ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ। ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

ବିକଶିତ ଗାଁ ବିକଶିତ ଓଡିଶା ର ଶୁଭଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ।

ଲାଇଭ ଭିଡଓ ପ୍ରସାରଣ ମାଧ୍ୟମରେ ଯୋଡ଼ି ହେଲେ ଗୋଲାମୁଣ୍ଡା ବ୍ଲକ ବାସୀ….

ଓଡ଼ିଶାର ନୂଆ ସରକାରଙ୍କର ଅଭିନଵ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶାର ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ କର କମଳରେ ଖୋର୍ଦ୍ଧା ଜିଲ୍ଲାର ଜଙ୍କିଆ ଠାରେ ସକାଳ ୧୧ ଘଣ୍ଟା ସମୟରେ ଶୁଭ ଉଦଘାଟନ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପରିସରରେ ଉଦ୍ଘାଟନ ର ସିଧା ପ୍ରସାରଣ ୱେବ୍ସାଇଟ ଜରିଆରେ ଏଵଂ ଲାଇଭ ଟିଭି ଚ୍ୟାନେଲ ମାଧ୍ୟମରେ ପ୍ରଦର୍ଶନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାର ଙ୍କ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ,ସାଂସଦ ଙ୍କ ପ୍ରତିନିଧି ପବିତ୍ର ପାଣିଗ୍ରାହୀ ,ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ରାଉତ,ସରିତା ମାଝୀ,ଜୟସେନ ସାହୁ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବୃଷଭ ନାଏକ,ତହସିଲଦାର ଚନ୍ଦନ କୁମାର ନାୟକ,ବରିଷ୍ଠ ଆଇନଜୀବୀ ଜୟଦ୍ରଥ ମହାନନ୍ଦ,ବିଜେପି ବ୍ଲକ ସଭାପତି ପ୍ରଦୀପ ପଣ୍ଡା,ଗୋଲାମୁଣ୍ଡା ବିଡ଼ିଓ ଶ୍ରୀଧର ପଣ୍ଡା,ଜିପିଡିଓ ରମିତ ପଧାନ,ଏଇଇ ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନୂତନ ଯୋଜନା ମାଧ୍ୟମରେ ୫ ବର୍ଷ ପାଇଁ ୫ କୋଟି ଖର୍ଚ କରାଯିବାପାଇଁ ଲକ୍ଷ୍ୟ ରଖା ଯାଇଛି। ପ୍ରତି ବର୍ଷ ୧ କୋଟି ଟଙ୍କା ଗ୍ରାମର ଉନ୍ନତିକରଣ ପାଇଁ ଖର୍ଚ୍ଚ କରାଯିବା ପାଇଁ ଲକ୍ଷ ରଖା ଯାଇଛି। ଗୋଲାମୁଣ୍ଡା ବ୍ଲକ ରେ ଏହି କାର୍ଯ୍ୟକ୍ରମର ବିଷୟରେ ଜନସାଧାରଣ ଙ୍କୁ ଅବଗତ କରାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା।ବ୍ଲକ ପରିସରରେ ଲୋକଙ୍କ ର ସମାଗମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ଖାଦ୍ୟ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଥିଳା । ଏଥି ପାଇଁ ବ୍ଲକ କାର୍ଯ୍ୟାଳୟ ର ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଏହି କାର୍ଯ୍ୟକ୍ରମରେ ଗୋଲାମୁଣ୍ଡା ବ୍ଲକ ର ୨୮ଗୋଟି ଗ୍ରା.ପ ର ସରପଞ୍ଚ ସମିତି ମାନେ ଯୋଗେଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବା କାର୍ଯ୍ୟ 

Sunil Chandra Nayak

ଓଡ଼ିଆ ପକ୍ଷ ୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ବନ୍ଦନୀୟ ବରପୁତ୍ର ଓ କବିତା ପାଠୋତ୍ସବ ଆୟୋଜିତ 

Sunil Chandra Nayak

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!