ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରିଷିଡ଼ା: ଶୀତ କାଳିନ ସ୍ୱତନ୍ତ୍ର ଶିବିର ଉଦଯାପିତ

ରିଷିଡ଼ା: ଶୀତ କାଳିନ ସ୍ୱତନ୍ତ୍ର ଶିବିର ଉଦଯାପିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରିଷିଡ଼ା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରିଷିଡ଼ା ଠାରେ ଜାତୀୟ ସେବା ଯୋଜନା ତରଫରୁ ହେଉଥିବା ଶୀତ କାଳିନ ସ୍ୱତନ୍ତ୍ର ଶିବିର ର ଉଦଯାପନୀ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକକୁ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ର ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଣୟ ଆନନ୍ଦ କୁମାର ତ୍ରିପାଠୀ ଯୋଗ ଦେଇ ଶିବିରାର୍ଥୀ ମାନଙ୍କୁ ସେବା ଯୋଜନାର ଅନେକ ଉପକାରିତା ବିଷୟରେ କହିଥିଲେ l ଜାତୀୟ ସେବା ଯୋଜନାର ଅଧିକାରୀଶ୍ରୀ ନୀଳାମ୍ବର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଦୀର୍ଘ ସାତ ଦିନ ଧରି ପୋଷ୍ୟ ଗ୍ରାମ ଓଡ଼ିଆମୁଣ୍ଡା ଗାଁରେ ପୁଅ ଝିଅ ଶିବିରାର୍ଥୀମାନଙ୍କୁ ନେଇ ସାତ ଦିନ ମଧ୍ୟରେ ପରିବେଶ ସଫା ସୁତୁରା, ରା଼ଲୀ, କନ୍ୟା ଭୃଣ ହତ୍ୟା ସଚେତନତା, ନିଶା ନିବାରଣ ନାଟକ ପରିବେଷଣ ସଚେତନତା କରାଇଥିଲେ ଓ ଶିବିରାର୍ଥୀ ମାନେ ନିଜେ ନିଜର ଅଭିଜ୍ଞତା କୁ ଉପସ୍ଥାପନ କରିଥିଲେ l ଅଧ୍ୟାପକ ଗିରିରାଜ ଗହୀର ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଅଧ୍ୟାପକ ଦୁଷ୍ମନ୍ତ ମିର୍ଦ୍ଧା, ଗ୍ରନ୍ଥପାଳ ଚିନ୍ମୟ ରଣା, ଲିନା ବାରିକ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ସାହାଯ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

 

Related posts

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

masiha

ସକ୍ଷମ ଅଙ୍ଗନୱାଡ଼ି କେନ୍ଦ୍ର ଆଭାସି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଶୁଭ ଉଦଘାଟନ

masiha

ନରେନ୍ଦ୍ର ମୋଦୀ,ନବୀନ ବାବୁଙ୍କ ଆଦର୍ଶରେ ନୂତନବର୍ଷ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!