ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହର ନବୋଦୟ ବିଦ୍ୟାଳୟ ରେ ଝାଡାବାନ୍ତି |୧୨୨ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଆଗୁଆ ପ୍ରତିଷେଧକ ଔଷଧ ପ୍ରଦାନ । ଡେରା ପକାଇଛନ୍ତି ସ୍ୱାସ୍ଥ୍ୟ ଟିମ 

ଜବାହର ନବୋଦୟ ବିଦ୍ୟାଳୟ ରେ ଝାଡାବାନ୍ତି |୧୨୨ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଙ୍କୁ ଆଗୁଆ ପ୍ରତିଷେଧକ ଔଷଧ ପ୍ରଦାନ । ଡେରା ପକାଇଛନ୍ତି ସ୍ୱାସ୍ଥ୍ୟ ଟିମ 

ନବରଙ୍ଗପୁର:( ୨୪/୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଖାତିଗୁଡା ଜବାହର ନବୋଦୟ ବିଦ୍ୟାଳୟ ରେ ଝାଡାବାନ୍ତି ଲାଗିଛି | ବିଦ୍ୟାଳୟ ର ପ୍ରାୟ ଗତକାଲି ୧୨୨ ଛାତ୍ରଛାତ୍ରୀ ଙ୍କୁ ପରୀକ୍ଷା କରି ପ୍ରତିଷେଧକ ଔଷଧ ପ୍ରଦାନ କରାଯାଇଅଛି। ୯ ଜଣ ଛାତ୍ରଛାତ୍ରୀ ଙ୍କୁ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ସେମାନେ ସୁସ୍ଥ ହୋଇ ବିଦ୍ୟାଳୟକୁ ଫେରିଛନ୍ତି । ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନବରଙ୍ଗପୁର ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରା ବିଦ୍ୟାଳୟ ରେ ପହଞ୍ଚି ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି |ନବରଙ୍ଗପୁର ସ୍ୱାସ୍ଥ୍ୟ ବିଭାଗ ର ୪ ଜଣିଆ ଡାକ୍ତରୀ ଟିମ ପହଞ୍ଚି ଛାତ୍ରଛାତ୍ରୀ ଙ୍କୁ ପ୍ରଦାନ କରାଯାଇଥିବା ଖାଦ୍ୟ, ପାନୀୟଜଳ ,ମଳ ଆଦି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିବା ଜଣାପଡିଛି |ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ ବିଭାଗ ର ଗୋଟିଏ ଟିମ ବିଦ୍ୟାଳୟ ରେ ରହି ଛାତ୍ରଛାତ୍ରୀ ଅହରହ ସେବା ଯୋଗାଉଥିବା ଜଣାପଡିଛି |ହଠାତ ଏହିଭଳି ଝାଡାବାନ୍ତି ବ୍ୟାପିବାର କାରଣ ଜଣାପଡିନଥିବା ବେଳେ ଅପମିଶ୍ରିତ ଖାଦ୍ୟ ନଚେତ ପାନୀୟଜଳ ଏହାର କାରଣ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି | ଏନେଇ ନବୋଦୟ ବିଦ୍ୟାଳୟ ଅଧ୍ୟକ୍ଷ ରତ୍ନାକର ସାହୁ ଙ୍କୁ ପଚାରିବାରୁ ଚିକିତ୍ସା ଜାରିରହିଛି |ସମସ୍ତେ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି | ସୂଚନା ଅନୁଯାଇ ବିଦ୍ୟାଳୟ ରେ ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ! ଗତକାଲି ମଧ୍ୟାହ୍ନ ରେ ଖାଇ ସାରିବା ପରେ ଶତାଧିକ ଛାତ୍ରଛାତ୍ରୀ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ ! ଖବର ପାଇ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟ ବିଭାଗ ର ଏମଏଚୟୁ ଟିମ ର ଡା. ଅମରେଶ ମହାନ୍ତି,ଡା.ସୂବେନ୍ଦୁ ବାଗ,ଭେଷଜକ ରଶ୍ମିତା ପଲେଇ,ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରଦୀପ ଦାସ,ତପନ ରାଓ,ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଷମା ନାୟକ,ରତ୍ନ ମଞ୍ଜରୀ ମହାଳି ନବୋଦୟ ବିଦ୍ୟାଳୟ ରେ ପହଂଚିଥିଲେ | ବର୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଥିଲେ ହେଁ ଆଜି ପୁଣି ୫ ଜଣ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ ! ସ୍ୱାସ୍ଥ୍ୟ ବିଭାଗ ଟିମ ପକ୍ଷରୁ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ଆଗୁଆ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି | ଆଜି ଉକ୍ତ ସମସ୍ୟା ନେଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ତେନ୍ତୁଳିଖୁଣ୍ଟି ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ନାୟକ, ପୂର୍ବତନ ମଣ୍ଡଳ ସଭାପତି ହରେକ୍ରୁଷ୍ନ ମୁଦୁଲି ଓ ଜିଲ୍ଲା କାର୍ଯ୍ୟ କାରିଣୀ ସଭ୍ଯ ଧରଣୀ ଧର ସିଂ ପ୍ରମୂଖ ସମ୍ପୃକ୍ତ ବିଦ୍ୟାଳୟ କୁ ଯାଇ ବୁଝାବୁଝି କରିଥିବା ବେଳେ କେତେ ଅଭିଭାବକ ନିଜ ର ନାମ ଗୋପନ ରଖି ନିମ୍ନ ମାନର ଖାଦ୍ୟ ଓ ଭଲ ତେଲ ବ୍ୟବହାର ନ କରିବାରୁ ଏପରି ଘଟିଛି ବୋଲି ପ୍ରକାଶ କରିଛନ୍ତି l ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଖାଦ୍ୟ, ପାନୀୟ ଜଳ ଓ ମଳ ପରୀକ୍ଷା କରା ଯିବା ପରେ ଫଳାଫଳ ର ସତ୍ୟତା ପଦାକୁ ନିଶ୍ଚୟ ଆସିବ,ଏଥିରେ ସନ୍ଦେହ ନାହିଁ lତେବେ ତାହା ଦେଖିବାକୁ ବାକି ରହିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଇକ ଧକାରେ ଗୁରୁତର ବୃଦ୍ଧାଙ୍କୁ ମିଳିଲାନି ଆମ୍ବୁଲାନ୍ସ , ଘରେ ରହି ଦେସି ଚିକିସ୍ଛା କରୁଛନ୍ତି ପରିବାର

Sunil Chandra Nayak

କୋଶାଗୁମୁଡ଼ା ଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିମାନ ବନ୍ଦର ସମ୍ପ୍ରସାରଣ ମାମଲା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଆବାସ ଯୋଜନା ମାଧ୍ୟମରେ ଥଇଥାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!