ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

ଢେଙ୍କାନାଳ, ତା. ୬.୧୨୦୨୪- ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ବସଷ୍ଟାଣ୍ଡ ଠାରେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚ଼ନ୍ଦ୍ର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗାଡ଼ିଚାଳକ ଓ ହେଲପର ଏବଂ କଣ୍ଡକ୍ଟର ମାନଙ୍କ ସ୍ଵାସ୍ଥ୍ୟ ଠିକ୍ ରହିଲେ ଯାତାୟାତରେ ସୁବିଧା ହେବା ସହିତ ଯାତ୍ରୀମାନେ ଯାତ୍ରା ସମୟରେ ସୁରକ୍ଷିତ ରହିପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି l ସେଥିପାଇଁ ସେମାନେ ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଚକ୍ଷୁ ମଧ୍ୟ ପରୀକ୍ଷା କରିବା ପାଇଁ ମତବ୍ୟକ୍ତ କରିଛନ୍ତି l ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟକୁମାର ମିଶ୍ର, ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବାଶିଷ ସ୍ୱାଇଁ, ରାପିଡ୍ ରାପିଡ୍ ରେସ୍‌ପନ୍ସ୍ ଟିମ୍ ର ଜିଲା ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, ସଡ଼କ ସୁରକ୍ଷା କମିଟିର ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ଏବଂ ପିପ୍ୟୁଲ ଟୁ ପିପ୍ଯୁଲ ହେଲଥ ଫାଉଣ୍ଡେସନର ଡାଇରେକ୍ଟର ଶ୍ରୀ ଆଲୋକ ମହାନ୍ତି ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ ବହୁ ସଂଖ୍ୟକ ଡ୍ରାଇଭର, କଣ୍ଡକଟର, ହେଲପର ଓ ସଂପୃକ୍ତ ଅନ୍ୟମାନଙ୍କର ରକ୍ତ ଚାପ, ମଧୁ ମେହ, କିଡ଼ନୀ, ଲିଭର ଆଦିର ପରୀକ୍ଷା କରାଯାଇଥିଲା । 

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ନଦୀରେ ବୁଡି ବୃଦ୍ଧ ଙ୍କ ମୃତ୍ୟୁ 

masiha

କଳାହାଣ୍ଡି :ବସ୍ତରେନ ମାଉଲିଙ୍କ ‘ଅଷାଢ଼କେନା’ ଯାତ୍ରା ସମ୍ପନ୍ନ କଣ୍ଟା ଦୋଳିରେ ଝୁଲି ଭକ୍ତଙ୍କୁ ଦର୍ଶନ ଦେଲେ ଦେବୀ

Sunil Chandra Nayak

ଅଜଣା ଗାଡ଼ି ଧକ୍କାରେ ଗୋଟାଏ ଗୋରୁ ମୃତ ବେଳେ ଅନ୍ୟ ଗୋଟିଏ ଗୁରୁତର

Leave a Comment

error: Content is protected !!