ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ ‘ଦଲିଆ’ 

ସଂପର୍କ’ ଆୟୋଜିତ ଜାତୀୟ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟାର ନାଟକ ‘ଦଲିଆ’ 

ରାଉରକେଲା: ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସଂପର୍କ’ ଦ୍ୱାରା ଆୟୋଜିତ ଜାତୀୟ ନାଟକ ମହୋତ୍ସବ-୨୦୨୫ ର ଦ୍ୱିତୀୟ ସଂଧ୍ୟାର ଉତ୍ସବକୁ ରାଉରକେଲା ଇସ୍ପାତ କାରଖାନାର ନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ସୁଦୀପ ପାଲ ଚୌଧୁରୀ ଉଦ୍‌ଘାଟନ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଓଡି଼ଶା ସରକାର   ମନୋଜ ମାହନ୍ତି ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ । ରାଉରକେଲାର ବରିଷ୍ଠ କଳାକାର ଡ. ସତ୍ୟନାରାୟଣ ମିଶ୍ରଙ୍କୁ ‘ସଂପର୍କ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅନୁ୍‌ଷ୍ଠାନର ସଂଗଠନ ସଂପାଦକ ସୁରେନ୍ଦ୍ର ପାଢ଼ୀ ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଅନିଲ ମଲ୍ଲିକ ମଂଚ ସଂଯୋଜନା କରିଥିଲେ । ସର୍ବଶ୍ରୀ ସଂଜୀବ ଚାନ୍ଦ, ପ୍ରଳୟ ଶତପଥୀ, ମାନସ ସାହୁ ଓ ପୁଷ୍ପା ବିଶୋଇ ମଂଚ ପରିଚାଳନା ରେ ସହଯୋଗ କରିଥିଲେ । ପରେ ପରେ  କୋଲକାତାର ପ୍ରସିଦ୍ଧ ନାଟ୍ୟାନୁଷ୍ଠାନ ଆଇ.ଏଫ୍‌.ଟି.ଏ ର କଳାକାରମାନେ ରବୀନ୍ଦ୍ର ନାଥ ଟାଗୋରଙ୍କ କାହାଣୀକୁ ହୃଷିକେଶ ସୁଲଭଙ୍କ ଦ୍ୱାରା ରଚିତ ନାଟକ ‘ଦଲିଆ’ ମଂଚସ୍ଥ ହୋଇଥିଲା । ନାଟକର କାହାଣୀ ଏକ ଐତିହାସିକ ବିଷୟବସ୍ତୁ ଉପରେ ଆଧାରିତ । ପ୍ରଜାପ୍ରପୀଡ଼କ ଔରଙ୍ଗଜେବଙ୍କ ଦ୍ୱାରା ଅତ୍ୟାଚାରିତ ହୋଇ ସାହାସୁଜା ନିଜର ତିନୋଟି କନ୍ୟାଙ୍କୁ ନେଇ ଆରାଖାନା ରାଜାଙ୍କର ଆଶ୍ରିତ ହେଲେ । କିନ୍ତୁ ଆରଖାନା ରାଜା ସାହାସୁଜାଙ୍କ ସୁନ୍ଦରୀ କନ୍ୟାଙ୍କ ଉପରେ ଲୋଲୁପ ଦୃଷ୍ଟି ପଡି଼ଲା । ତେଣୁ ସାହାସୁଜା ନିଜ କନ୍ୟାମାନଙ୍କୁ ନଦୀରେ ସଲିଳ ସମାଧି ଦେବାକୁ ବାଧ୍ୟ ହେଲେ । ହେଲେ କନିଷ୍ଠା କନ୍ୟା ଅମିନା କୌଣସି ପ୍ରକାରେ ବଞ୍ଚିଯାଇ ଏକ ଅରଣ୍ୟବାସୀଙ୍କ ଗୃହରେ ଆଶ୍ରିତା ହେଲେ । କାଳକ୍ରମେ ଅମିନା ସେହି ଅତ୍ୟାଚାରୀ ଆରଖାନାଙ୍କ ସହିତ ସଂପର୍କରେ ଆସିଲେ । ଆରଖାନା ରାଜା ତାଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । ତା ପରେ ଅମିନା କିପରି ଆରଖାନା ରାଜାଙ୍କୁ ଛଳନା କରି ନିଜର ପ୍ରତିଶୋଧ ନେଇଥିଲେ ଏହି କାହାଣୀକୁ ଏକ ମାର୍ମିକ ଶୈଳୀରେ ନାଟକ ଉପସ୍ଥାପନା କରିଥିଲେ ଆଇ.ଏଫ.ଟି.ଏ, କୋଲକାତାର କଳାକାରମାନେ । ଦେବାଶିଷ ଦତ୍ତଙ୍କ ଉଚ୍ଚକୋଟୀର ନିର୍ଦ୍ଦେଶନା, ପ୍ରସନ୍‌ଜିତ ବନ୍ଦୋପାଧ୍ୟାୟଙ୍କ ଆଖିଝଲସା ଆଲୋକ ସଂପାତ, ସୁଚିସ୍ମିତା ରାୟଙ୍କ ଶ୍ରୁତିମଧୁର ସଂଗୀତ ସହିତ କଳାକାରମାନଙ୍କ ସୁନ୍ଦର ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଆସନ୍ତା କାଲି ସମ୍ବଲପୁରର ଶ୍ରୀ କଲ୍‌ଚରାଲ ଆସୋସିଏସନ୍ ମଂଚନ କରିବ ସମ୍ବଲପୁରୀ ନାଟକ ‘ସାଧନା’ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଷଷ୍ଠ ରାଜ୍ଯସ୍ତରୀୟ ନାଟକ ମହୋତ୍ସବରେ ଅଧ୍ଯାପକ ଗୋପାଳ ମହାରଣାଙ୍କ ଚାରିଗୋଟି ନାଟକ ହେଲା ପ୍ରଦର୍ଶନ 

Sunil Chandra Nayak

ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବ ଉଦଘାଟିତ ,ଚିନ୍ତାମଣି ଜେନାଙ୍କ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ 

ନାଟକ ନୂଆ ଦିଗନ୍ତ ସମାଜକୁ ଦେଲା ନୂତନ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!