଗାଣ ପାଇଁ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ମହିଳା

କୋକସରା,୨୦ା୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା କୋକସରା ଗ୍ରାମ ପଞ୍ଚାୟତ ର ୯ ନମ୍ୱର ୱାର୍ଡ ର ମହିଳା ମାନେ ବୁଧବାର କୋକସରା ବିଡ଼ିଓ ଙ୍କୁ ଭେଟି ପାନୀୟ ଜଳ ଯୋଗାଣ ପାଇଁ ଦାବି ଓ ଅଭିଯୋଗ କରିଛନ୍ତି । କୋକସରା ଗ୍ରାମର ୯ ନମ୍ବର ୱାର୍ଡ ର ଠାକୁରାଣୀ ମନ୍ଦିର ପଡ଼ାରେ ୨୫ ପରିବାର ବସବାସ କରୁଥିବା ବେଳେ ଏହି ପଡ଼ାକୁ ବସୁଧା ଯୋଜନା ରେ ପାଇପ ପାଣି ଯୋଗାଣ ହୋଇନାହିଁ । ଫଳରେ ପ୍ରଚଣ୍ଡ ଖରାରେ ପାନୀୟ ଜଳ ସଂଗ୍ରହ ପାଇଁ ମହିଳା ମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ୟ ସ୍ଥାନ କୁ ଯାଇ ପିଇବା ପାଣି ପାଇଁ ଅପେକ୍ଷା କରିବାକୁ ପଡୁଛି । କେତେ ବେଳେ ମିଳୁଛି ତ କେତେ ବେଳେ ନିରାଶ ହେବାକୁ ପଡୁଛି । ସମସ୍ୟା ର ସମାଧାନ ପାଇଁ ବୁଧବାର ୯ ନମ୍ବର ୱାର୍ଡ ର ମହିଳା ସଭ୍ୟା ନଳିନୀ ପ୍ରଭା ପଣ୍ଡାଙ୍କ ସମେତ ପଡା ର ମହିଳା ମାନେ କୋକସରା ବିଡ଼ିଓ ମନୀଷା ଦାସ ଙ୍କୁ ଅଭିଯୋଗ କରିବା ସହ ପଡାକୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଲିଖିତ ଅଭିଯୋଗ କରିଛନ୍ତି । ଏ ନେଇ ବିଡ଼ିଓ ଗ୍ରାମ୍ୟ ଜଳ ଯୋଗାଣ ର କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚ ଙ୍କୁ ଶୀଘ୍ର ସମସ୍ୟା ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମ ନି ସ 

Related posts

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ମାଇନିଂ ଆଦର୍ଶ ବିଦ୍ୟାଳୟ ଓ ଗୋଟିଏ ସ୍କିଲ ଏକାଡେମୀ: ମୁଖ୍ୟମନ୍ତ୍ରୀ

Leave a Comment

error: Content is protected !!