ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

ଢେଙ୍କାନାଳ, ତା. ୬.୧୨୦୨୪- ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗାଡ଼ିଚାଳକ ଓ ହେଲପର ଏବଂ କଣ୍ଡକ୍ଟର ମାନଙ୍କ ସ୍ଵାସ୍ଥ୍ୟ ଠିକ୍ ରହିଲେ ଯାତାୟାତରେ ସୁବିଧା ହେବା ସହିତ ଯାତ୍ରୀମାନେ ଯାତ୍ରା ସମୟରେ ସୁରକ୍ଷିତ ରହିପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି l ସେଥିପାଇଁ ସେମାନେ ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଚକ୍ଷୁ ମଧ୍ୟ ପରୀକ୍ଷା କରିବା ପାଇଁ ମତବ୍ୟକ୍ତ କରିଛନ୍ତି l ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟକୁମାର ମିଶ୍ର, ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବାଶିଷ ସ୍ୱାଇଁ, ରାପିଡ୍ ରାପିଡ୍ ରେସ୍‌ପନ୍ସ୍ ଟିମ୍ ର ଜିଲା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, ସଡ଼କ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ଏବଂ ପିପ୍ୟୁଲ ଟୁ ପିପ୍ଯୁଲ ହେଲଥ ଫାଉଣ୍ଡେସନର ଡାଇରେକ୍ଟର ଶ୍ରୀ ଆଲୋକ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ ବହୁ ସଂଖ୍ୟକ ଡ୍ରାଇଭର, କଣ୍ଡକଟର, ହେଲପର ଓ ସଂପୃକ୍ତ ଅନ୍ୟମାନଙ୍କର ରକ୍ତ ଚାପ, ମଧୁ ମେହ, କିଡ଼ନୀ, ଲିଭର ଆଦିର ପରୀକ୍ଷା କରାଯାଇଥିଲା । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ

Sunil Chandra Nayak

ଶିକ୍ଷା ବିଭାଗ ନିକଟରେ ଶିକ୍ଷକ ନାହାନ୍ତି, ଦ୍ଵିତୀୟଥର ପାଇଁ ସ୍କୁଲରେ ତାଲା ପକେଇଲେ ଅଭିଭାବକ 

Sunil Chandra Nayak

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!