ଲକ୍ଷେ ଟଙ୍କା ଗୋଟିଏ ମୁଦି ଚୋରି ଘଟଣାରେ:୨ ଗିରଫ
ନବରଙ୍ଗପୁର:(୪|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଡଙ୍ଗରିଗୁଡ଼ା ଶିବ ମନ୍ଦିର ନିକଟରେ ଥିବା ବେଣୁଧର ପରିଡା ଙ୍କ ଘରୁ ଦିନ ୧୦ ଘଣ୍ଟା ସମୟରେ ଚୋରି ଘଟଣା ରେ ସମ୍ପୃକ୍ତି ଠାବ ୨ ଜଣ ନାବାଳକ ଙ୍କୁ ଡାବୁଗାଁ ପୋଲିସ ଗିରଫ କରିଛି l ସେମାନଙ୍କ ନିକଟରୁ ୯୮୦୦ ଟଙ୍କା ଜବତ କରିଛି l ପୋଲିସ ଆଜି ଦୁଇ ନାବାଳକଙ୍କୁ ଜୁଭେନାଇଲ କୋର୍ଟ କୁ ଚାଲାଣ କରାଯାଇଛି l ଘରେ କେହି ନ ଥିବା ଜାଣି ଛାତ ଉପରକୁ ଯାଇ ସିଡି ବାଟେ ଘର ଭିତରକୁ ପଶି କବାଟ ଭାଙ୍ଗି ଘରେ ଥିବା ଏକଲକ୍ଷ ଟଙ୍କା ଓ ଗୋଟିଏ ସୁନା ମୁଦି ଚୋର ନେଇଥିବା ଏତଲାରେ ଦର୍ଶାଇ ଥିଲେ ଘର ମାଲିକ ବ୍ୟବସାୟୀ ବେଣୁଧର ପରିଡା l ଏତାଲାକୁ ଭିତି କରି ପୋଲିସ ଅନୁସନ୍ଧାନ ଜାରୀ ରଖିଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରି ଥିଲାl ଜୟନ୍ତୀ ନଗର ର ଦୁଇ ନାବାଳକ ଙ୍କ ଉପରେ ସନ୍ଦେହ ହେବାରୁ ଦୁହେଁ ଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା ପୋଲିସ l ଶେଷରେ ଦୁଇ ନାବାଳକ ଚୋରି କରିଥିବା ସ୍ୱୀକାର କରିଥିବା ନେଇ ତଦନ୍ତକାରୀ ଅଧିକାରୀ ସବ- ଇନିସପେକ୍ଟର ଚନ୍ଦନ କୁମାର ସାହୁ କହିଛନ୍ତି l
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍

