ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନିଖୋଜ ଶିଶୁ ଓ ମହିଳା କୁ ସରକାର ଖୋଜିବା ଓ ନ୍ୟାୟ ଦେବା ଦାବୀରେ ଧର୍ମଗଡ ବ୍ଲକ କଂଗ୍ରେସ ର ମଶାଲ ଶୋଭାଯାତ୍ରା

ନିଖୋଜ ଶିଶୁ ଓ ମହିଳା କୁ ସରକାର ଖୋଜିବା ଓ ନ୍ୟାୟ ଦେବା ଦାବୀରେ ଧର୍ମଗଡ ବ୍ଲକ କଂଗ୍ରେସ ର ମଶାଲ ଶୋଭାଯାତ୍ରା

ଆଜି ସନ୍ଧ୍ୟାରେ ଧର୍ମଗଡ ବ୍ଲକ ଜାତୀୟ କଂଗ୍ରେସ ପକ୍ଷରୁ ଧର୍ମଗଡ ଠାରେ ଏକ ମଶାଲ ଶୋଭାଯାତ୍ରା ହୋଇଥିଲା।ଧର୍ମଗଡ ତିନି ଛକ ଠାରୁ ଏକ ମଶାଲ ଶୋଭା ଯାତ୍ରା ଚାରିଛକ ପର୍ଯ୍ୟନ୍ତ ଯାଇଥିଲା। 

ନିଖୋଜ ଶିଶୁ ଓ ମହିଳା କୁ ସରକାର ଖୋଜିବା ଓ ନ୍ୟାୟ ଦେବା ଦାବୀ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ସାରା ରାଜ୍ୟର ସମସ୍ତ ବ୍ଲକରେ ମଶାଲ ଶୋଭାଯାତ୍ରା କରାଯାଇ ଆଜି ପ୍ରତିବାଦ ପାଇଁ ଡାକରା ଦିଆଯାଇଛି।

ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ଆହ୍ଵାନ କ୍ରମେ ଆଜି ଧର୍ମଗଡ ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା ଧର୍ମଗଡ ତିନିଛକ ଠାରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା। କଂଗ୍ରେସ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପ୍ରଭାରୀ ମନୋରଞ୍ଜନ ତ୍ରିପାଠୀ, ପିସିସି ସଭ୍ୟ ତୁଷାର ରଞ୍ଜନ ପଟ୍ଟଯୋଶୀ,ବ୍ଲକ ସଭାପତି ପ୍ରେମଲାଲ ସାଗର, ବ୍ଲକ ଉପସଭାପତି ବିରଞ୍ଚି ବଣିଆ, ଯୁବ ସଭାପତି ଗୋଲୁ ନାଏକ, ନଗର କଂଗ୍ରେସ ଉପସଭାପତି ମିଟୁ ନାଏକ, ଜୀବର ଧନ ସାଗର, ଧରଣୀ ଧଙ୍ଗଡାମାଝୀ ଙ୍କ ସମେତ ବହୁ କଂଗ୍ରେସ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ନାରୀ ନିର୍ଯାତନା, ମହିଳା ଧର୍ଷଣ, ଗଣ ବଳାତ୍କାର ଓ ଶିଶୁ ଓ ବାଳିକା ନିଖୋଜ ଘଟଣା ଉଦବେଗଜନକ ସ୍ଥିତିରେ ପହଁଚିଲାଣି। ଓଡ଼ିଶା ରେ ନିରୀହ ଶିଶୁ ଓ ମହିଳା ମାନଙ୍କୁ ଦୁଷ୍କର୍ମ, ଓ ହତ୍ୟା ଏବଂ ହଜାର ହଜାର ମହିଳା ନିଖୋଜ ହେଉଥିବା ରୁ ତାର ନ୍ୟାୟିକ ଯାଞ୍ଚ ଦାବି ରେ ଏହି ଶୋଭା ଯାତ୍ରା ହୋଇଥିବା କଂଗ୍ରେସ ନେତା ମାନେ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

Sunil Chandra Nayak

ଡାବୁଗାଁ ବ୍ଲକ ବିଜେଡିର ମହିଳା ସମାବେଶ

Sunil Chandra Nayak

BJD Stages Protest Over Statue Vandalism

masiha

Leave a Comment

error: Content is protected !!