ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

ମହାଲକ୍ଷ୍ମୀ ପୂଜା ଉପଲକ୍ଷେ ଧଅଁରାମାଲ ଠାରେ ନୃତ୍ୟ ଆସର ଆୟୋଜିତ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲଠାରେ ମହାଲକ୍ଷ୍ମୀ ପୂଜା ଅବସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ବରିଷ୍ଠ କଳାକାର ଉଦ୍ଧବ ଭୋଇ, ଖଗପତି ମଟାଲି, ନାଟ୍ୟ ନିର୍ଦ୍ଦେଶକ ସୌରଭ ମହାପାତ୍ର, ଯୁବ ଲେଖକ ଡିଲେଶ୍ୱର ରଣା ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କଳାକାର ହେମନ୍ତ ପୁଟେଲ ମଞ୍ଚ ପରିଚାଳନା କରିଥିବା ବେଳେ କମିଟି ସଭାପତି ଜିତେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଏ ଅବସରରେ ଏକ ନୃତ୍ୟ ଆସର ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର କୋଣ ଅନୁକୋଣରୁ ଅନେକ କଳାକାର ଉପସ୍ଥିତ ହୋଇ ନୃତ୍ୟ ପରିବେଷଣ କରିଥିଲେ। ମଳୟ ମାଝୀ, ମୋଚନ ଯାଦବ ଓ ସୌରଭ ମହାପାତ୍ର ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଶେଷରେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଆୟୋଜିତ ଲକ୍ଷ୍ମୀ ପୂଜାର ତ୍ରିମୋହନ କରୁଆଁ ସପତ୍ନୀକ କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିଲେ।

ଦୀପକ୍ ଠାକୁର ଙ୍କ ରିପୋର୍ଟ୍ 

Related posts

ବୁଢ଼ାପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ନାଲ ପାଣି ରେ ବୁଡି ମରିବା ଘଟଣା, ପ୍ରଶାସନ ପଦକ୍ଷେପ ୪ ଜଣ ଶିକ୍ଷକ ନିଲମ୍ବିତ

masiha

ଦେଓଗାମ୍ ଜୁଲୁଙ୍ଗ ସେପେଡ଼ ଟ୍ରଷ୍ଟର ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା 

Sunil Chandra Nayak

ବିଶ୍ଵ ନାଟ୍ୟ ଦିବସ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!