ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

ଡାବୁଗାଁ, ୧୯/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ ର ଶିକାର ହୋଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୧୫ ବର୍ଷୀୟ ଜଣେ ନାବାଳିକା ୨୦୨୪ ମସିହା ଦଶହରା ସମୟରେ ତାଙ୍କ ଗ୍ରାମର ବିଷ୍ଣୁ ପାଇକ (୨୫) ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଯୁବକ ଜଣଙ୍କ ବିବାହର ପ୍ରଲୋଭନ ଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କ ଶାରେରୀକ ସମ୍ପର୍କରେ ପରିଣତ ହୋଇଥିଲା | ଏପରି କିଛି ଦିନ ତଳେ ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିବା ଜାଣିବାକୁ ପାଇଥିଲେ | ପରେ ନାବାଳିକା ଗର୍ଭବତୀ ଥିବା ଯୁବକ ଙ୍କୁ ଜଣାଇଥିଲେ ଓ ବିବାହ କରିବା ପାଇଁ କହିଥିଲେ | କିନ୍ତୁ ବିଷ୍ଣୁ ନାବାଳିକାକୁ ବିବାହ କରିବାକୁ ମନା କରିଥିଲେ | ଏହାପରେ ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲା | ପରେ ଗ୍ରାମରେ ବୈଠକ କରାଯାଇ ଘଟଣାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ କୌଣସି ସମାଧାନ ହୋଇନଥିଲା | ଶେଷରେ ପୀଡ଼ିତା ନାବାଳିକା ସୋମବାର ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୦୬/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା | ପରେ ନାବାଳିକାର ଡାକ୍ତରୀ ମାଇନା କରାଯାଇଛି | ନବରଙ୍ଗପୁର ଜିଲା ପୋଲିସ ମୁଖ୍ୟାଳୟର ଆଇୟୁସିଏଡ଼ବ୍ଳ୍ୟ ବିଭାଗର ସବଇନିସ୍ପେକ୍ଟର ଖଗେଶ୍ଵର ଖୋସଲା ମାମଲାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

masiha

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା! ଶ୍ରୀରାମ ଗ୍ରାମରେ ଜାମୁଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର 

masiha

ଅବକାରୀ ବିଭାଗ ପକ୍ଷରୁ କପ ସିରଫ ଜବତ

Sunil Chandra Nayak

Leave a Comment

error: Content is protected !!