ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜନଗର ପଂଚାୟତ ସମିତି ର ଓସ୍ତିଆ ଗ୍ରାମ ପଂଚାୟତ ରେ ଗଡ଼ିଲା ବିକାଶ ବାହାନ ରଥ 

ରାଜନଗର ପଂଚାୟତ ସମିତି ର ଓସ୍ତିଆ ଗ୍ରାମ ପଂଚାୟତ ରେ ଗଡ଼ିଲା ବିକାଶ ବାହାନ ରଥ 

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ପଂଚାୟତ ସମିତି ତରଫରୁ କେନ୍ଦ୍ର ରେ 11ବର୍ଷ ଓ ରାଜ୍ୟ ରେ ଏକ ବର୍ଷ ବିଜେପି ଶାସନ ପୃତ୍ତି ଅବସରରେ ରାଜନଗର ପଂଚାୟତ ସମିତି ର ଓସ୍ତିଆ ଗ୍ରାମ ପଂଚାୟତ ରେ ଗଡ଼ିଲା ବିକାଶ ବାହାନ ରଥ !

ପରିଭ୍ରମଣ ସହ ବିକାଶ ର ବାର୍ତା ଓ ସଚେତନତା କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର କରାଯାଇଥିଲା!ଏହି ସୁନ୍ଦର କାର୍ଯ୍ୟକ୍ରମ କୁ ପଂଚାୟତ ର ସରପଞ୍ଚ ଶ୍ରୀମତୀ ବୈଦେଇ ଦାଶ ସୁପରିଚାଳନା କରିଥିଲେ! ଗ୍ରାମ ପଂଚାୟତ ରେ ମାଗଣା ରକ୍ତ ସର୍କରା ପରୀକ୍ଷା, ରକ୍ତ ଚାପ, ହିମୋ ଗ୍ଲୋବିନ ପରୀକ୍ଷା ସହ ପୀଡିତ ରୋଗୀ ମାନଙ୍କୁ ବିନା ମୂଲ୍ୟ ରେ ସରକାରୀ ଔଷଧ ବଣ୍ଟନ କରାଯାଇଥିଲା!ପଂଚାୟତ ସମିତି ତରଫରୁ ମାଗଣା ରେ ଆଧାର ପଞ୍ଚିକରଣ ସହ ଆୟୁଷ୍ମାନ କାର୍ଡ ବଣ୍ଟନ, ଜବ କାର୍ଡ ବଣ୍ଟନ କରି ଥିଲେ!ଗ୍ରାମ ପଂଚାୟତ ର ପିଇଓ ଶ୍ରୀ ଓ଼ମ ପ୍ରକାଶ ମହା ପାତ୍ର ଓ ସରପଞ୍ଚ ଶ୍ରୀମତୀ ବୈଦେଇ ଦାଶ ଅନ୍ତରଦୟ ଗୃହ ଯୋଜନା ରେ ଘର ପାଇଥିବା ବେନେଫିସିଆର ଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ!

ଏହି କାର୍ଯ୍ୟକ୍ରମ ରେ ରାଜନଗର ବ୍ଲକ ର ବିଜେପି ର ପୂର୍ବତନ ମଣ୍ଡଳ ସଭାପତି ଶ୍ରୀଯୁକ୍ତ ଧିରେନ ବିଶ୍ୱାଳ,  ବିଏଲସୀ ଶ୍ରୀଯୁକ୍ତ ଶ୍ରୀ ଲୋକ ନାଥ ସାମଲ ଓ ସମସ୍ତ ଲାଇନ ଦିପାର୍ଟମେଣ୍ଟ ର ଅଧିକାରୀ ମାନେ ଯୋଗ ଦେଇଥିଲେ!ଓ ସରକାର ଙ୍କ ବିଭିନ୍ନ ଯୋଜନା ବିଷୟରେ କହିଥିଲେ! କୃଷି ବିଭାଗ ର ଅଧିକାରୀ ଯୋଗ ଦେଇ ଚାଷୀ ମାନେ କିପରି କୁଷକ ପଞ୍ଜିକରଣ କରିବେ ସେ ବିଷୟରେ କହିଥିଲେ! ! ଏହି କାର୍ଯ୍ୟକ୍ରମ ରେ ବହୁ ମାନ୍ୟ ଗଣ ପଦାଧିକାରୀ ଓ ସମାଜ ସେବୀ ଉପସ୍ଥିତ ଥିଲେ! ପଂଚାୟତ ର ଏମ୍ବିକେ ଶ୍ରୀମତୀ ସୁଷମା ବଳ ଙ୍କ ସହିତ ସିଆରପି, କୃଷି ମିତ୍ର, ପ୍ରାଣୀ ମିତ୍ର, ମିଶନ ଶକ୍ତି ର ମହିଳା ମାଆ ମାନେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତ ରହି ବିକାଶ ବାହାନ ରଥ କୁ ଫୁଲ, ଚନ୍ଦନ ଓ ଅରୁଆ ଚାଉଳ ପକେଇ ସ୍ୱାଗତ ଜଣେଇଥିଲ ଓ ପୂଜା କରିଥିଲେ!ପଂଚାୟତ ରେ ମୋହନ ସରକାର ଙ୍କ ର ରିପୋର୍ଟ କାର୍ଡ ପିପିଟି ମୋଡ଼ ରେ ପ୍ରଦର୍ଶିତ ହୋଇଥିଲା!

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ଓଡିଶା ସମସ୍ୟା ନିୟୁଜ

Related posts

୫ଟି ସଚିବଙ୍କ ବୃନ୍ଦାବାହାଲ ଗସ୍ତ – ଅଭିଯୋଗ ଶୁଣିଲେ , ଖୁବଶୀଘ୍ର କାମ ହେବ ବୋଲି ପ୍ରତିଶ୍ରୁତି ଦେଲେ

ଭବାନୀପାଟଣାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ

Sunil Chandra Nayak

ତୁମକୁ ପାରୁନି ତ ଭୁଲି : ସଙ୍ଗୀତର ଅନ୍ଯନ୍ଯ କାର୍ଯ୍ୟକ୍ରମ ଆସନ୍ତା ମଇ ୨୪ରେ …..

Leave a Comment

error: Content is protected !!