ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

ରାଉରକେଲା ୧୦/୬, ଦିଲ୍ଲୀ ଠାରେ ଆୟୋଜିତ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ – ୨୦୨୫ ପ୍ରତିଯୋଗୀତାରେ ରାଉରକେଲା ସହରର ରୋହିତ ରାଜ ଭଟ୍ଟ ସ୍ବର୍ଣ୍ଣ ପଦକ ଲାଭ କରି ଓଡିଶାର ଗୌରବ ଆଣିବା ସହିତ ରାଉରକେଲାର ଗୌରବ ଆଣିଛନ୍ତି। ଏହି ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ବାସନ୍ତୀ କଲୋନୀର ବାସନ୍ତୀ ପାଠାଗାର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

           ମଇ ୩୦ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ରୋହିଣୀ ୧୯ଠାରେ ଆୟୋଜିତ ଏହି ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚାମ୍ପିୟନସିପ୍ – ୨୦୨୫ ଜୁନିୟର ୮୩କେଜି କ୍ଯାଟିଗୋରିରେ ରେକର୍ଡ ସ୍କ୍ବାଡ୍ ସହିତ ୨୧୨.୫କେଜି, ବେଞ୍ଚ ପ୍ରେସ୍ ୧୦୭.୫କେଜି, ଡେଡଲିଫ୍ଟ ୨୫୦କେଜି, ଓଭରାଲ୍ ୫୭୦କେଜି କରି ରୋହିତ ରାଜ ଭଟ୍ଟ (୧୮ ବର୍ଷ) ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ସମ୍ମିଳନୀର ପ୍ରାରମ୍ଭରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଏ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସ୍ବର୍ଣ୍ଣ ପଦକ ବିଜେତା ବାସନ୍ତୀ କଲୋନୀ ଏଏଲ୍-୨୯ରେ ରହୁଥିବା ରୋହିତ୍ ରାଜ ଭଟ୍ଟ, ପିତା ନିରଞ୍ଜନ ଭଟ୍ଟ, ମାତା ରଶ୍ମିତା ଭଟ୍ଟ, ବାସନ୍ତୀ ପାଠାଗାରର ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ଯ ଉପସ୍ଥିତ ଥିଲା ବେଳେ କୁଞ୍ଜବିହାରୀ ରାଉତ ମଂଚ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୋନାଲ ସ୍ତରୀୟ ଦୌଡ ଓ ଖେଳକୁଦ ପ୍ରତିଯୋଗୀତା 

Sunil Chandra Nayak

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

ଏକାଦଶ ରାଜ୍ୟ ମୁଏଥାଇ (ଥାଇ ବକ୍ସିଂ) ପ୍ରତିଯୋଗିତା 2023, ଉଦଘାଟିତ

Leave a Comment

error: Content is protected !!