ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରଗୁଡିକର ସମସ୍ଯାକୁ ଲୋକସଭା ଓ ବିଧାନସଭାରେ ଉପସ୍ଥାପିତ କରାଯିବ

ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରର ୨୧ତମ ଅଧିବେଶନରେ ସାଂସଦ ଉଲାକା ଓ ବିଧାୟକ ବାହିନୀପତିଙ୍କ ଦୃଢୋକ୍ତି

ଭୁବନେଶ୍ୱର:୨୦/୪- ମ.ସି.ହା:– ରାଜ୍ଯର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଇ ଆସୁଥିବା କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଗୁଡିକ ଯେଉଁଭଳି ଆର୍ଥିକ ଅନାଟନର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ଲୋକସଭା ଓ ବିଧାନସଭାରେ କେନ୍ଦ୍ର ଓ ରାଜ୍ଯ ସରକାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଓ ଜୟପୁରର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରକାଶ କରିଛନ୍ତି। ଅପ୍ରେଲ ୧୬ ରୁ ୧୮ ତାରିଖ ତିନିଦିନ ଧରି ଜୟପୁର ସ୍ଥିତ ସ୍ବାମୀନାଥନ କୃଷି ଗବେଷଣା କେନ୍ଦ୍ର ପରିସରରେ ଆୟୋଜିତ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ମହାସଂଘ (ଏସଏମଏନଆଇ) ର ୨୧ତମ ସର୍ବଭାରତୀୟ ସମ୍ମିଳନୀରେ ମୁଖ୍ଯଅତିଥି ଭାବେ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ। ଭାଷା,ସାହିତ୍ୟ, ସାଂସ୍କୃତି ରୁଦ୍ଧିମନ୍ତ କରିବା ସହିତ ବିଶେଷକରି ଅବହେଳିତ ଅଞ୍ଚଳର ସମସ୍ଯାଗୁଡିକୁ ଲୋକଲୋଚନକୁ ଆଣିବା ଦିଗରେ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଗୁଡିକ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ରାଜ୍ଯ ଓ କେନ୍ଦ୍ର ସରକାର କେବଳ ବୃହତ ସମ୍ବାଦପତ୍ର ଗୁଡିକୁ ବିଜ୍ଞାପନ ପ୍ରଦାନ କରୁଥିବା ବେଳେ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରଗୁଡିକ ଲଗାତର ଅବହେଳାର ଶିକାର ହୋଇଆସୁଛନ୍ତି। କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ସମ୍ପାଦକମାନଙ୍କୁ ସାମ୍ବାଦିକ ମାନଙ୍କ ଭଳି ଦିଆଯାଉଥିବା ସୁବିଧା ସୁଯୋଗ ଯଥା ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ନ କରିବା ଅତ୍ଯନ୍ତ ପରିତାପର ବିଷୟ ବୋଲି ଅତିଥିମାନେ କହିଥିଲେ। କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପରିଡା ଉଦବୋଧନ ଦେଇ ଗଣମାଧ୍ୟମର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। ସ୍ବାମୀନାଥନ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ଯୋଗ ଦେଇଥିଲେ। ବର୍ତ୍ତମାନ ନ୍ଯୁଜ୍ ପ୍ରିଣ୍ଟର ମୂଲ୍ଯବୃଦ୍ଧି ଯୋଗୁଁ ବକ୍ତାମାନେ ଉଦବେଗ ପ୍ରକାଶ କରି ଏ ଦିଗରେ କେନ୍ଦ୍ର ସରକାର ସମସ୍ତ ରିହାତି ଯୋଗାଇବା ଉଚିତ ବୋଲି କହିଥିଲେ। କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ର ଗୁଡିକ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଉପରେ ଚାପା ସୃଷ୍ଟି, ସମାଜରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ଦୂରକରିବା ପାଇଁ ବୃହତ ସମ୍ବାଦପତ୍ରମାନେ ବିଫଳ ହେଉଥିବା ବେଳେ କ୍ଷୁଦ୍ର ଓ ମଧ୍ଯମ ସମ୍ବାଦପତ୍ରମାନେ ହିଁ ଲୋକଲୋଚନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଅନ୍ଯାନ୍ଯ ରାଜ୍ୟ ଭଳି ଓଡିଶାରୁ ପ୍ରକାଶ ପାଉଥିବା ସମ୍ବାଦପତ୍ରଗୁଡିକୁ ଅନୁମୋଦନ କରିବା ପାଇଁ ଦୁଇହଜାର ପ୍ରସାର ସ୍ବୀକୃତି ପ୍ରଦାନ କରିବା। ସରକାରଙ୍କ ବିଭିନ୍ନ ଯୋଜନା ପାଇଁ ଦିଆଯାଉଥିବା ବିଜ୍ଞାପନକୁ ଜିଲ୍ଳା ସ୍ତରୀୟ ସମ୍ବାଦପତ୍ର ଗୁଡିକକୁ ପ୍ରଦାନ କରିବା। ସରକାର ସ୍ବୀକୃତି ଅନୁମୋଦନ ପାଇଁ ଅପେକ୍ଷା କରିଥିବା ସମ୍ବାଦପତ୍ର ଗୁଡିକ ପ୍ରତି କୋହଳ ମନୋଭାବ ପୋଷଣ କରି ସ୍ବୀକୃତି ପ୍ରଦାନ କରିବା ଭଳି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ଉଭୟେ ଶ୍ରୀ ଉଲାକା ଓ ଶ୍ରୀ ବାହିନୀପତି ସଂଗଠନ ପକ୍ଷରୁ ପ୍ରସ୍ତାବ ମିଳିଲେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ଅତିଥିଙ୍କ ଦ୍ଵାରା ସ୍ମରଣିକା ଉନ୍ମୋଚିତ ହୋଇଥିଲା। ସମ୍ମିଳନୀରେ ରାଜ୍ଯ ସଂଗଠନର ସଭାପତି ରବି ରଥ, ମୁଖ୍ୟ ଉଦ୍ଯୋକ୍ତା ତଥା କେବିକେ ସମାଚାର ସମ୍ପାଦକ ବିନୋଦ ମହାପାତ୍ର, କର୍ମକର୍ତ୍ତା ଭଜରାମ ମହାପାତ୍ର,ଜଗଦୀଶ ମିଶ୍ର,ବିରେନ୍ଦ୍ର କୁମାର ପାଣିଗ୍ରାହୀ,ସରୋଜ ରଞ୍ଜନ ପଟ୍ଟନାୟକ, ସବିତା ମିଶ୍ର, ବିଜୟ କୁମାର ମହାନ୍ତି, ବାବୁଲି ବେହେରା, ଚନ୍ଦ୍ର କାନ୍ତ ସୂତାର, ମଞ୍ଜୁ ରଥ, ରାଜେନ୍ଦ୍ର କୁମାର ଗୌଡ, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ମ.ନି.ସ

Related posts

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

ତଲାଗାଁ ଠାରେ ନୂତନ ଧାନ ମଣ୍ଡି ଉଦଘାଟନ କଲେ ଜନ ପ୍ରତିନିଧି ଓ ଅଧିକାରୀ

Sunil Chandra Nayak

ଆଜି ଢେଙ୍କାନାଳରେ ଖୋଲିଲା ରୁଚି ର ୧୪ ତମ ଫୁଡ୍‌ ଆଉଟ୍ ଲେଟ୍ ଫ୍ରୋଜିଟ୍ 

Sunil Chandra Nayak

Leave a Comment

error: Content is protected !!