ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଉପସ୍ଥିତିରେ ପୌରପାଳିକାର ସମୁହ ସଫେଇ

ବିଧାୟକଙ୍କ ଉପସ୍ଥିତିରେ ପୌରପାଳିକାର ସମୁହ ସଫେଇ

ନବରଙ୍ଗପୁର:(୨|୧|୨୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ପୌରପାଳିକାର ୱାର୍ଡ ନଂ ୧୬ ଗାନ୍ଧୀନଗର ମୂଖ୍ୟଛକ ଠାରେ ବିଧାୟକଙ୍କ ଉପସ୍ଥିତିରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗତ କାଲି ନୂତନ ଭାବେ ଟେଣ୍ଡର ପାଇଥିବା ସଫେଇ ଠିକା ସଂସ୍ଥା ପରିତୋଷ ଦ୍ବାରା ଏହି ସଫେଇ କାମ ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ଠିକା ସଂସ୍ଥା ପକ୍ଷରୁ ବିଧାୟକ , ପୌର ଅଧକ୍ଷ ଓ କାଉନସିଲର ମାନଙ୍କୁ ଫୁଲତୋଡା ଦେଇ ସମ୍ବଦ୍ଧନା କରାଯାଇଥିଲା । ଏହି ସଫେଇ କାର୍ଯ୍ୟରେ ୩୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ସଫେଇ କର୍ମଚାରୀ ମାନେ ସାମିଲ ହୋଇଥିଲେ । ଗାନ୍ଧିଛକ ସମେତ ଭାଟିଶାଳଗୁଡା ସ୍କୁଲ ପ୍ରବେଶ ପଥ, ଅର୍ଜୁନ ଭଡରା ଗଳି ଏବଂ ଆର ଏମ ସି କାର୍ଯ୍ୟାଳୟର ପଶ୍ଚିମ ଦ୍ବାର ଫାଟକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବ ନାଳ ଓ ରାସ୍ତା ସଫେଇ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପରିତୋଶ କର୍ମଚାରୀ ମାନଙ୍କୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ବିଧାୟକ ଗୌରୀ ଶଙ୍କର ମାଝୀ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସମେତ ପୌର ଅଧକ୍ଷ କୁନୁ ନାୟକ, କାଉନସିଲର ଏ ସତିଶ,ଅମିତ ପ୍ରଧାନ, ସର୍ମିଷ୍ଠା ଦେଓ, ମମତା ମହାରଣା, ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ପରିତୋଷର ମୂଖ୍ୟ ବଳରାମ ସାହୁ, ସଫେଇ ପରିଚାଳକ ସୁଜିତ ମିଶ୍ର,ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସୂଚନା ଯୋଗ୍ୟ ଯେ, ସଫେଇ କାର୍ଯ୍ୟ ପାଇଁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥୁବା ପରିତୋଷ ଠିକା ସଂସ୍ଥା ୧୭ଟି ଓ୍ବାର୍ଡର ସଫେଇ କାର୍ଯ୍ୟ କରିବ । ଏହି କାର୍ଯ୍ୟ ପାଇଁ ପ୍ରାୟ ୨୭ ଲକ୍ଷ ଟଙ୍କା ବ୍ୟୟରେ ମୋଟ ୧୩୫ ସଂଖ୍ୟକ କର୍ମଚାରୀ ମାନେ ନିୟୋଜିତ ରହିଛନ୍ତି । ବାୟୋ ମେଟ୍ରିକ୍ ମେସିନରେ କର୍ମଚାରୀ ମାନଙ୍କ ଉପସ୍ଥାନ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି କହିଛନ୍ତି ।

( ମ ନି ସ )

Related posts

‌ରାଇରଙ୍ଗପୁର ସାଇ ବିହାରରେ ଲକ୍ଷାର୍ଚନା

masiha

ଆମ ସଂଘ ଆମର, ଆମେ ସବୁ ସଂଘର : ବରିଷ୍ଠ କଳାକାର ମହାସଂଘ

masiha

ଜବାହର ନବୋଦୟ ବିଦ୍ୟାଳୟରେ ଏକାଡେମୀକ୍ ଏଚିଭମେଣ୍ଟ ଏଓ୍ଵାର୍ଡ ସମାରୋହ

Sunil Chandra Nayak

Leave a Comment

error: Content is protected !!