ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

ଜୁନାଗଡ଼ ୭/୧,( ମନୀ ସ)-ଜନସାଧାରଣ ଙ୍କ ଆବେଗ କୁ ଦେଖି ଗତ ୫ ତାରିଖ ଦିନ ସାରା ଜୁନାଗଡ଼ବାସି ମା ଲଙ୍କେଶ୍ୱରୀ ମଞ୍ଚ ରେ ଏକତ୍ରିତ ହୋଇ ଜୁନାଗଡ଼ ମହୋତ୍ସବ କରିବା ପାଇଁ ଅଣ୍ଟା ଭିଡି ଥିଲେ l ଏହି ମର୍ମ ରେ ୬ ତାରିଖ ଦିନ ଜୁନାଗଡ଼ ମହୋତ୍ସବ କୋର କମିଟି ସଦସ୍ୟ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଅନୁରୋଧ ଜଣାଇଥିଲେ l ଜିଲ୍ଲାପାଳ ଜୁନାଗଡ଼ ମହୋତ୍ସବ ପାଇଁ ସହମତି ଜଣାଇଥିବା କମିଟି ସଦସ୍ୟ ଙ୍କ ଠାରୁ ପ୍ରକାଶ l ଜୁନାଗଡ଼ ବ୍ଲକ ଓ ଏନ ଏ ସି ସ୍ତରୀୟ ଉତ୍ସବ ଘୁମୁରା ୩ ଦିନ ବ୍ୟାପି ଜୁନାଗଡ଼ ଠାରେ ଅ ଏନେକ ଉତ୍ସାହ ସହ ପାଳନ ହେ।ଇ ଆସୁଥିଲା l କୌଣସି କାରଣ ବଶତଃ ଏ ବର୍ଷ ହେଉ ନ ଥିବାରୁ ଜନସାଧାରଣ ମନରେ ନିରାଶା ଛାଇ ଯାଇଥିଲା l ଏ ସବୁ କୁ ଦୃଷ୍ଟି ରେ ରଖି ଏକ ଭିନ୍ନ ଢଙ୍ଗ ରେ ଜୁନାଗଡ଼ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପତି ହୋଇଥିଲା l ଆଜି ଏହି କମିଟି ର ସଦସ୍ୟ ଏନ ଏ ସି ଅଧକ୍ଷା ହିମାଦ୍ରୀ ନାଏକ, ପାରିଷଦ ହିମାଦ୍ରୀ ସିନ୍ଦୁର, ବରିଷ୍ଟ ସଦସ୍ୟ ଦୁର୍ଗା ପ୍ରସାଦ ନାଏକ, ଶିବପ୍ରସାଦ ମହାନ୍ତି, ଅଶୋକ ପଟ୍ଟନାୟକ, ରଞ୍ଜନ କୁମାର ଜାଲ ପ୍ରମୁଖ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ l ଏହି ଖବର ପ୍ରଚାରିତ ହେବା ପରେ ଜୁନାଗଡ଼ ଅଂଚଳ ରେ ଖୁସି ର ଲହରୀ ଖେଳି ଯାଇଛି l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପଞ୍ଚାୟତରାଜ ଉଚ୍ଚବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

Sunil Chandra Nayak

ରାଇରଙ୍ଗପୁର କୃଷି ଯନ୍ତ୍ରପାତି ମେଳାରେ ମିଶନ ଶକ୍ତିର ଧୂପକାଠି ଷ୍ଟଲ 

masiha

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!