ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ରାଉରକେଲା : ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆଜି ରାଉରକେଲା ର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଏକ କଦମ୍ ଆପ କେ ସାଥ ତରଫରୁ ଇସ୍ପାତ ମାର୍କେଟ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ପନ୍ଦର ଜଣ ନାରୀ ସଫେଇ କର୍ମଚାରୀ ଙ୍କୁ ଫୁଲତୋଡ଼ା, ଉତ୍ତରୀୟ, ମିଷ୍ଠାନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ବର୍ଦ୍ଧନା ପ୍ରତ୍ୟୁତରରେ ଏହା ସେମାନଙ୍କ ପାଇଁ ଅନନ୍ୟ ଅନୁଭୁତି ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନ ର ପ୍ରତିଷ୍ଠାତା କଲ୍ୟାଣୀ ଦାସ, ସଭାପତି ମୋହନ ପଟ୍ଟନାୟକ, ଉପ ସଭାପତି ଉପେନ୍ଦ୍ର କୁମାର ବସ୍ତିଆ, ସାଧାରଣ ସମ୍ପାଦକ ଦିବାକର ଦାସ ଓ ଉପଦେଷ୍ଟା ଅଜୟ କୁମାର ନାୟକ ଉପସ୍ଥିତ ରହି ଆନ୍ତର୍ଜାତିକ ମହିଳା ଦିବସ ର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଶେଷରେ ସଭାପତି ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

“Fake Caste Certificates Rob Constitutional rights of SCs & STs..MP Niranjan Bishi Demands Crackdown”

Sunil Chandra Nayak

ଧର୍ମପରାୟଣ ମହିଳା ମେମ୍ ବାଈଙ୍କ ପରଲୋକ

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

Leave a Comment

error: Content is protected !!