ସ୍ବପ୍ନ ଦେବତା
ଉପେନ୍ଦ୍ର କୁମାର ବସ୍ତିଆ
ସନ୍ଧ୍ୟାର ଏକ ମଉନ ମୁହୂର୍ତ୍ତେ
ଜାଣେନା କିବା ମୁଁ ଖୋଜୁଥିଲି
ରାତ୍ରୀ ଓହ୍ଲାଇ ଆସନ୍ତେ ମର୍ତ୍ତେ
ଅନ୍ଧାରରେ ମୁଁ ହଜିଗଲି ।
ଝରା ଜୋଛନାରେ ଭିଜିଭିଜି
ବୁଲୁଥିଲି ମୁଁ ଖୋଜିଖୋଜି
ସ୍ଵପ୍ନରେ ସେହି ଦେବତାକୁ ମୋର
ଦେଖିଲି ସପନେ ମୁଁ ହଜିହଜି ।
ଆୟତ୍ତ ନୟନେ ମନ ଲୋଭା
ଅପରୂପ ତାଙ୍କ ଚାରୁ ଶୋଭା
ବଧୂଲି ଅଧରେ ହସ ଫୁଟୁଥିଲା
ଲାଗେ ସୁଦ୍ଧା ଝରା ଠୋପା ଠୋପା ।
ବଙ୍କିମ ଘନ କେଶ ରାଶି
କମନୀୟ ମୁଖ ନିନ୍ଦେ ଶଶୀ
ଅଭୁଲା ଠାଣିରେ ବଂଶୀ ବଜାଇ
କହୁଛନ୍ତି ମୋତେ ହସିହସି ।
ରାଉରକେଲା