ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

ଡାବୁଗାଁ, ୧୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ ର ଶିକାର ହୋଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୧୫ ବର୍ଷୀୟ ଜଣେ ନାବାଳିକା ୨୦୨୪ ମସିହା ଦଶହରା ସମୟରେ ତାଙ୍କ ଗ୍ରାମର ବିଷ୍ଣୁ ପାଇକ (୨୫) ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଯୁବକ ଜଣଙ୍କ ବିବାହର ପ୍ରଲୋଭନ ଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କ ଶାରେରୀକ ସମ୍ପର୍କରେ ପରିଣତ ହୋଇଥିଲା | ଏପରି କିଛି ଦିନ ତଳେ ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ | ପରେ ନାବାଳିକା ଗର୍ଭବତୀ ଥିବା ଯୁବକ ଙ୍କୁ ଜଣାଇଥିଲେ ଓ ବିବାହ କରିବା ପାଇଁ କହିଥିଲେ | କିନ୍ତୁ ବିଷ୍ଣୁ ନାବାଳିକାକୁ ବିବାହ କରିବାକୁ ମନା କରିଥିଲେ | ଏହାପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲା | ପରେ ଗ୍ରାମରେ ବୈଠକ କରାଯାଇ ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ କୌଣସି ସମାଧାନ ହୋଇନଥିଲା | ଶେଷରେ ପୀଡ଼ିତା ନାବାଳିକା ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୦୬/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା | ପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି | ନବରଙ୍ଗପୁର ଜିଲା ପୋଲିସ ମୁଖ୍ୟାଳୟର ଆଇୟୁସିଏଡ଼ବ୍ଳ୍ୟ ବିଭାଗର ସବଇନିସ୍ପେକ୍ଟର ଖଗେଶ୍ଵର ଖୋସଲା ମାମଲାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହିନ୍ଦୋଳରେ ହାତୀ ହତ୍ୟା ଘଟଣାରେ ନୂଆ ମୋଡ  କାର୍ଯ୍ୟାନୁଷ୍ଠାନ ଆରମ୍ଭ

ଛେଳି ଚୋରିକୁ କେନ୍ଦ୍ରକରି ଉତ୍ତେଜନା ୩ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ: ଖସିଗଲେ ୬ ଯୁବକ

masiha

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ବାରା ଚୋର ଗିରଫ ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ବାରା ଚୋରି ଜିନିଷ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!