ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନୁଷ୍ଠିତ ହେଲା ଜନଜାଗରଣ ମଞ୍ଚର ମାସିକ ବୈଠକ 

ଅନୁଷ୍ଠିତ ହେଲା ଜନଜାଗରଣ ମଞ୍ଚର ମାସିକ ବୈଠକ 

ଖଇରା,୦୭/୧୨/୨୪ – ଅଞ୍ଚଳର ପ୍ରତ୍ୟେକ ସମସ୍ୟାରେ ଜନଜାଗରଣ ମଞ୍ଚ । ଲଢେଇ ମାଧ୍ୟମରେ ଦାବି ହାସଲ କରିବା ଏବଂ ଅଞ୍ଚଳ ପାଇଁ ଉନ୍ନତି ମୂଳକ କାର୍ଯ୍ୟ କରିବା ବାଲେଶ୍ଵର ଜିଲ୍ଲା ଖଇରା ଠାରେ ଗଢ଼ି ଉଠିଥିବା ଜନଜାଗରଣ ମଞ୍ଚର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଅତୀତରେ ଯେତେ ଗୁଡିଏ ସମସ୍ୟାକୁ ନେଇ ଦାବି କରିଛି ପ୍ରାୟ ସଫଳ ହୋଇଛି ମଞ୍ଚ । ପୂର୍ବରୁ ଦାବି ହୋଇ ଆସୁଥିବା ବା ରହି ଯାଇଥିବା ଦାବି ଗୁଡିକୁ ହାସଲ କରିବା ପାଇଁ ଅଣ୍ଟା ଭିଡିଛି ମଞ୍ଚ । ଏଥିପାଇଁ ପ୍ରତ୍ୟେକ ମାସ ଏକ ବୈଠକ ହୋଇଥାଏ । ଉକ୍ତ ବୈଠକରେ ପୁରୁଣା ଓ ନୂଆ ଦାବି ସମ୍ବନ୍ଧରେ ଆଲୋଚନା ହୋଇ ନୂତନ ପନ୍ଥା ବାବଦରେ ଆଲୋଚନା କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଖଇରା କେନାଲ ଅଫିସ୍ ସମ୍ମୁଖ ଜନଜାଗରଣ ମଞ୍ଚ ପରିସରରେ ରାମକୃଷ୍ଣ ଦାସମହାପାତ୍ର, ଦେବେନ୍ଦ୍ର କୁମାର ରାଉତ, ଚିନ୍ତାମଣି ସାହାଣୀ, କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ନରେନ୍ଦ୍ର ପ୍ରସାଦ ବେହେରା, ନିରଞ୍ଜନ ବେହେରା, ଚିନ୍ମୟୀ ଜେନା, ଅଞ୍ଜଳି ମହାନ୍ତି, ରଶ୍ମିତା ମହାପାତ୍ର ଓ ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ରେଳପଥ ନିର୍ମାଣ ଓ ଖଇରା ବଜାରରେ ଯାତ୍ରୀ ବିଶ୍ରାମଗାର ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ସଭ୍ୟା ରଶ୍ମିତା ମହାପାତ୍ରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକ ପ୍ରାରମ୍ଭରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ ସମସ୍ତଙ୍କୁ ଅମୃତବାଣୀ ଶୁଣାଇଥିଲେ । ସମ୍ପାଦକ ନିରଞ୍ଜନ ବେହେରା ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପଣ୍ଡିତ ବୁଦ୍ଧିରାମ ପାଣିଗ୍ରାହୀ ।।

ବାଲେଶ୍ଵର ଖଇରାରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ରେ ସମ୍ମାନିତ ହେଲେ କ୍ରୀଡା ଶିକ୍ଷକ

Sunil Chandra Nayak

Service Activities and Felicitation Ceremony Organized by Bharatiya Kisan Sangh Cuttack District Branch.

Sunil Chandra Nayak

ମାଜିଷ୍ଟ୍ରେଟ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!