ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସ୍ବପ୍ନ ଦେବତା

ସ୍ବପ୍ନ ଦେବତା

ଉପେନ୍ଦ୍ର କୁମାର ବସ୍ତିଆ

 

ସନ୍ଧ୍ୟାର ଏକ ମଉନ ମୁହୂର୍ତ୍ତେ 

ଜାଣେନା କିବା ମୁଁ ଖୋଜୁଥିଲି 

ରାତ୍ରୀ ଓହ୍ଲାଇ ଆସନ୍ତେ ମର୍ତ୍ତେ 

 ଅନ୍ଧାରରେ ମୁଁ ହଜିଗଲି ।

 

ଝରା ଜୋଛନାରେ ଭିଜିଭିଜି 

 ବୁଲୁଥିଲି ମୁଁ ଖୋଜିଖୋଜି 

ସ୍ଵପ୍ନରେ ସେହି ଦେବତାକୁ ମୋର 

ଦେଖିଲି ସପନେ ମୁଁ ହଜିହଜି ।

 

ଆୟତ୍ତ ନୟନେ ମନ ଲୋଭା 

ଅପରୂପ ତାଙ୍କ ଚାରୁ ଶୋଭା 

ବଧୂଲି ଅଧରେ ହସ ଫୁଟୁଥିଲା 

ଲାଗେ ସୁଦ୍ଧା ଝରା ଠୋପା ଠୋପା ।

 

ବଙ୍କିମ ଘନ କେଶ ରାଶି 

କମନୀୟ ମୁଖ ନିନ୍ଦେ ଶଶୀ 

ଅଭୁଲା ଠାଣିରେ ବଂଶୀ ବଜାଇ 

କହୁଛନ୍ତି ମୋତେ ହସିହସି ।

 

ରାଉରକେଲା

 

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା କାଶତାଣ୍ଡୀ ଫୁଲେ ଫୁଲେ ଆଶ୍ୱିନ ଆସେ

Sunil Chandra Nayak

ତାଲୁକ ଆଇନ ସେବା ସମିତି ଧର୍ମଗଡ ତରଫରୁ ମହାମାରୀ ଅଧିନିୟମ ଓ କୋଭିଡ-୧୯ ଗାଇଡଲାଇନ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମରାଜ ପ୍ରଧାନ ଙ୍କ କବିତା ସ୍ବାଗତମ୍ ମାଁ

Sunil Chandra Nayak

Leave a Comment

error: Content is protected !!