ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

୧୬ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳିତ

୧୬ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳିତ

ନର୍ଲl ବ୍ଲକ ଅନ୍ତର୍ଗତ ଭିମକେଲl ଗ୍ରlପ ଅଧିନସ୍ତ ପଲସପଡ଼l ଗ୍ରାମ ରେ ୧୬ ପ୍ରହର ନାମ ଯଜ୍ଞ ମହାସମାରୋହରେ ପାଳିତ ହୋଇଇଯାଇଛି , ଉକ୍ତ ନାମ ଯଜ୍ଞ ରେ ୮ଗୋଟି ସଙ୍କୀର୍ତ୍ତନ ଦଳ କଳାହାଣ୍ଡି ତଥା ଛତିଶଗଡ ରୁ ଆସି ସଙ୍କୀର୍ତ୍ତନ ପରିବେଷଣ କରିଥଲେ। ଏଥିରେ ଆଖପାଖ ଅଞ୍ଚଳର ପ୍ରାୟ ଦଶ ହଜାର ଶ୍ରଦ୍ଧାଳୁ ସମବେତ ହୋଇଥିଲେ ତଥା ସମସ୍ତଙ୍କ ପାଇଁ ଅର୍ଣ୍ଣ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଗତ ଶନିବାର ଦିନ ମା ଭଉଣୀ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ଏକ ବିରାଟ କଳସ ଶୋଭା ଯାତ୍ରା ଅନୁଷ୍ଠିତ ସହ ତା ପରଦିନ ରବିବାର ଓ ସୋମବାର ଦୁଇ ଦିନ ଧରି ଏହି ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଯଜ୍ଞ କର୍ତ୍ତା ରୂପେ ଶ୍ରୀଯୁକ୍ତ ବଂଶୀଧର ନାଏକ, ପୂଜକ ଧୀରେନ୍ଦ୍ର ରଥ, ବିଭୂତି ବକ୍ସି, କମିଟି ସଭାପତି ଶ୍ରୀଯୁକ୍ତ ଜଗଦୀଶ ନାଏକ, ସମ୍ପାଦକ ଶରତ ନାଏକ ତଥା ସମସ୍ତ ଗ୍ରାମବାସୀ ମାନଙ୍କ ପୂର୍ଣ୍ଣ ସହାୟତା ରେ ବ୍ୟବସ୍ତିତ ଏବଂ ଶୃଙ୍ଖଳା ସହ ସମାପନ ହୋଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ     

ଖସିଗୁଡ଼ାରେ ଅଖଣ୍ଡ ନାମ ଯଜ୍ଞ ପାଇଁ ଭୂମି ପୂଜା

Sunil Chandra Nayak

ମା ଡୋକାରୀ ଦେବୀଙ୍କ ଚୈତ୍ର ଯାତ୍ରା ଅନୁଷ୍ଠିତ, ପାହାଡ଼ ଶିଖର ଚଢି ଦର୍ଶନ କଲେ ଶ୍ରଦ୍ଧାଳୁ

Sunil Chandra Nayak

Leave a Comment

error: Content is protected !!