ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ପାଠାଗାରରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ବାସନ୍ତୀ ପାଠାଗାରରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଓ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର କର୍ଣ୍ଣାଧାର ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଭାପତି ଡ଼ଃ ଶକ୍ତିପ୍ରସାଦ ସାମନ୍ତରାୟଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ଅଜୟ ପ୍ରଧାନଙ୍କ ଆବାହକତ୍ଵ ଓ ସାଂସ୍କୃତିକ ସମ୍ପାଦିକା ସୁଭାଷିନୀ ସାହୁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ବାମି ଯୋଗଦେଇ ଓଡିଶାକୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିବାରେ ଏଇ ଦୁଇ ମହାପୁରୁଷଙ୍କ ଅବଦାନ ବିଷୟରେ ବର୍ଣ୍ଣନା କରି କହିଲେ ଯେ ଉଭୟ ମନୀଷି ଙ୍କ ଅବଦାନ ଯୋଗୁଁ ଆମେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପାଇଛୁ। ସେମାନଙ୍କ ଜାତି ପ୍ରୀତି,ଭାଷା ପ୍ରୀତି ସର୍ବୋପରି ନିଜର ଅସ୍ମିତା କୁ ବଜାୟ ରଖି ଓଡ଼ିଶା ର ମାନ କୁ ବଜାୟ ରଖିପାରିଥିବାରୁ ସେମାନେ ଆମ ଓଡ଼ିଶା ବାସୀଙ୍କ ପାଇଁ ଚିର ନମସ୍ୟ ହୋଇ ରହିବେ ବୋଲି ମତ ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ କଵି ସୁଶାନ୍ତ ନାୟକ ଏବଂ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସୁଶାନ୍ତ ନାୟକ, ସଞ୍ଜୁକ୍ତା ଦାଶ,ସୁମିତା ସ୍ବାଇଁ, ଦିବାକର ଦାସ, ମଞ୍ଜୁଳା କୁମାରୀ ରଥ, ଉପେନ୍ଦ୍ର ବସ୍ତିଆ, ଗୌତମ ଦାସ, ସୁଚିତ୍ରା ଲେଙ୍କା ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ବିଭୁଦତ୍ତ ବେହେରା, କବିତା ଦାଶ,କମଳ ଆଚାର୍ଯ୍ୟ, ପ୍ରିୟା ପାତ୍ର,ଶରତ ଚନ୍ଦ୍ର ରାଉତ, ଶ୍ରୀକାନ୍ତ ପାଣିଗ୍ରାହୀ, ବସନ୍ତ କୁମାର ମହାରଣା, ଆମ୍ବିକେଶ୍ୱରୀ ରାଉତ, ପ୍ରିୟା ପାତ୍ର କବିତା ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କବିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Sunil Chandra Nayak

ବିଦ୍ୟୁତ ଶକ ଲାଗି ଦୁଇ ପୃଥକ ପୃଥକ ଘଟଣାରେ ଜଣେ ମୃତ, ଜଣେ ଗୁରୁତର

Leave a Comment

error: Content is protected !!