ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

ବିଂଝାରପୁର ରେ ଡ୍ରଗସ ପାଇଁ ଅସୁରକ୍ଷିତ ରାଜରାସ୍ତା, ପୋଲିସ୍ କାର୍ଯ୍ୟାନୁଷ୍ଠାନ ଦାବି 

ଯାଜପୁର , ୮ ଜୁନ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ) : ଦିନକୁ ଦିନ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଥାନା ଅଞ୍ଚଳରେ ବଢ଼ି ଚାଳିଛି ନିଶାଡ଼ି ଅସାମାଜିକ ଯୁବକଙ୍କ ପାଦୃଭାବ।ବେଳ ବୁଡ଼ି ରାତି ଆସିଲେ ଜମୁଛି ନିଶା ବେପାର।ଏହି ଏହି ନିଶା ଦ୍ରବ୍ୟ ଭିତରେ ଗଞ୍ଜେଇ, ମଦ, ଅଫିମ, ଚରସ କିନ୍ତୁ ଏବେ ପ୍ରଥମ ସ୍ଥାନରେ ରହିଛି ଧଳା ଜହର ବା ଡ୍ରଗସ୍।

ବିଞ୍ଝାରପୁରରେ ଦିନକୁ ଦିନ ବୃଦ୍ଧି ପାଉଛି ଡ୍ରଗସ୍ କାରବାର। ବଜାର ଠୁ ଗାଁ ସବୁଠି ଚାଲିଛି ବେଧଡ ଭାବେ ଏହି ବେପାର।ଛୋଟ ଛୋଟ ପାନ ଦୋକାନରେ ବିକ୍ରି ହେଉଛି ଏହି ଧଳା ଜହର। ସନ୍ଧ୍ୟା ହେଲେ ବିଲ ହେଉ କି ନଦୀ ବନ୍ଧ ଅବା ଫାଙ୍କା ରାସ୍ତାରେ ଧଳା ଜହର ନିଶାରେ ବୁଡ଼ି ରହୁଛନ୍ତି ଯୁବକ।ଆଉ ଏହି ଧଳା ଯହର କାରବାର ପାଇଁ ଏବେ ଜନ ଜୀବନ ଅସୁରକ୍ଷିତ। ରାତି ବଢ଼ିଲେ ରାଜ ରାସ୍ତାରେ ଯିବା ଆସିବା କରୁଥିବା ସାଇକେଲ ଏବଂ ବାଇକ୍ ଆରୋହୀଙ୍କୁ ଅଟକାଇ ଟଙ୍କା ମାଗୁଛନ୍ତି ଏହି ଡ୍ରଗସ୍ ନିଶାଡ଼ି।ଆଉ ଟଙ୍କା ନଦେଲେ ଆକ୍ରମଣ କରିବାକୁ ମଧ୍ୟ ପଛାଉ ନାହାଁନ୍ତି ନିଶାଡ଼ି।ଖରସ୍ରୋତା ନଦୀ ବନ୍ଧ ହେଉ କିମ୍ୱା ଫାଙ୍କା ବିଲ ସବୁଠି ଜମୁଛି ବେପାର।ବଢ଼ୁଛି ଚୋରୀ ଘନାଉଛି ବିପଦ ଆଶଙ୍କା।କିଛି ଦିନ ତଳେ ବିଞ୍ଝାରପୁର ଥାନାର ନୂତନ ଥାନା ଅଧିକାରୀ କିଛି ନିଶାଡ଼ିଙ୍କୁ ଉଠାଇ ଆଣିଥିଲେ। ସେତେବେଳେ କିଛିଟା ଆଶ୍ୱସ୍ତି ମିଳିଥିଲେ ହେଁ ଏବେ ଯେଉଁ କଥାକୁ ସେଇଆ। ବିଶେଷ କରି ନିଶାଡ଼ିଙ୍କ ଟାର୍ଗେଟରେ ଏବେ ସୟଦପୁର-ଚିକଣା ରାସ୍ତା। ପ୍ରାୟତଃ ନିଛାଟିଆ ବିଲ ରାସ୍ତା ହୋଇଥିବାରୁ ରାତିରେ ଏହି ରାସ୍ତା ଉପରେ ଜମୁଛି ନିଶାର ସମ୍ଭାର।ଆଉ ରାତି ୯ଟା ପରେ ଏହି ରାସ୍ତାରେ ଯିଏ ଗଲା କଥା ସରିଲା। ଏଇ ମାତ୍ର ଦୁଇ ଦିନ ତଳେ ଜଣେ ଖବର କାଗଜ ବିତରକ ଏହି ବାଟ ଦେଇ ଗଲା ବେଳେ ନିଶାଡ଼ିଙ୍କ ଆକ୍ରମଣର ଶିକାର ହୋଇଥିଲେ। ଭୟରେ ସେ ଥାନାର ଦ୍ବାରସ୍ଥ ହୋଇନଥିଲେ। ପୋଲିସ ର ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଅଭାବ ଏବଂ ପାଟ୍ରୋଲିଂ ଅଭାବରୁ ଏଭଳି ହେଉଥିବା ଅଭିଯୋଗ ଆସିଛି। ପଶ୍ଚିମବଙ୍ଗରୁ ବାଲେଶ୍ବର ଦେଇ ଆସୁଥିବା ଧଳା ଜହର ଏବେ ବିଞ୍ଝାରପୁର ବାସୀଙ୍କ ପାଇଁ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି।ବିଂଝାରପୁର ଥାନା ଏବଂ ଅଳକୁଣ୍ଡ ଥାନା ପେଟ୍ରୋଲିଙ୍ଗ କରିବାକୁ ସାଧାରଣରେ ଦାବି ହେଉଛି। 

Related posts

ଯୁବକ ର ଅପହରଣ ନେଇ ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ, ନିଜକୁ ନିଜେ ଅପହରଣ କରି ପରିବାର ଠାରୁ ଟଙ୍କା ଆଦାୟ ଘଟଣାର ପରଦା ଫାସ କଲା ପୋଲିସ

masiha

ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି

Sunil Chandra Nayak

ନିଖୋଜ ନାବାଳିକା ର ମୃତ ଦେହ ଏକ ନୂତନ ନିର୍ମାଣ କୋଠା ଘର ପାଣି କୁଣ୍ଡରୁ ଉଦ୍ଧାର

Leave a Comment

error: Content is protected !!