ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ “ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା” 

ମାନ୍ୟବର ପ୍ରଭାରୀ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନାଙ୍କ ଦିନିକିଆ ରାୟଗଡ ଗସ୍ତ

“ବିକାଶ ମେଳାର ଆୟୋଜନ ସମ୍ବଦ୍ଧରେ ବୈଠକରେ ସମୀକ୍ଷା” 

ରାୟଗଡ଼ :-ତା.୭/୦୬- ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା, ମାନ୍ୟବର ବାଣିଜ୍ୟ ଓ ପରିବହନ, ଖଣୀ ଓ ଇସ୍ପାତ ମନ୍ତ୍ରୀ ଓଡିଶା ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ଦିନିକିଆ ରାୟଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ପହଂଚିଥିଲେ l ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତlରେ ସ୍ଥାନୀୟ ଜିଲ୍ଲା ପରିଷଦ ସମିଳନୀ କକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ l ଏହା ସହିତ ଆସନ୍ତା ଏକ ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ୧୨/୦୬/୨୦୨୫ରିଖ ରୁ ୧୮/୦୬/୨୦୨୫ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବିକାଶ ମେଳାର ଚୁଡାନ୍ତ କାର୍ଯ୍ୟକ୍ରମର ରୂପରେଖ ସମ୍ବନ୍ଧରେ ସମୀକ୍ଷା କରିଥିଲେ l ମାନ୍ୟବର ମନ୍ତ୍ରୀ ନିଜର ଭାଷଣରେ କହିଲେ ଯେ ସେବା ସୁଶାସନ ଓ ଗରିବ କଲ୍ୟାଣର ଅମୃତ ବର୍ଷର ଉପଲବ୍ଧିକୁ ସୁବ୍ୟବସ୍ଥିତ ଢଙ୍ଗରେ ଲୋକଙ୍କ ପାଖରେ ପହଂଚାଇବା ଏହି ମେଳରେ ମୂଳ ଉଦେଶ୍ୟ l ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ବିକାଶ ମେଳା କରାଯିବ ଏବଂ ରାଜ୍ୟର ପ୍ରମୁଖ ଜିଲ୍ଲା ମାନଙ୍କରେ କୃଷକ ମେଳା, ନାରୀଶକ୍ତି, ଯୁବଶକ୍ତି ଓ ଆଦିବାସୀ ଶକ୍ତି ସମାବେଶ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ କହିଥିଲେ l ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ କରାଯିବ l ଏକ ବର୍ଷ ଭିତରେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଉପରେ ପ୍ରଦର୍ଶନୀ ମଣ୍ଡପ ମାଧ୍ୟମରେ ଲୋକଙ୍କୁ ପ୍ରଦର୍ଶିତ କରାଯିବ l ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଏହି ବିକାଶ ମେଳା ଆୟୋଜନ କରାଯିବ l ଏହା ସହିତ ପାରମ୍ପରିକ ଖାଦ୍ୟ ମେଳା, ମୋ ସ୍ୱପ୍ନରେ ଓଡିଶା- ୨୦୩୬ ଓ ମୋ ସ୍ୱପ୍ନରେ ଭାରତ -୨୦୪୭ ବିଷୟରେ ପ୍ରବନ୍ଧ ଓ ଚିତ୍ରକାଳା ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ କୃତୀ ପ୍ରତିଯୋଗି ମାନଙ୍କୁ ଏହି ମେଳlରେ ପୁରସ୍କୃତ କରାଯିବ l ସରକାରଙ୍କ ସଫଳ କାହାଣୀର ଦୈନିକ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ପ୍ରଦର୍ଶିତ କରାଯିବ l ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ହାସଲ କରିଥିବା ବ୍ୟକ୍ତି ବିଶେଷ, ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯିବ l ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଦୈନିକ ସନ୍ଧ୍ୟା ସମୟରେ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ l ମାନ୍ୟବର ମନ୍ତ୍ରୀ ଓ ଅତିଥି ମାନଙ୍କ ଦ୍ୱାରା ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ l କ୍ରୀଡା ମାଧ୍ୟମରେ ଯୁବ ଗୋଷ୍ଠୀକୁ ସାମିଲ କରାଯିବ lଏହା ବ୍ୟତୀତ ବିଭିନ୍ନ ବ୍ଲକରେ ବିକାଶ ବାହାନା ମାଧ୍ୟମରେ ଏକ ବର୍ଷର ଉପଲବ୍ଧି ଲୋକଙ୍କୁ ଜଣାଇଦିଆଯିବ l ସ୍ଥlନେ ସ୍ଥାନେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଉତ୍ସବ ମୁଖର କରାଯିବ l ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରର ଲୋକମାନଙ୍କୁ ବିଶେଷ କରି ମାନ୍ୟଗଣ୍ୟ,ବୁଦ୍ଧି ଯିବି, ଗଣମାଧ୍ୟମ,ଯୁବ ସମାଜ, ବିଭିନ୍ନ ସଂଘଠନର ଲୋକଙ୍କୁ ନେଇ ଆଲୋଚନା ଚକ୍ର ଓ କର୍ମଶାଳା ଆୟୋଜନ କରିବାକୁ ମାନ୍ୟବର ମନ୍ତ୍ରୀ କହିଥିଲେ l ଏହା ସହିତ ବିଭିନ୍ନ କ୍ଷତ୍ରରେ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରାଯିବାକୁ ମାନ୍ୟବର ମନ୍ତ୍ରୀ କହିଥିଲେ l

 ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ କୁମାର ଜେନା, ପ୍ରକଳ୍ପ ପ୍ରଶାସକ ସାମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣୁପୁର ଶ୍ରୀ ଅଜୟ କୁମାର ପ୍ରଧାନ ଓ ଅନ୍ୟlନ୍ୟ ଜିଲ୍ଲାସ୍ଥରୀୟ ଅଧିକାରୀ ମାନେ ଯୋଗଦେଇଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

ଅନ୍ଦ୍ରପ୍ରଦେଶ ରାଜ୍ୟ ର ସିକନ୍ଦରାବାଦ ଇଟାଭଟାରେ କୁମ୍ଭାରୀର ଶ୍ରମିକ ଅଟକ ଘଟଣା ତୁରନ୍ତ ଉଦ୍ଧାର କରିବାକୁ ଦାବୀ କଲେ ପୂର୍ବତନ ସାଂସଦ ନିରଞ୍ଜନ 

Leave a Comment

error: Content is protected !!