ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ଜଳି ଗଲା ୩ ଦୋକାନ

ନିଆଁ ଲାଗି ଜଳି ଗଲା ୩ ଦୋକାନ

ଭବାନୀପାଟଣା,୨୦।୩-କଳାହାଣ୍ଡି ଜିଲା ଭବାନୀପାଟଣା ସହର ଘୋଡାଘାଟ ଛକ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଥିବା ୩ ଟି ଦୋକାନରେ ଗୁରୁବାର ନିଆଁ ଲାଗି ଧ୍ୱଂସ ହୋଇଯାଇଥିବା ଦେଖିବାକୁ ମିଳିଛି। ନିଆଁ ଟି ପ୍ରଥମେ ଗଦି ଦୋକାନରୁ ଲାଗି ଥିବାବେଳେ ପରେ ପାଖରେ ଥିବା ପନି ପରିବା,ସୋଡ଼ା ଦୋକାନରେ ଲାଗି ଯାଇଥିଲା। ଏହାସହ ନିକଟରେ ଥିବା ଡେଲି ନିଡ୍ସ ଦୋକାନରେ ମଧ୍ୟ ନିଆଁ ଲାଗି ଯାଇଥିଲା।

ଗଦିରେ ନିଆଁ ଲାଗି ଯିବାରୁ ନିଆଁ ର ବେଗ ପ୍ରଖର ହୋଇଯାଇଥିଲା। ଖବର ପାଇ ଭବାନୀପାଟଣା ଅଗ୍ନିଶମ ଟିମ ଘଟଣା ସ୍ଥଳକୁ ପହଞ୍ଚି ନିଆଁ କୁ ଆୟତ୍ବ କରୁଛନ୍ତି। ଏହଯୋଗୁଁ ଜାତୀୟ ରାଜପଥ ରେ ଯାତାୟତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଲିଛି। ତେବେ ନିଆଁ କେଉଁ କାରଣରୁ ଲାଗିଲା ତାହା ବର୍ତ୍ତମାନ ବି ସ୍ପଷ୍ଟ ଜଣାପଡ଼ିନଥିବାବେଳେ ହଟାତ ନିଆଁ ଲାଗିବାରୁ ସ୍ଥାନୀୟ ଦୋକାନୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି କେତେ କ୍ଷୟ କ୍ଷତି ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣାପଡିନାହିଁ। 

( ମ ନି ସ ) 

Related posts

ଅଜଣା ଗାଡି ଧକା ରେ ଷେଣ୍ଢ ଗୁରୁତର

Sunil Chandra Nayak

ଗାଳ୍ପିକ ସୁରେନ୍ଦ୍ର ନାଥ ଜେନା ଙ୍କର ପ୍ରଥମ ଗଳ୍ପ ସଙ୍କଳନ ଉନ୍ମୋଚିତ

Sunil Chandra Nayak

ନର୍ଲାର ବୁଢିପଦରରେ ସଡ଼କ ଦୁର୍ଘଟଣା: ୨ଜଣ ଗୁରୁତର

masiha

Leave a Comment

error: Content is protected !!