ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା: ରାଉରକେଲାର ଅନ୍ୟତମ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ବାସୁଦେବପୁର ଜନକଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ସେକ୍ଟର-୭ ସ୍ଥିତ ମଧୁ ମଣ୍ଡପ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ମୁଖ୍ୟ ଅତିଥି ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ବାରିକ, ମୁଖ୍ୟବକ୍ତା ଡଃ. ଉମାକାନ୍ତ ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସତ୍ୟାନନ୍ଦ ବେହେରା ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡା ଏବଂ ରମାକାନ୍ତ ବେହେରା ସ୍ବାଗତ ସଙ୍ଗୀତ ସହ ଜାତୀୟ କବି ବାଞ୍ଛାନିଧିଙ୍କ କବିତା ଗାନ କରିଥିଲେ। ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ କୋଷାଧ୍ୟକ୍ଷ ଉଦୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ ବାର୍ଷିକ ବିବରଣୀ ପାଠ ସହ ପରିଷଦର କାର୍ଯ୍ୟାବଳୀ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡଃ ପଣ୍ଡା ତାଙ୍କ ଅଭିଭାଷଣରେ ଭାରତବର୍ଷର ଦର୍ଶନ ତତ୍ବ ଆଲୋଚନା କରି କହିଲେ, ଏ ଦେଶ, ଏ ଜାତି ଅନ୍ୟପାଇଁ ପ୍ରାଣ ଉତ୍ସର୍ଗ କରିଥାଏ। ଯେମିତି ବାସୁଦେବପୁରର ଇରମ ମାଟି ଦେଶ ଓ ଜାତିର ସମ୍ମାନ ପାଇଁ ନିଜର ପ୍ରାଣବଳି ଦେବାକୁ ପଛାଇ ନାହିଁ। ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସାହିତ୍ୟ – ସଂସ୍କୃତି ସହ ସ୍ବାଧୀନତା ଆନ୍ଦୋଳନରେ ଏ ଅଞ୍ଚଳର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବାରିକ ଇରମ ଗୁଳି କାଣ୍ଡ ସମ୍ପର୍କରେ ବର୍ଣ୍ଣନା କରିବା ସହ ବାସୁଦେବପୁର ତଥା ଭଦ୍ରକ ମାଟିକୁ ଧନ୍ୟ କରିଥିବା ବିଶିଷ୍ଟ ବ୍ୟକ୍ତି – ଜାତୀୟ କବି ବାଞ୍ଛାନିଧି ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ଡକ୍ଟର ହରେକୃଷ୍ଣ ମହତାବ ପ୍ରଭୃତିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ସାମ୍ବାଦିକ ଶ୍ରୀ ବେହେରା ଇରମ ଗୁଳିକାଣ୍ଡ ପାଇଁ ବାସୁଦେବପୁର ମାଟି ଗର୍ବିତ ବୋଲି କହିବା ସହ ବାସୁଦେବପୁରର ଐତିହ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଇଂ. ଅଶୋକ କୁମାର ପଟ୍ଟନାୟକ, ଅଜୟ କୁମାର ମହାନ୍ତି ଏବଂ ବର୍ଷା ରାଣୀ ରାଉଳ ପ୍ରମୁଖ ଭଦ୍ରକର ବାସୁଦେବପୁର ତଥା ଇରମ ମାଟିର ବୀର ଗାଥାକୁ ନେଇ ରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଏହି ଅବସରରେ ସାବିତ୍ରୀ ନାୟକଙ୍କ ଲିଖିତ ପୁସ୍ତକ ‘ ରକ୍ତ ରଂଜିତ ଇରମ ଭୂଇଁ ‘ଜୟ ର ଦ୍ବିତୀୟ ସଂସ୍କରଣ ଏବଂ ଶିଶୁ ଲେଖକ ଶ୍ରେୟାଂଶ ଦାସଙ୍କ ରଚିତ ପୁସ୍ତକ ENCHANTED REALM: AN ADVENTURE ଅତିଥି ମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ବରିଷ୍ଠ ସଦସ୍ୟ ରାଜକୁମାର ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜ୍ୟୋତିର୍ମୟୀ ପତି, ସାବିତ୍ରୀ ଦାସ, ମଧୁମିତା କର , ଶ୍ରଦ୍ଧାଞ୍ଜଳି ନାୟକ, ସୁବାସ ଚନ୍ଦ୍ର ମହାପାତ୍ର, ସନାତନ ପତି, କୃପାସିନ୍ଧୁ ବେହେରା, ସତ୍ୟଜିତ୍ ସାହୁ, ଅଚ୍ୟୁତାନନ୍ଦ ଦାସ, ଅଞ୍ଜନା ବେହେରା , ପ୍ରମୁଖ କାର୍ଯ୍ୟ କ୍ରମରେ ସହାୟତା କରିଥିଲେ। 

ହରିହର ଶତପଥୀ, ସୁନୀଲ କୁମାର ମହାନ୍ତି, ଚକ୍ରଧର ପ୍ରଧାନ, କମଳାକାନ୍ତ ଦାସ, ବଳରାମ ରାଉଳ, ରବୀନ୍ଦ୍ର କୁମାର ସାହୁ, କୌଶଲ୍ୟା ଦାସ, ସଂଧ୍ୟା ରାଣୀ ସାହୁ, ବସନ୍ତ କୁମାର ବେହେରା, ଆଦିକନ୍ଦ ନାୟକ, ଗଗନ ବିହାରୀ ପଣ୍ଡା, ଶଙ୍କର୍ଷଣ ଲେଙ୍କା, ଶିବ ପ୍ରସାଦ ବାରିକ, ସତ୍ୟାନନ୍ଦ ପଣ୍ଡା, ରବୀନ୍ଦ୍ର କୁମାର ସରାଫ, ନୃସିଂହ ଚରଣ ବିଶ୍ବାଳ, ଲକ୍ଷ୍ମୀକାନ୍ତ ଦାସ, ପ୍ରଭାତ କୁମାର ଦାସ, କୁଞ୍ଜ ବିହାରୀ ରାଉତ, ସସ୍ମିତା ପ୍ରଧାନ, ଅଞ୍ଜୁ ବାରିକ, ରମେଶ ପାଢ଼ୀ, ମୃତ୍ୟୁଞୀୟ ପଣ୍ଡା, ଦୀନେଶ ମିଶ୍ର ପ୍ରମୁଖ ଶତାଧିକ ସଦସ୍ୟ ତଥା ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ଭାରତୀ

masiha

ଦୁର୍ଗା ପୂଜା ଓ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ.

Sunil Chandra Nayak

ନବନିର୍ମିତ ପୋଲର ଅବସ୍ଥା ଖରାପ ଭୂଷୁଡି ଯିବା ସମ୍ଭାବନା

Sunil Chandra Nayak

Leave a Comment

error: Content is protected !!