ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡ଼ା ସ୍ୱାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ

ରାୟଗଡା – ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ରାୟଗଡ଼ା ବିଦ୍ୟା ନଗର ସ୍ଥିତ ମହିଳା ସଂସ୍କୃତି ଅନୁଷ୍ଠାନ ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୂର ସଂଘର ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଏମ ଜଗଦୀଶ୍ଵର ରାଓ , ମୂଖ୍ୟ ବକ୍ତା ଭାବେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସକ୍ଷମ ର ପ୍ରାନ୍ତ ସଂରକ୍ଷକ ଶ୍ରୀଯୁକ୍ତ ବାଦଲ କୁମାର ତା , ସମ୍ମାନୀୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ବିଦୁଲତା ହୁଇକା ଯୋଗ ଦେଇ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସ୍ଵାଗତ ସଙ୍ଗୀତ ଗାନ କରି କାର୍ଯ୍ୟକ୍ରମ କୁ ଆଗକୁ ନେବା ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୀବନୀ ବିଷୟରେ ସ୍ମୃତି ଚାରଣ କରିବା ସହ ଛାତ୍ର ଏବଂ ଯୁବ ସମାଜ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନ କୁ ଆଗକୁ ନେବା ପାଇଁ ମାର୍ଗଦର୍ଶନ କରିଥିଲେ । ସମିତିର ସହ ସହସଂପାଦକ ଶ୍ରୀ ଗଣେଷ କୁମାର ସାହୁ ସମିତିର କାର୍ଯ୍ୟ ଶୈଳୀ, କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ସମିତି ପକ୍ଷରୁ ଛାତ୍ର ଛାତ୍ରୀ, ସମାଜ ସେବୀ , ଲେଖକ ଲେଖିକା ମାନଙ୍କୁ ମାନପତ୍ର ସହ ଗୋଟିଏ ଚାରା ଗଛ ଦେଇ ସମ୍ମାନୀତ କରିବା ସହ ଦେଶରେ ପର୍ଯ୍ୟାବରଣକୁ ରକ୍ଷା କରିବା ଏବଂ ପଲିଥିନ ମୁକ୍ତ କରିବା ପାଇଁ ଅତିଥିବୃନ୍ଦ ଅନୁରୋଧ କରିବା ସହ ସଚେତନତା କରିଥିଲେ । ଏକଲ ରଥ ଉତ୍ସବ ପ୍ରଭାରୀ ଦକ୍ଷିଣ ଭାଗ ଓଡିଶା ଓ ସଂସ୍କାର ଶିକ୍ଷା ପ୍ରମୁଖ ରାୟଗଡ଼ା ଜୟଦେବ ସିଠ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ।ସମାପନରେ ନାରୀ କବି ଶିକ୍ଷିକା ଶ୍ରୀମତୀ ପଦ୍ମିନୀ ମିଶ୍ର ଉପସ୍ଥିତ ଛାତ୍ର ଛାତ୍ରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଦୂର୍ଗା ମାଧବ ଘୋଷ , ଶ୍ରୀମତୀ ଉଷା ରାଣୀ ଦାଶ , ରାମ କୃଷ୍ଣ ପାଣିଗ୍ରାହୀ , ପ୍ରଦୀପ ସାହୁ , ଅଶ୍ଵିନୀ ନାୟକ , ନେହା ସିଂ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ସ୍ବୟଂ ଶାସିତ ମହାବିଦ୍ୟାଳୟ‌ର ଏନ.ସି.ସି ଶିକ୍ଷକ ଶ୍ରୀ ଉଦୟ ନାୟକଙ୍କ ସହ ଛାତ୍ରମାନେ, ଅଧିବକ୍ତା ପରିଷଦର ସଭାପତି ଶ୍ରୀ କିଶୋର କୁମାର ସାହୁ , ଜେ କେ ପେପର ମଜଦୂର ସଂଘର ସମ୍ପାଦକ ଶ୍ରୀ ଏ ତିରୁପତି ରାଓ , ସଭାପତି ଏସ ଦୂର୍ଗା , ଗାୟତ୍ରୀ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ ଏବଂ ଗୁରୁମା ।ଗୁରୁଜୀ , ସ୍ଵାମୀ ବିବେକାନନ୍ଦ ସ୍କୁଲ ର ଛାତ୍ର ଛାତ୍ରୀ , ଭାରତୀୟ ମଜଦୂର ସଂଘ ର କାର୍ଯ୍ୟକର୍ତ୍ତା ଙ୍କ ସହ ବିଭିନ୍ନ ସଂଗଠନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

masiha

ଲୁହାଶିଳା ସାନ୍ତାଳୀ ଵିଦ୍ଯାଳୟ ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ 

masiha

OMC ଦ୍ଵାରା ଖୋଲା ଯାଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶିକା ପରୀକ୍ଷାରେ ଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ଉପେକ୍ଷା ବିରୁଦ୍ଧ ରେ ଅଞ୍ଚଳ ବାସି ଙ୍କ  ବିକ୍ଷୋଭ ପଦର୍ଶନ

Sunil Chandra Nayak

Leave a Comment

error: Content is protected !!