ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

ରାଉରକେଲା: ସେକ୍ଟର ୩ସ୍ଥିତ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ଆଗାମୀ କାର୍ଯ୍ୟକ୍ରମ ନେଇ ଏକ ପ୍ରସ୍ତୁତି ବୈଠକ ମହାସଭାର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଉପସଭାପତି ସୁବ୍ରତ କୁମାର ମଲ୍ଲିକ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ଉପସ୍ଥିତ କର୍ମକର୍ତ୍ତାଙ୍କ ସହମତି କ୍ରମେ ଆସନ୍ତା ମାର୍ଚ୍ଚ ୨୩ ତାରିଖ ଦିନ ଆନ୍ତର୍ଜାତିକ ମହିଳା ଓ ପଖାଳ ଦିବସ,୩୦ ତାରିଖ ଦିନ ହାଇଟେକ୍ ମେଡିକାଲ କଲେଜ ର ସହଯୋଗରେ ନିଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ଓ ଏପ୍ରିଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ ମହାସଭା ପରିସରରେ ପାଳନ କରାଯିବ ବୋଲି ସ୍ଥିର କରାଯାଇଛି। ତେଣୁ ଏହିଭଳି କାର୍ଯ୍ୟକ୍ରମରେ ମହାସଭାର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ବୈଠକରେ ସର୍ବଶ୍ରୀ ରବିନାରାୟଣ ପରିଡ଼ା, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡ଼ା, ଗଙ୍ଗାଧର ନାୟକ, ରଥିନ୍ଦ୍ର ପ୍ରଧାନ, ଅବନୀ କୁମାର ବଳ, ନାରାୟଣ ମହାଳିକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବଙ୍କ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହ ପରିଦର୍ଶନ ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା

Sunil Chandra Nayak

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

masiha

ମାନଝରି ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଓ ସମାଧାନ ଶିବିର 

masiha

Leave a Comment

error: Content is protected !!