ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

ଧର୍ମଗଡ଼ ବ୍ଲକ ଓଷ୍ଟା ପକ୍ଷରୁ ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ

ଆଜି ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଧର୍ମଗଡ଼ ବ୍ଲକ ଓଷ୍ଟା ଦ୍ଵାରା ୩୮ତମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଘୀୟ ପତାକା କୁ ବ୍ଲକ ସଭାପତି ଶ୍ରୀ ଜୟନ୍ତ କୁମାର ମୁଣ୍ଡ ଉତ୍ତୋଳନ କରିଥିଲେ l

ଉଦଘାଟନ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଙ୍କଜୀନୀ ମାଝୀ ମୁଖ୍ୟଅତିଥି ରୂପେ,ମୁଖ୍ୟ ବକ୍ତା ରୁପେ ଅବସର ପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ଉପସ୍ଥିତ ଥାଇ ଶିଶୁ ଉତ୍ସବ ରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତୁଳସୀ ରାମ ବାରିକ, ଜିଲ୍ଲା ଉପସଭାପତି ବାଞ୍ଛାନିଧି ପଣ୍ଡା, ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, ପ୍ରଧାନ ଶିକ୍ଷକ ରୂପେନ୍ଦ୍ର ବାଣୁଆ ,ଓଷ୍ଟା ବ୍ଲକ ସମ୍ପାଦକ ରିଖିରାମ ବେହେରା ଉପସ୍ଥିତ ଥିଲେ l ବ୍ଲକ ର ୨୦ ଗୋଟି ବିଦ୍ୟାଳୟର ୧୧୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ l

ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ରୂପେ ଓଷ୍ଟା ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ ଯୋଗ ଦେଇ ଓଷ୍ଟା ଶିକ୍ଷl ଓ ଶିକ୍ଷକ ଙ୍କ ପାଇଁ ଛାତ୍ରଛାତ୍ରୀ ଙ୍କ ପାଇଁ କାମ କରି ଆସୁଛି ବୋଲି ଶ୍ରୀ ଦାସ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ  l ରାଜ୍ୟ ଉପସଭାପତି ସାରଙ୍ଗ ଧର ଠାକୁର, ରାଜ୍ଯ ଯୁଗ୍ମସଂପାଦକ ବ୍ରଜ କିଶୋର ବିଶ୍ଵାଳ, ସରପଞ୍ଚ କୁମୁଦିନୀ ଗଏନ୍ତା ,ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଭାତ କୁମାର ରଥ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଶେଷରେ କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା lଆସନ୍ତା ଡିସେମ୍ବର ୨୧ ତାରିଖରେ ମେଦିନୀପୁର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ଶିଶୁ ଉତ୍ସବ ରେ ବ୍ଲକ ରେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ଥିବା ପ୍ରତିଯୋଗି ମାନେ ଅଂଶଗ୍ରହଣ କରିବେ ବୋଲି ସମ୍ପାଦକ ଓ ସଭାପତି ପ୍ରକାଶ କରିଛନ୍ତି l

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ଼ ଶକ୍ତି ମଣ୍ଡପରେ ବାସନ୍ତିକ ଦୁର୍ଗାପୂଜା

masiha

ଜଣେ ଶିକ୍ଷୟିତ୍ରୀଙ୍କ ଭରସାରେ ଚାଲିଛି ସ୍କୁଲ

masiha

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

Leave a Comment

error: Content is protected !!