ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହର୍ଷୋଲ୍ଲାସରେ ପାଳିତ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୪ ତମ ଜନ୍ମ ଜୟନ୍ତୀ

ହର୍ଷୋଲ୍ଲାସରେ ପାଳିତ ହେଲା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ୧୫୪ ତମ ଜନ୍ମ ଜୟନ୍ତୀ

ପ୍ରଶାସନିକ କ୍ଷେତ୍ରରେ ଉଚ୍ଚକୋଟୀର ସଂସ୍କାର ଆଣିଥିଲେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ: ମୟୂରଭଞ୍ଜ ଜିଲ୍ଲାପାଳ

ମୟୂରଭଞ୍ଜ:୧୬/.୧୨.// ଭଞ୍ଜ ମାଟିର ସୁବର୍ଣ୍ଣ ଯୁଗର ପ୍ରବର୍ତ୍ତକ ତଥା ଆଧୁନିକ ଓଡ଼ିଶାର ଅନ୍ୟତମ ବିନ୍ଧାଣୀ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ୧୫୪ତମ ଜନ୍ମ ଜୟନ୍ତୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ହର୍ଷୋଲ୍ଲାସରେ ପାଳିତ ହୋଇ ଯାଇଛି। ଏହି ଜନ୍ମ ଜୟନ୍ତୀ ପାଳନ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର ମିଳିତ ସହଯୋଗରେ ଏହି ଦିବସର ସଂଯୋଜନା ଓ ପରିଚାଳନା କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ମଙ୍ଗଳବାର ପ୍ରାତଃରୁ ଡ଼ାକବାଜି ଯନ୍ତ୍ର ଦ୍ୱାରା ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇ ସହର ପରିକ୍ରମା କରାଯାଇଥିଲା ଏବଂ ଏଥିସହିତ, ବାରିପଦା ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ୱାବଧାନରେ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରୀ କରାଯାଇଥିଲା। 

ଇତ୍ୟବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଠାରେ ଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କର ପ୍ରତିମୂର୍ତ୍ତି ନିକଟରେ ସମସ୍ତ ନିମଂତ୍ରିତ ଅତିଥି, ଜିଲ୍ଲାର ସମସ୍ତ ପ୍ରସାଶସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ମାନ୍ୟବର ସାଂସଦ, ରାଜ୍ୟସଭା ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଦୀପକ ଗୋଛାୟତ କଲେକ୍ଟରେଟ ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

ଇତ୍ୟବସରରେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ (ରାଇରଙ୍ଗପୁର) ଶ୍ରୀ ଦୌଲତ ଚନ୍ଦ୍ରକାର, ବାରିପଦା ଉପାଜିଲ୍ଲପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ, ବାରିପଦା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାସିସ ନାୟକ, ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ, ଶ୍ରୀମତୀ ସତ୍ୟଭାମା ବେହେରା ପ୍ରମୁଖ ଉପସ୍ଥିତ ରହି ମହାରାଜା ଭଞ୍ଜ ଦେଓଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ। ତତ୍ପରେ, ନିମନ୍ତ୍ରିତ ଅତିଥି ଓ ସମସ୍ତ ପ୍ରଶାସନିକ ଅଧିକାରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମସ୍ତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ସମ୍ମୁଖରେ ଥିବା ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜ ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସୟ କହିଥିଲେଯେ, ଓଡିଆ ସାହିତ୍ୟ ଜଗତର ଜଣେ ମହାନ ପୃଷ୍ଠପୋଷକ ତଥା ଉନବିଂଶ ଶତାବ୍ଦୀର ଓଡିଆ ଭାଷା ଆନ୍ଦୋଳନର ଅନ୍ୟତମ ଗତିଶୀଳ ଆତ୍ମା ମହାରାଜା ଭଞ୍ଜ ଦେଓ ରାଜ୍ୟରେ ଉତ୍ତମ ପ୍ରଶାସନ ପାଇଁ ଭାଷା, ସ୍ୱାସ୍ଥ୍ୟ, ସାହିତ୍ୟ ଏବଂ ପ୍ରଶାସନିକ କ୍ଷେତ୍ରରେ ସଂସ୍କାର ଆଣିଥିଲେ ଏବଂ ସେହି ମହାନ ମାଟିର ପ୍ରବାଦ ପୁରୁଷ ମହାରାଜା ଭଞ୍ଜ ଦେଓଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳନ ଜିଲ୍ଲା ପ୍ରଶାସନ ହର୍ଷ ଓ ଉଲ୍ଲାସ ମଧ୍ୟରେ କରୁଅଛି। ସୂଚନାଯୋଗ୍ୟଯେ ବିଗତ ଦିନରେ, ଏହି ଦିବସ ପାଳନ ଅବସରରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରରେ ହୋଇଥିବା ତର୍କ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଏହିଠାରେ ପୁରସ୍କୃତ କରାଯାଇଥିଲା। 

ଏହି ଅବସରରେ, ମୟୂରଭଞ୍ଜର ମହାରାଜା ତଥା ପୂର୍ବତନ ବିଧାୟକ, ଶ୍ରୀ ପ୍ରବୀଣ ଭଞ୍ଜଦେଓ ଓ ମହାରାଣୀ ଶ୍ରୀମତୀ ସଂଗୀତା ଭଞ୍ଜଦେଓ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇ, ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାରାଜାଙ୍କର ଶାସନ ବ୍ୟବସ୍ଥା କିପରି ଆଜି ମଧ୍ୟ ଲୋକାଦୃତ ଅଛି ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ପରିଶେଷରେଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଧନ୍ୟବାଦ ଅର୍ପଣ ପୂର୍ବକ ସାଙ୍ଗ କରିଥିଲେ। ଏହି ଜନ୍ମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ ନିକ୍ଷେପକ, ଶ୍ରୀ ଶ୍ରୀକାନ୍ତ ବେହେରା, ଲଳିତ ରଞ୍ଜନ ନାଏକ, ଛିତା ସୋରେନ, କର୍ମଚାରୀ, ଶିବଶଙ୍କର ଦତ୍ତ, ରବି ନାରାୟଣ ନାଏକ, ରାମେଶ୍ୱର ବେଶରା,ବିଶ୍ୱନାଥ ମାର୍ଣ୍ଡି ପ୍ରମୁଖ ସହଯୋଗ କରିଥିବାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣିଙ୍କ ଠାରୁ ପ୍ରକାଶ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କଳାହାଣ୍ଡି :ବେଦାନ୍ତ ହସ୍ପିଟାଲ ପକ୍ଷରୁ କର୍କଟ ରୋଗ ନିରୂପଣ ଶିବିର ଅନୁଷ୍ଠିତ

masiha

ଭଂଜପୁର ଜଗଦ୍ଧାତ୍ରୀ ମେଳାର ୩ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ଯୋଗାସନ, ଓଡ଼ିଶୀ ଓ ଭଜନ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!