ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ସୁନିତା ଦାଶ

ପ୍ରକାଶ ପାଇଲା ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫଳାଫଳ, ପ୍ରଥମ ସ୍ଥାନରେ ସୁନିତା ଦାଶ

ଖଇରା,୨୦/୩/୨୫ – ପ୍ରତ୍ୟେକ ରବିବାର କିଛି ନା କିଛି ଜଣା ଅଜଣା ବିଷୟ ବସ୍ତୁକୁ ନେଇ ମୋ ଅନୁଷ୍ଠାନ ହ୍ବାର୍ଟସଆପ୍ ଗୃପ୍ ରେ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯେଉଁଥିରେ ସାହିତ୍ୟକୁ ଭଲ ପାଉଥିବା ସାରସ୍ୱତ ସାଧକ/ସାଧିକା ବନ୍ଧୁ ମାନେ ଅଂଶ ଗ୍ରହଣ କରି ଥାଆନ୍ତି । ଏହା ଏକ ଶିକ୍ଷାର ଅନୁଷ୍ଠାନ ହୋଇଥିବାରୁ ପ୍ରତ୍ୟେକ ପ୍ରତିଯୋଗିତାକୁ ସାଧାରଣ ଜ୍ଞାନ ପରୀକ୍ଷା କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଅବସରରେ ଗତ ତା ୧୬/୩/୨୦୨୫ ରିଖ ରବିବାର ଦିନ ପ୍ରତିଯୋଗୀଙ୍କ ନିମନ୍ତେ ବେଦପୁରାଣ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଥିଲା । ଏଥିରେ (୧) ସୁନିତା ଦାଶ, ଭୁବନେଶ୍ୱର (୨) ପୂଜାରାଣୀ ପଣ୍ଡିତ, ବାଲେଶ୍ବର (୩) ରୁବିଲତା ଦାସ, କାଁପଡ଼ା, ତିହିଡ଼ି, ଭଦ୍ରକ (୪) କଳ୍ପନା ବିନ୍ଧାଣି, ଦରିପାଳ, ବରଡ଼ିହି, ମୟୂରଭଞ୍ଜ (୫) ଗାୟତ୍ରୀ ସାହୁ, ରେଡ଼କ୍ରସ ରୋଡ଼, ଭଞ୍ଜନଗର, ଗଞ୍ଜାମ (୬) ଜ୍ଯୋତ୍ସ୍ନାରାଣୀ ମହାନ୍ତି, ରାଇବଣିଆ, ଜଳେଶ୍ବର, ବାଲେଶ୍ଵର (୭) ସୌଭାଗିନୀ ନାୟକ, ବଜ୍ରକବାଟି ରୋଡ଼, କଟକ (୮) ପଞ୍ଚାନନ ମେହେର, ଧାନବସା, ରାମପୁର, ସୁବର୍ଣ୍ଣପୁର (୯) ସ୍ଥିତିପ୍ରଜ୍ଞା ସ୍ବାଇଁ, ଜଗତପୁର, କଟକ (୧୦) କୃଷ୍ଣା ପାଢ଼ୀ, ଗଉଡ଼ଦିଆ, ସିମୁଳିଆ, ବାଲେଶ୍ବର (୧୧) ଜୟନ୍ତୀ ବେହେରା, ପାଟପୁର, ଧର୍ମଶାଳା, ଯାଜପୁର (୧୨) ଦୀପି ବାରିକ୍, ମୋହିନିପାଳ, ଅନୁଗୋଳ (୧୩) ସରସ୍ବତୀ ମେହେର, ସିନାପାଲି, ନୂଆପଡା (୧୪) ଯୁଧିଷ୍ଠିର ମୁଦୁଲି, ଭବାନୀପାଟଣା, କଳାହାଣ୍ଡି (୧୫) ଆଶିଷ କୁମାର ସାହୁ, ଭବାନୀପାଟଣା, କଳାହାଣ୍ଡି (୧୬) ଏଲିଜା ଜେନା, ଭୁବନେଶ୍ୱର (୧୭) ଜୟନ୍ତୀ ଦେବୀ, ମହୁ, ଆଳି, କେନ୍ଦ୍ରାପଡା (୧୮) କାନ୍ତିଲତା ଷଡ଼ଙ୍ଗୀ, ଜନାର୍ଦ୍ଦନପୁର, କଟକ (୧୯) ମିନାକ୍ଷୀ ଦ୍ବିବେଦୀ, ନୂଆଦିଲ୍ଲୀ (୨୦) ଅନିତା ପଣ୍ଡା, ବ୍ରହ୍ମପୁର (୨୧) ଅନୁପମା ବିଶ୍ବାଳ, ସମ୍ବଲପୁର (୨୨) ବବୁଲୁ ବାଘ, ସିଙ୍ଗାରୀମୁଣ୍ଡା, ଅନୁଗୋଳ (୨୩) ଡ଼.ରିତୁଲତା ବିଶ୍ବାଳ, ବାରିପଦା (୨୪) ଶ୍ରଦ୍ଧାଞ୍ଜଳି ଖମାରୀ, ଧାନଘର, ଆଗରପଡ଼ା, ଭଦ୍ରକ (୨୫) ଏଲିନା ପାଣିଗ୍ରାହୀ, ରେମୁଣା, ବାଲେଶ୍ବର (୨୬) ରଶ୍ମିତା ନାୟକ, ଏରସମା, ଜଗତସିଂହପୁର (୨୭) ଇତିଶ୍ରୀ ମେହେର, ଯୋଗିବାହଲ, ସିନାପାଲି, ବରଗଡ଼ (୨୮) ବିଶ୍ବକଲ୍ଯାଣ ବେହୁରା, ଭୁବନେଶ୍ୱର ଅଂଶ ଗ୍ରହଣ କରିଥିଲେ । 

     ନିଜର ସୁଚିନ୍ତିତ ଜ୍ଞାନ ପ୍ରୟୋଗ କରି ସମସ୍ତେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ କେହି ସମ୍ପୂର୍ଣ୍ଣ ପ୍ରଶ୍ନର ସଠିକ୍ ଉତ୍ତର ଦେଇପାରି ନଥିଲେ । ଏହାର ସମୀକ୍ଷା ଦାୟିତ୍ବ ନେଇଥିଲେ ଅପରାଜିତା ରଥ ଭଦ୍ରକ । ତାଙ୍କୁ ସମୀକ୍ଷା କାର୍ଯ୍ଯରେ ପୂର୍ଣ୍ଣ ସହଯୋଗ କରିଥିଲେ ତାଙ୍କ ଛୋଟ ଝିଅ ଅର୍ଥାତ ବିସ୍ମୟ ବାଳିକା ସାଇ ସମୀକ୍ଷା ରଥ । ତାଙ୍କ ନିରପେକ୍ଷ ସମୀକ୍ଷାରୁ ସୁନିତା ଦାଶଙ୍କୁ ପ୍ରଥମ ସ୍ଥାନ ମିଳିଛି । ଶ୍ରୀମତୀ ଦାଶଙ୍କୁ ପିତ୍ତଳ ଜଗନ୍ନାଥ ମୂର୍ତ୍ତି ପ୍ରଦାନ କରାଯିବ, ଯାହା ଅନୁଷ୍ଠାନ ଘୋଷଣା କରିଥିଲା । ସେହିପରି ପୂଜାରାଣୀ ପଣ୍ଡିତ ଓ ରୁବିଲତା ଦାସ ଦ୍ବିତୀୟ ସ୍ଥାନ, କଳ୍ପନା ବିନ୍ଧାଣି, ଗାୟତ୍ରୀ ସାହୁ, ଜ୍ଯୋତ୍ସ୍ନାରାଣୀ ମହାନ୍ତି ଓ ସୌଭାଗିନୀ ନାୟକ ତୃତୀୟ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇଛନ୍ତି । ଆସନ୍ତା ରବିବାର ତା ୨୩/୩/୨୫ ରିଖ ଦିନ ପ୍ରତିଯୋଗୀଙ୍କ ପାଇଁ ବିଜ୍ଞାନ ଭିତ୍ତିକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ଆବଶ୍ୟକ ସ୍ଥଳେ କାର୍ଯ୍ୟକ୍ରମର ରୂପରେଖ ପରିବର୍ତ୍ତନ ହୋଇପାରେ, ହେଲେ କିନ୍ତୁ ରବିବାର କାର୍ଯ୍ୟକ୍ରମ ବନ୍ଦ ହେବନାହିଁ ଯାହା ମୋ ଅନୁଷ୍ଠାନ ପରିବାରର ନିଜସ୍ୱ ମତ । ଏଭଳି କାର୍ଯ୍ୟକ୍ରମ ସର୍ବଦା ଚାଲୁ ରଖିବା ପାଇଁ ବହୁ ପ୍ରତିଯୋଗୀ ଅନୁଷ୍ଠାନକୁ ଅନୁରୋଧ କରିଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶା ସାଇବର ସୁରକ୍ଷା ଅଭିଯାନ -୨୦୨୫ ବେଶ୍ ସଫଳତାର ସହ ଆଗକୁ ବଢ଼ୁଛି

Sunil Chandra Nayak

‘ଟ୍ରୁ ପାଥ ୟୁଥ୍ ଆସୋସିଏସନ୍’ ତରଫରୁ ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ ଅନୁଷ୍ଠିତ

masiha

ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , କର୍ଲାପଡା ଠାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ସ୍ଵମନିତ ଯୁବ ବିକାଶ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ

masiha

Leave a Comment

error: Content is protected !!