ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

ଶେଷ ହେଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ରାଜ୍ୟ ସ୍ତରୀୟ ପଞ୍ଚମ ବାର୍ଷିକ ଉତ୍ସବ

ବାଲେଶ୍ବର,୨୮/୧୨/୨୪ – ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ “, ଆଳଦା, ଖଇରା, ବାଲେଶ୍ବରର ପଞ୍ଚମ ବାର୍ଷିକ ଉତ୍ସବ ଖଇରା କଲେଜ ନିକଟ ବଣପାରିଆ ଛକ ସ୍ଥିତ ଗାୟତ୍ରୀ ମଣ୍ଡପ ପରିସରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ରାଜ୍ୟ ସ୍ତରୀୟ ସାହିତ୍ୟ, ସମ୍ବାଦ ଓ ସମାଜସେବା ସମାରୋହରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବିଭିନ୍ନ ପ୍ରତିଭାଧାରୀ ମାନେ ଆସି ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ପ୍ରଥମେ ଘଟଗାଁ ସ୍ଥିତ ସଂଯୋଗୀ ସଜଫୁଲ ସମ୍ପାଦକ ବାବୁଲାଲ ପଲେଇଙ୍କ ସଭାପତିତ୍ବରେ କବିତା ପାଠ ଓ ନୃତ୍ୟ ପରିବେଷଣ ସଭାରେ ସମ୍ମାନିତ ଅତିଥି ଭାବେ ସୁଦୂର ବାଙ୍ଗାଲୋରରୁ ଆସିଥିବା କବୟିତ୍ରୀ ଯାଜ୍ଞସେନୀ ପଣ୍ଡା ଏବଂ ହାଟଡିହୀ ଅଞ୍ଚଳରୁ ଆସିଥିବା ବ୍ଯଙ୍ଗବକି ମୁରଲୀଧର ବେହେରା ଓ ନାରାୟଣ ସାହୁ ମଞ୍ଚାସୀନ ଥିଲେ । ଓଡିଶା ହାଇକୋର୍ଟ ଆଡଭୋକେଟ ତଥା କବୟିତ୍ରୀ ସୁଜାତା ଦାସ ମହାନ୍ତିଙ୍କ ଅତିଥି ଆମନ୍ତ୍ରଣ, ପରିଚୟ ଓ ମଞ୍ଚ ପରିଚାଳନା ସମସ୍ତଙ୍କୁ ଆନନ୍ଦ ଦେଇଥିଲା । କବିତା ସଂଯୋଜ୍ରନା କରିଥିଲେ କବୟିତ୍ରୀ ତାନଶ୍ରୀ ପାଣିଗ୍ରାହୀ ଓ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ ।

      ସେହିପରି ଦ୍ବିତୀୟ ଅଧିବେଶନରେ ଭାରପ୍ରାପ୍ତ ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୁଦ୍ଧିରାମ ପାଣିଗ୍ରାହୀ, ସମ୍ମାନିତ ବକ୍ତା ଭାବେ ଯାଜ୍ଞସେନୀ ପଣ୍ଡା, ସମ୍ମାନିତ ଅତିଥି ଭାବେ କବି ସୁଦାମ ଚରଣ ରାଉତ ଏବଂ ସମାଜସେବୀ ଚିନ୍ମୟ ଦାଶ ମଞ୍ଚାସୀନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ମୁଖ୍ୟ ବକ୍ତା ବ୍ଲକ ଚେୟାରମ୍ୟାନ ଅଭିଲିପ୍ସା ସାହୁ ଯୋଗୁଁ ଦେଇ ନ ପାରିବାରୁ ତାଙ୍କ ପ୍ରଦତ୍ତ କମ୍ବଳ ବଣ୍ଟନ ଆରମ୍ଭ କରିଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି । କାର୍ଯ୍ୟ ବ୍ଯସ୍ତତା ଯୋଗୁଁ ଅଳ୍ପ କେତେ ଜଣଙ୍କୁ ସମ୍ବର୍ଦ୍ଧିତ କରି ବିଦାୟ ନେଇଥିଲେ ମୁଖ୍ୟ ଅତିଥି ଶ୍ରୀମତୀ ମହାନ୍ତି । ପରେ ପରେ ଅନ୍ୟ ମଞ୍ଚାସୀନ ଅତିଥି ମାନେ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ମାନପତ୍ର, ଉତ୍ତରୀୟ, ମୁକୁଟ ଇତ୍ୟାଦି ଦେଇ ସମ୍ବର୍ଦ୍ଧିତ କରିଥିଲେ ।

         ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସୁଜାତା ଦାସ ମହାନ୍ତି, ଶୁଭଶ୍ରୀ ରଣା, ଶ୍ରଦ୍ଧାଞ୍ଜଳି ଖମାରୀ, ବୈଷ୍ଣବୀ ପ୍ରଧାନ, ଡ.ସୁରେନ୍ଦ୍ର ପ୍ରସାଦ ମହାନ୍ତି, ବୈଜୟନ୍ତୀ ସାମଲ, ବ୍ରଜବନ୍ଧୁ ବେହେରା, ସରୋଜ କୁମାର ସେନାପତି, ରାମଚନ୍ଦ୍ର ପତ୍ରୀ, ବାବୁଲାଲ ପଲେଇ, ସନ୍ତୋଷ କୁମାର ପତି, ଅଧିକାରୀ ନାୟକ, ସତ୍ୟ ପ୍ରକାଶ କର, ମାଲତୀଲତା ପହି, ହେମନ୍ତ କୁମାର ନାୟକ, ନାରାୟଣ ସାହୁ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ରମେଶ କୁମାର ସାହୁ, ତପନ କୁମାର ସାହୁ, ପ୍ରଫୁଲ୍ଲ କୁମାର ଦାଶ, ସନ୍ଧ୍ୟାରାଣୀ ପଟ୍ଟନାୟକ, ଉମେଶ ଚନ୍ଦ୍ର ମହାନ୍ତି, କବି କୈଳାସ ପାତ୍ର, ସୀମା ମିଶ୍ର, ସୁଚିସ୍ମିତା କର, ରଶ୍ମିତା ପ୍ରମାଣିକ, ଲକ୍ଷ୍ମୀପ୍ରିୟା ଜେନା, ସୁଦାମ ଚରଣ ରାଉତ, ମମତା କୁମାରୀ ଜେନା, ସୁମିତ୍ରା ମିଶ୍ର, ରେଖାରାଣୀ ବାରିକ୍, ମଞ୍ଜୁଳା ହୋତା, ମିନତୀ ଜେନା, ବନଲତା ଜେନା, ତାନଶ୍ରୀ ପାଣିଗ୍ରାହୀ, ମମତାମୟୀ ବିଶ୍ବକଲ୍ଯାଣୀ ରାଉତ, ପ୍ରସନ୍ନ ମତଗଜ, ସରୋଜ କୁମାର ଓଝା, ପ୍ରଫୁଲ୍ଲ କୁମାର ଦାଶ, ବିଶ୍ବଜିତ୍ ରଣା, କୈଳାସ ରଣା, ବନଲତା ଜେନା, ଲିଲୁଲତା ନନ୍ଦୀ, ବସନ୍ତ କୁମାର ଦାସ, ବିଭୂତି ଭୂଷଣ ଦାଶ, ଆଲୋକମୟ ପଣ୍ଡା, ରଞ୍ଜନ କୁମାର ନାୟକ, କୁଞ୍ଜଲତା ମାହୁଁନ୍ତ, ସୁନିତା ପରିଡ଼ା, ସରସ୍ବତୀ ମାଝୀ, ସନ୍ଦିପ୍ ମାଝୀ, ଜିତେନ୍ଦ୍ର କୁମାର ସାହୁ, ଯାଜ୍ଞସେନୀ ପଣ୍ଡା, ମିନତୀ କର,ମଧୁସ୍ମିତା ଶା, କମଳିନୀ ସେନାପତି, ରୁବିଲତା ଦାସ, କୁମମଣି ଦେଇ, ଶୁଭଶ୍ରୀ ଦାସ, ସୁଶ୍ରୀ ସାଇ ସମୀକ୍ଷା ରଥ, ବୈଷ୍ଣବୀ ପ୍ରଧାନ, କରିସ୍ମା ନାୟକ, ପ୍ରୀତିପ୍ରଜ୍ଞା ଦାସ, ବିଜୟାଶ୍ରୀ ନନ୍ଦୀ, ପଲ୍ଲବୀ ଦାଶଙ୍କ ସମେତ ଶହେରୁ ଉର୍ଦ୍ଧ୍ବ କବି, କବୟିତ୍ରୀ, ସଂଗଠକ, ସମାଜସେବୀ ସଂଗଠନ, ଜନହିତ ଯୁବକ ସଂଘ, ବାଲେଶ୍ବର, ମିଶନ ଜ୍ଯୋତି ଟ୍ରଷ୍ଟ, ଭୁବନେଶ୍ୱର, ସାମ୍ବାଦିକ ଏବଂ ବିଭିନ୍ନ ବର୍ଗର ପ୍ରତିଭାଧାରୀ ମାନେ ପ୍ରତିଭା ପ୍ରଦର୍ଶନ କରି ମଞ୍ଚାସୀନ ଅତିଥି ମାନଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇ ଫେରିଥିଲେ । ଅନୁଷ୍ଠାନର କାର୍ଯ୍ୟକ୍ରମ ସଭାପତି କୁଞ୍ଜଲତା ମାହୁଁନ୍ତ, ସହ-ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ଅକ୍ଳାନ୍ତ ପରିଶ୍ରମ, ସାହାଯ୍ୟ ଓ ସହଯୋଗ ବାସ୍ତବରେ ଅବର୍ଣ୍ଣନୀୟ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଦିବସବ୍ଯାପୀ କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ଏବଂ ଅନୁଷ୍ଠାନକୁ ଭଲ ପାଉଥିବା ବନ୍ଧୁ ମାନେ ସାମିଲ ଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

୧- ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ବନ୍ୟାରେ ଜଳବନ୍ଦୀ ହେଲା କୋଟେନ ଗାଁ , ୨- ମଟର ସାଇକେଲ ଦୁର୍ଘଟଣା ୧ ମୃତ ୨ ଗୁରୁତର 

Sunil Chandra Nayak

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୪ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ୧୭ ନୂତନ ନିଯୁକ୍ତ ଶିକ୍ଷକଙ୍କୁ ସ୍ଵାଗତ 

masiha

ରାଇରଙ୍ଗପୁରରେ “ଓଡିଶା ବନାଞ୍ଚଳ ଉନ୍ନୟନ ଦ୍ୱିତୀୟ ପର୍ଯ୍ୟାୟ ” ପ୍ରକଳ୍ପ ବାର୍ଷିକ ସମୀକ୍ଷ୍ୟା ବୈଠକ 2022-23 ଅନୁଷ୍ଠିତ  

Sunil Chandra Nayak

Leave a Comment

error: Content is protected !!