ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା 

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା 

ରାଉରକେଲା:ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପୂଣ୍ୟତିଥି ପାଳନ ଉପଲକ୍ଷେ ସାରସ୍ୱତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂସଦର ସେକ୍ଟର-୭ ସ୍ଥିତ କାର୍ଯ୍ୟଳୟଠାରେ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ଆଇନଜୀବୀ ତଥା ସାହିତ୍ୟିକ ଗିରିଶ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଆଲୋକ ରଞ୍ଜନ ମଲ୍ଲିକ ଯୋଗଦେଇ ‘ସମାଜ ଗଠନରେ ବିଜ୍ଞାନଭିତ୍ତିକ ସାହିତ୍ୟର ଆବଶ୍ୟକତା’ ଶୀର୍ଷକରେ ଆଲୋଚନା କରିଥିଲେ। ଓଡ଼ିଶାର ପ୍ରତିଥଯଶା ବୈଜ୍ଞାନିକ ଓ ଶିକ୍ଷାବିତ୍ ସ୍ୱର୍ଗତ ଡ. ପରିଜା ଏକାଧାରରେ ଓଡ଼ିଆ ସାହିତ୍ୟରେ ବିଜ୍ଞାନ ଭିତିକ ଲେଖା ଏବଂ ବିଭିନ୍ନ ବୈଜ୍ଞାନିକ ତତ୍ତ୍ବକୁ ପ୍ରଚାର ଓ ପ୍ରସାର କରାଇବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ଶ୍ରୀ ମଲ୍ଲିକ କହିବା ସହ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଆଧୁନିକ ସମାଜ ପାଇଁ ବିଜ୍ଞାନ ଭିତ୍ତିକ ସାହିତ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ଜୁନ୍‌ ୨ ତାରିଖରେ ପାଳିତ ହେଉଥିବା ଡ. ପରିଜାଙ୍କ ପୂଣ୍ୟ ତିଥି କୁ ସ୍ମରଣ କରି ତାଙ୍କର ବିଜ୍ଞାନଭିତ୍ତିକ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦର ସଦସ୍ୟା ସୁମିତ୍ରା ବାରିକଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀମତୀ ରଶ୍ମିବାଳା ରାଉତରାୟ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଦେଇଥିଲେ। ସଂସଦର ସାଧାରଣ ସଂପାଦକ ମନୋଜ ନନ୍ଦ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ବିଜ୍ଞାନଭିତ୍ତିକ ସାହିତ୍ୟ ସମ୍ପର୍କରେ ପ୍ରାୟ ଆଲୋଚନା ହେଉ ନଥିବାରୁ ସଂସଦ ପକ୍ଷରୁ ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜନର ଆବଶ୍ୟକତା ସମ୍ପର୍କରେ ଶ୍ରୀ ନନ୍ଦ ସୂଚନା ଦେଇଥିଲେ। 

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ବରିଷ୍ଠ କବି ଉପେନ୍ଦ୍ର ବସ୍ତିଆଙ୍କ ଅଧ୍ୟକ୍ଷତାରେ ଏକ ମନୋଜ୍ଞ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉର୍ବଶୀ ଦାଶ ପତି ଏବଂ କିଶୋରୀ ମୋହନ କରଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମର ସହରର ବିଭିନ୍ନ ବର୍ଗର କବିମାନେ ସ୍ୱରଚିତ କବିତାମାନ ପାଠ କରିଥିଲେ। ଏଥିରେ ତ୍ରିଲୋଚନ ମଥାନ, ସତ୍ୟବ୍ରତ ଦାସ, ବ୍ରଜେନ୍ଦ୍ର ଦାଶ, ବ୍ରଜବିହାରୀ ଦାଶ, ଦିବାକର ଦାସ, ଦୀପ୍ତି ମହାନ୍ତି, ଅର୍ଚ୍ଚନା ପାତ୍ର, ପୁଷ୍ପାରାଣୀ ପଟେଲ୍, ପ୍ରଶାନ୍ତ କୁମାର ପତି, କୁଞ୍ଜବିହାରୀ ରାଉତ, ହରିହର ବେହେରା, ଶ୍ରୀଧର ସୁନା, ରାଜୀବ ପାଣି, ଅଜୟ କୁମାର ମହାନ୍ତି, ଗଦାଧର ବେହେରା, ମୀନକେତନ ପଶାୟତ, ଜଗନ୍ନାଥ ରାଉତ, ସସ୍ମିତା ପ୍ରଧାନ ପ୍ରମୁଖ କବିତା ପାଠ କରିଥିଲେ। ଶେଷରେ କବି ସୁମିତ୍ରା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ସଂସଦର ସଦସ୍ୟ ଓ କର୍ମକର୍ତ୍ତାମାନେ ସକ୍ରୀୟ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

 

Related posts

୧୫ତମ ଜାତୀୟ ମତଦାତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

ଭାରତୀୟ ବିଦ୍ୟାନିକେତନ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

୧୨ ବାଟାଲିୟନ ସି ଆର୍ ପି ଏଫ୍ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!