ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ର ତୃତୀୟ ସନ୍ଧ୍ୟା

ମଞ୍ଚସ୍ଥ ହେଲା ନାଟକ “କାରାଗାରର କାହାଣୀ”

ଭବାନୀପାଟଣା, ୨୪।୧୨ ମ ନି ସ) ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଆଜିକାର ତୃତୀୟ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାପତି ଶ୍ରୀ ଶାନ୍ତନୁ ବେହେରା, ଲେଖକ କଳା ପରିଷଦ ସଭାପତି ଶ୍ରୀ ଉମେଶ ଚନ୍ଦ୍ର ପଣ୍ଡା, ଅଧ୍ୟକ୍ଷ ପ୍ରଗତି ଶିକ୍ଷାନୁଷ୍ଠାନ ଶ୍ରୀ ଅଜୟ ପଣ୍ଡା, ବରିଷ୍ଠ ସାମ୍ବାଦିକ ହରଜିନ୍ଦର ସିଂ, ମା ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ପଲ୍ଲିଶ୍ରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମର ସଭାପତିତ୍ଵ କରିଥିଲେ ସ୍ମାରକୀ ନାଟ୍ୟ ସଂସ୍ଥାର ସଭାପତି ପ୍ରବୋଧ ରଥ। ଆଜିର ତୃତୀୟ ସନ୍ଧ୍ୟାରେ ପରିବେଷିତ ହୋଇଥିଲା ନାଟକ ” କାରାଗାରର କାହାଣୀ”। ଦିନେ କାରାକକ୍ଷ ଥିଲା ମୁକ୍ତିର ଏନ୍ତୁଡିଶାଳ। ମୁକ୍ତିର ବାର୍ତ୍ତା ଏହିଠାରୁ ଲମ୍ବି ଯାଇଥିଲା, କାହିଁ କେତେ ଦୂରକୁ। ପୁରାଣ ଯୁଗର କଂସର ବନ୍ଦୀଶାଳାଠାରୁ ଆରମ୍ଭ କରି ଇତିହାସ ବକ୍ଷରେ ଆତ୍ମପ୍ରକାଶ କରିଥିବା ବିଭିନ୍ନ ମୁକ୍ତି ସଂଗ୍ରାମ ଓ ଭାରତବର୍ଷର ସ୍ଵାଧୀନତା ଆନ୍ଦୋଳନ ହେଉଛି ଏହାର ଦୃଷ୍ଟାନ୍ତ। ଏବେ କିନ୍ତୁ ପରିବର୍ତ୍ତିତ ସ୍ଥିତିରେ ବଦଳି ଯାଇଛି କାରାଗାରର ସଂଜ୍ଞା । ଏହା ହୋଇଛି ସମାଜବିରୋଧୀ ମଣିଷମାନଙ୍କର ଆଡ୍ଡାସ୍ଥଳୀ। କାରାଗାର ଆଉ ତୀର୍ଥକ୍ଷେତ୍ର ହୋଇନାହିଁ । କାରାଗାର ବାହାରେ ରହିଛି ପ୍ରକୃତ କାରାଗାରର ଅସ୍ତିତ୍ଵ। ଆଉ ଏକ ଦୃଷ୍ଟିରୁ ଯେମିତି ବନ୍ଦୀତ୍ୱର ଅନୁଭବରେ ପୀଡିତ। ଏ ସଂସାର ଏକ କାରାଗାର। ସାମଗ୍ରିକ ଭାବେ କାରାଗାରର ଅସ୍ତିତ୍ୱ ମଣିଷର ଭିତରେ ଓ ବାହାରେ। କାରାଗାରକୁ କେନ୍ଦ୍ର କରି ଦର୍ଶକଙ୍କର ଚେତନା ଜଗତକୁ ମଥିତ କରିବାର ଲକ୍ଷ୍ୟ ନେଇ ଗଢି ଉଠିଛି ନାଟକ – କାରାଗାରର କାହାଣୀ। ନିୟୁକ୍ଵେଷ୍ଟ ରିପୋଟ୍ରି ରାଉରକେଲା ଦ୍ଵାରା ପ୍ରଦର୍ଶିତ ଏହି ନାଟକକୁ ବରିଷ୍ଠ ନାଟ୍ୟକାର ବିଜୟ କୁମାର ଶତପଥୀ ରଚନା କରିଥିବାବେଳେ ଓ ନଳିନୀ ନିହାର ନାୟକ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଚିରଞ୍ଜିବି ମହାରଣା, ଆଶୁତୋଷ ପତି, ଅମିୟ, ବିଶ୍ୱରଞ୍ଜନ, ଭାସ୍କର ଚନ୍ଦ୍ର ସାହୁ, ବିଶ୍ୱରଞ୍ଜନ ବାରିକ ଅଶୋକ ବଳ, କିଶୋର ଚନ୍ଦ୍ର ମହାରଣା, ନିରଞ୍ଜନ ଆଚାର୍ଯ୍ଯ, ସମୀର ପତ୍ରି, ସୁବ୍ରତା ନାୟକ, ଭୀଷ୍ମ ନାରାୟଣ ସ୍ଵାଇଁ, ପ୍ରିୟଙ୍କା ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ଏହି ନାଟକରେ ସଙ୍ଗୀତ ନିର୍ଦ୍ଦେଶନା ଗୁଲାବ୍ ଶର୍ମା ଓ ପ୍ରମୋଦ ସାହୁ ଦେଇଥିବାବେଳେ ନଳିନୀ ନିହାର ନାୟକ ଆଲୋକ ସଞ୍ଚାଳନ କରିଥିଲେ। ବେଶ ପୋଷାକରେ ହରି ସହାୟତା କରିଥିଲେ। ନାଟକ ପରିଚାଳନା କରିଥିଲେ ଦିନେଶ ମହାନ୍ତି। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହେବାସହ କଳାକାରଙ୍କ ଅଭିନୟ ଶେଷଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଟାଉନ ହଲରେ ଅଗଣିତ ଦର୍ଶକଙ୍କ ଭିଡ ଏବଂ ଅଜସ୍ର କରତାଳି କଳାକାରଙ୍କୁ ଆହୁରି ଉତ୍ସାହିତ କରିଥିଲା। ଆଜିର କାର୍ଯ୍ୟକ୍ରମରେ ଆଶୁତୋଷ ପୁରୋହିତ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ଶୁଭେନ୍ଦୁ ମହାପାତ୍ର, ଧ୍ୟାନାନନ୍ଦ ପଣ୍ଡା, ଦେବୀ ପ୍ରସାଦ ରଥ, ବିରଞ୍ଚି ନାରାୟଣ ମୁଣ୍ଡ, ରାଜେଶ ଦାଶ, ସୌରଭ ମହାପାତ୍ର, ଆଶୁତୋଷ ପୁରୋହିତ, ଆଲୋକ କୁମାର ସାହୁ, ରାମେଶ୍ଵର ତ୍ରିପାଠୀ, ଶୁଭମ୍ ବେହେରା, ଦୀପ୍ତିମୟୀ ସିଂ, ତଥାଗତ ମିଶ୍ର, ସୌମ୍ଯ ରଂଜନ ଜେନା, ଶିବଶକ୍ତି ପୁରୋହିତ, ଦୀପକ ଶର୍ମା, ବିକାଶ ରଞ୍ଜନ ମୁଣ୍ଡ, ଅମରେନ୍ଦ୍ର ମହାନ୍ତି, ଶୁଭାଶିଷ ମହାପାତ୍ର, ଆର୍ୟା ନାୟକ, ପ୍ରିୟଙ୍କା ପଟ୍ଟନାୟକ, ଶାଲିନୀ ମହାପାତ୍ର, ସୁଶୀଲ ଆଚାର୍ଯ୍ୟ, ଅବିନାଶ ଅଗସ୍ତି, ଦୀପକ ଶର୍ମା, ଗୋପିଧର ନାୟର, ପୁଷ୍ପାଞ୍ଜଳି ଦୀପ, ଲିପ୍ସା ମହାରଣା, ପ୍ରଜ୍ଞା ପରିମିତା ନାୟକ, ଲିପ୍ସାରାଣୀ ବାରିକ ପ୍ରମୁଖ ସହଯୋଗ କରିଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନବରଙ୍ଗପୁର ରେ ଦ୍ଵି – ଭାଷୀ ଚଳଚ୍ଚିତ୍ର ର ସୁଟିଂ

Sunil Chandra Nayak

“ଫିଲ୍ମ ଅପରେସନ ୧୨/୧୭” ର ଶୁଭ ମହୁରତ

Sunil Chandra Nayak

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ପାରି କରିବେ ଭୋଳାଶଙ୍କର ୨’ ର ଅଡିଓ ଲୋକାର୍ପିତ

Sunil Chandra Nayak

Leave a Comment

error: Content is protected !!