ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯୭୨ ମସିହା ମାଟ୍ରିକ ଵ୍ୟାଚର ପ୍ରଥମ ବନ୍ଧୁ ମିଳନ 

୧୯୭୨ ମସିହା ମାଟ୍ରିକ ଵ୍ୟାଚର ପ୍ରଥମ ବନ୍ଧୁ ମିଳନ 

କଟକ : କଟକ ସଦର ବ୍ଲକ୍ ୪୨ ମୌଜା ସ୍ଥିତ ବାଲୁଙ୍କେଶ୍ବର ବିଦ୍ୟାପୀଠ ଦେଉଳିର ୧୯୭୨ ମସିହା ମାଟ୍ରିକ ଵ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ପ୍ରଥମ ବନ୍ଧୁ ମିଳନ ବସନ୍ତକୁଣ୍ଡଳ ମା ଵାସୁଳାଇ ପୀଠ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ବ କରିଥିଲେ ବରିଷ୍ଠ ସଦସ୍ୟ ଧରଣୀଧର ପତି । ଉକ୍ତ ସଭାରେ ପ୍ରାୟ ୪୮ ଜଣ ସଭ୍ୟ ଯୋଗଦାନ କରିଥିଲେ । ବରିଷ୍ଠ ସଭ୍ୟ କ୍ଷୀରୋଦ ଦୀକ୍ଷିତ ପ୍ରାରମ୍ଭିକ ‌ସୂଚନା ପ୍ରଦାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘଦିନ ବ୍ୟବଧାନ ପରେ ଏପରି ଏକ ବନ୍ଧୁ ମିଳନ ଉତ୍ସବରେ ଯୋଗଦାନ କରି ସମସ୍ତେ ଆନନ୍ଦ ମୁଖରିତ ହୋଇ ଉଠିଥିଲେ ‌। ଆଗାମୀ ଦିନ ମାନଙ୍କରେ ସାମାଜିକ ଜୀବନରେ ଶୃଙ୍ଖଳିତ ବ୍ୟବସ୍ଥା ସମ୍ବଳିତ ବିଭନ୍ନ ସେବା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିଵା ନିମନ୍ତେ ସ୍ଥିର ହେଲା । ଶରତ ପତି, ଧରଣୀଧ଼ର ପତି,ଚିତ୍ତରଞ୍ଜନ ପରିଡ଼ା,ଅନ୍ତର୍ଯ୍ୟାମୀ ପତି,ଵିଦ୍ୟାଧର ରାଉଳ,ହେମନ୍ତ ପଟ୍ଟନାୟକ, କାମିନୀ ପରିଡ଼ା,ବାସନ୍ତୀ ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ୫,୯୫,୯୦୭ ବା ୬୯.୪୨ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ 

ସମସ୍ୟାରେ ଟାଙ୍ଗନି ସରକାରୀ ପ୍ରାଥମିକ ବିଦ୍ୟାଳୟ  ବର୍ଷା ହେଲେ ଛାତରୁ ଗଲୁଛି ପାଣି, ପିଲାଙ୍କ ପାଠପଢାରେ ହେଉଛି ସମସ୍ୟା 

masiha

କାଠଘରା ସରକାରୀ (ଏସ୍.ଏସ୍.ଡି) ଆଶ୍ରମ ବିଦ୍ୟାଳୟ ଠାରେ ପ୍ରଥମ ବାର୍ଷିକ ଉତ୍ସବ – ୨୦୨୪ ପାଳିତ ହୋଇଯାଇଛି

masiha

Leave a Comment

error: Content is protected !!