ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

ଯୋଗ କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ପାଳିତ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ଦ୍ଵାରା ସଂଚାଳିତ ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡାଙ୍କ ପୌରହିତ୍ୟରେ ଯଜ୍ଞ କାର୍ଯ୍ୟ କରାଯାଇ ସମସ୍ତଙ୍କ ମଙ୍ଗଳ କାମନା କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ଆର ଏସ ପି ସହ ପ୍ରବନ୍ଧକ ଆର ଏନ୍ ପାଢ଼ୀ , ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା,ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । କେନ୍ଦ୍ରର ଯୋଗ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ଦାଶ ବାର୍ଷିକ ବିବରଣୀ ସହ କେନ୍ଦ୍ର ର ଚାଲିବା ପାଇଁ ଯେଉ ସମସ୍ୟା ଅଛି ସେଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଭାରତ ସ୍ୱାଭିମାନ ନ୍ୟାସର ସହ ରାଜ୍ୟ ପ୍ରଭାରୀ ଶ୍ରୀ ମାର୍ଥା ତାଙ୍କ ଅଭିଭାଷଣରେ ଯୋଗର ଆବଶ୍ୟକତା ଓ ଏହାଦ୍ବାରା ବ୍ୟକ୍ତି ,ସମାଜ ଓ ଦେଶର ଆର୍ଥିକ ପ୍ରଗତିରେ ଯୋଗର ଅବଦାନ ଉପରେ ମତବ୍ୟକ୍ତ କରିଥିଲେ । ଯୋଗକୁ ବିଶ୍ଵ ଦରବାରରେ ପ୍ରଚାର ପ୍ରସାରରେ ପରମପୂଜ୍ୟ ମହାରାଜ ଯୋଗଋଷିଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ସମସ୍ତେ ଅଷ୍ଟାଙ୍ଗ ଯୋଗର ନିୟମକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଇସ୍ପାତ କାରଖାନାର କ୍ରୀଡା ବିଭାଗର ସହ ପ୍ରବନ୍ଧକ ଆର ଏନ୍ ପାଢ଼ୀ ତାଙ୍କ ବକ୍ତବ୍ୟରେ ଯୋଗ କେନ୍ଦ୍ରର ଅଧିକ ସଂଖ୍ୟକ ସାଧକ ସାଧକାଙ୍କୁ ଯୋଡିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। କେନ୍ଦ୍ରର ସମସ୍ୟା ପ୍ରତି ସେ ଧ୍ୟାନ ଦେବାକୁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ, ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ପିୱଇଏସ ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ ସାହୁ, ଜିଲ୍ଲା ମିଡିଆ ପ୍ରଭାରୀ , ଜିଲ୍ଲା ସୋସିଆଲ ମିଡିଆ ପ୍ରଭାରୀ ଆରତୀ କର ପ୍ରମୁଖ ଅଭିଭାଷଣରେ ଯୋଗ ସୁସ୍ଥ ଓ ନିରୋଗ ଜୀବନ ପାଇଁ ବିନା ଅର୍ଥରେ ଏକମାତ୍ର ମାର୍ଗ ବୋଲି ମତ ପୋଷଣ କରିବା ସହିତ ଯୋଗର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ବ ଆରୋପ କରିଥିଲେ । ଏହି କେନ୍ଦ୍ରର ମୁଖ୍ୟ ଯୋଗ ଶିକ୍ଷକ କଲ୍ପନା ପଣ୍ଡା ଓ ବିଷ୍ଣୁ ପ୍ରିୟା ଦାଶ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ । ଯୋଗ କର , ନିରୋଗ ରୁହ ଏହା ଉପରେ ଯୋଗ ଦ୍ୱାରା ନିଜେ କି ପ୍ରକାର ଲାଭବାନ ହୋଇଛନ୍ତି ତାଉପରେ ସାଧିକା ମାନେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ମୀରା ବେହେରା, ସ୍ୱର୍ଣ୍ଣ ଲତା ରାଉତ, ରଞ୍ଜିତା ମହାନ୍ତି, ରେଖା ନାୟକ, ବୀଣାପାଣି ମହାନ୍ତ, ହେମଲତା ଜେନା,, ସ୍ମିତା ପାଢ଼ୀ, ସ୍ମିତା ପରିଡ଼ା ଓ ସୁଜାତା ଯୋଗ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ସହିତ ଏହି କେନ୍ଦ୍ରର କବିତା ଭୂୟାଁ, ହେମଲତା ଜେନା, ରଶ୍ମି ମହାପାତ୍ର, ମମତା ପଣ୍ଡା, ସ୍ୱର୍ଣ୍ଣଲତା ରାଉଳ, ସନ୍ଧ୍ୟା ମହାନ୍ତି, ଭଗବତୀ ସାହୁ, କଳ୍ପନା ଦୀୟାନା, ଲୀନା ପଟ୍ଟନାୟକ, ଶିଖା ଆଦି ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅନ୍ୟ କେନ୍ଦ୍ରର ଆମନ୍ତ୍ରିତ ଅତିଥି ତଥା ବରିଷ୍ଠ ଯୋଗ ଶିକ୍ଷକ ମନୋରମା ରାଉତ, ସନ୍ଧ୍ୟା ରାଣୀ ସାହୁ, କୌଶଲ୍ୟା ପୃଷ୍ଟି, ଶରତ ଚନ୍ଦ୍ର ଦାସ, ଅନୁସୁୟା ବାରିକ, ତପସ୍ଵିନୀ ସାହୁ, ମମତା ରାଉତ, ରଥ ହରି ପାଲ, ରେଣୁ ତନ୍ତୀ, ବିଜୟଲକ୍ଷ୍ମୀ ମହାନ୍ତ, ଆଶାଲତା ସାହୁ, ସବିତା ପ୍ରଧାନ, ରେବତୀ ବେହେରା, ଯ୍ୟୋତ୍ରିମୟୀ ପାଣିଗ୍ରାହୀ ଥିଲେ । ଯୋଗ ଶିକ୍ଷୟତ୍ରୀ କଳ୍ପନା ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ବୋଲି ଗଙ୍ଗାଧର ଦାଶ ସୂଚନା ଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ସଚେତନତା ପଦଯାତ୍ରାର ଚବିଶି ଦିନ

Sunil Chandra Nayak

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

Sunil Chandra Nayak

ଆନ୍ତର୍ଜାତୀୟ ବ୍ଲାକନୋଫାଣ୍ଟାଷ୍ଟିକ ଇଣ୍ଟରନେସନାଲ କ୍ରୋଏସିଆ ପକ୍ଷରୁ ଡ ନାରାୟଣ ମହାପାତ୍ରଙ୍କୁ ‘ସମ୍ମାନ ସୂଚକ ଡକ୍ଟରେଟ ଉପାଧି’ ରେ ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!