ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଦରଙ୍ଗା, କୋଟପାଡ଼ ଠାରେ ମକ୍ ଡ୍ରିଲ 

ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ, ସଦରଙ୍ଗା, କୋଟପାଡ଼ ଠାରେ ମକ୍ ଡ୍ରିଲ 

କୋଟପାଡ଼: 19.06.2025 : କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାନ୍ଧ୍ୟରାଣୀ ସୋମନ୍ନାଥ ଙ୍କ ଅଧ୍ୟକ୍ଷତାରେ ସଦରଙ୍ଗା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯୟ କୁ ମୁକାବିଲା କରିବା ଦିଗରେ ସ୍ଥାନୀୟ ଦକ୍ଷତା ର ସମୀକ୍ଷା ଓ ପୂର୍ବ ପ୍ରସ୍ତୁତି ନିମିତ୍ତ ମକ ଡ୍ରିଲ ଅନୁଷ୍ଠିତ ହୋଇଛି l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟ ରୁ ଧନ ଜୀବନ କୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟ କୁ ସାକାର କରିବା ପାଇଁ ପ୍ରସ୍ତୁତି କୁ ସଦା ସର୍ବଦା ସଜାଗ ରହିବା ପାଇଁ ଓଡ୍ରାଫ ଟିମ ଦ୍ୱାରା ପାଣିସୁଅରୁ ଜୀବନ ଉଦ୍ଧାର, ସାପ କାମୁଡା, ନିଆଁ ଦାଉରୁ ରକ୍ଷା, ବନ୍ୟା, ବାତ୍ୟା, ବଜ୍ରପାତ, ଅଂଶୁଘାତ ଆଦିରୁ ବଂଚିବା ର କଳା କୌଶଳ ତଥା ବାତ୍ୟା ଆଶ୍ରୟସ୍ଥଳୀ ରେ ଥିବା ବିଭିନ୍ନ ଯନ୍ତ୍ରପାତି, ସରଞ୍ଜାମ ର ବ୍ୟବହାର ପ୍ରଣାଳୀ ପ୍ରଦର୍ଶନ କରା ଯାଇଥିଲା l ଏହି କାଯ୍ୟକ୍ରମରେ ବ୍ଲକ ର ସ୍ୱାସ୍ଥ୍ୟ ଅଧିକାରୀ,ସି. ଡ଼ି. ପି. ଓ, ଜି. ପି. ଓ, ପି. ଇ. ଓ, ସି. ଆର.ପି, ଏମ ବି. କେ, ଅଙ୍ଗନବାଡି, ଆଶା, ୱାର୍ଡ ମେମ୍ବର ତଥା ଅନ୍ୟାନ୍ୟ ବ୍ଲକ ଏବଂ ପଂଚାୟତ ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସି. ଏସ. ଏନ. ଆର ର କର୍ମ କର୍ତ୍ତା ଉପସ୍ଥିତ ଥିଲେ l ଆଗାମୀ ଦିନରେ ଗ୍ରାମ ସ୍ତରୀୟ ବିପର୍ଯୟ ପରିଚାଳନା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟକ ବିଭାଗ ସହ ସମନ୍ନୟ ରଖିବା, ବାତ୍ୟା ଆଶ୍ରୟସ୍ଥଳୀ ରେ ଥିବା ଯନ୍ତ୍ରପାତି, ସରଞ୍ଜାମ କୁ ସାଇତି ରଖି ଆବଶ୍ୟକ ସମୟରେ କାର୍ଯ୍ୟ ରେ ଲଗାଇ ବିପର୍ଯୟ ରେ ହେଉଥିବା ଜୀବନ, ଧନ, ଗୃହପାଳିତ ପଶୁ, ଫସଲ ଇତ୍ୟାଦି ର ସୁରକ୍ଷା କରିବା ପାଇଁ ଆଲୋଚନା କରାଗଲା l କାର୍ଯ୍ୟକ୍ରମ କୁ ବାତ୍ୟା ଆଶ୍ରୟସ୍ଥଳୀ ର ସଭାପତିଏବଂ ସମ୍ପାଦକ ସୁଚାରୁରୂପେ ପରିଚାଳନା କରିଥିଲେ l ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗ (OSDMA) କଂସଲଟାଣ୍ଟ ଶ୍ରୀ ମେଘନାଦ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ବିଭାଗୀୟ ସମନ୍ଵୟ, ପୂର୍ବ ପ୍ରସ୍ତୁତି, ବିକାଶ ଯୋଜନା ରେ ବିପର୍ଯୟ ପରିଚାଳନା ନିମିତ୍ତ ପଦକ୍ଷେପ କୁ ସାମିଲ କରିବା ସମ୍ପର୍କରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର କନ୍ୟାଶ୍ରମରେ ୭୪ ତମ ବନ ମହୋତ୍ସବ ପାଳିତ

Sunil Chandra Nayak

Ex MP Niranjan Bishi Raises Strong Voice Against Proposed 40% Job Cut at Rourkela Steel Plant

Sunil Chandra Nayak

ପଞ୍ଚାୟତ ମହାବିଦ୍ୟାଳୟ, ଧର୍ମଗଡ଼ର ପୂର୍ବତନ ଅଧ୍ୟକ୍ଷ ସୁସାହିତ୍ୟିକ ସତ୍ୟ ପଟ୍ଟନାୟକଙ୍କ ମାତୃ ବିୟୋଗ।

masiha

Leave a Comment

error: Content is protected !!