ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

ଖଇରା,୧୭/୮/୨୫- ବାଲେଶ୍ୱର ଜିଲ୍ଳା ଖଇରା ବ୍ଲକ ଖଇରା ମହାବିଦ୍ୟାଳୟର ୪୬ତମ ପ୍ରତିଷ୍ଠା ଦିବସ ଏବଂ ଓଡିଆ ବିଭାଗ ସାହିତ୍ୟ ସଂସଦର ସମ୍ୱର୍ଦ୍ଧନା ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ସିମୁଳିଆ ବିଧାୟକ ତଥା ପ୍ରାକ୍ତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଆୟୋଜିତ ଏହି ସମ୍ୱର୍ଦ୍ଧନା ସଭାରେ ପୌରହିତ୍ୟ କରିଥିଲେ ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକ । ଅନ୍ୟତମ ଅତିଥି ଭାବେ ବ୍ଲକ ଅଧକ୍ଷା ଅଭିଲିପ୍ସା ସାହୁ, ବରେଣ୍ୟ ଅତିଥି ଭାବେ ପୂର୍ବତନ ଅଧକ୍ଷ ମୁକ୍ତିକାନ୍ତ ପାଣିଗ୍ରାହୀ, ସ୍ଵାଗତ ଭାଷଣ ଦେଇଥିଲେ ଅଧକ୍ଷ ଡକ୍ଟର ଲକ୍ଷ୍ମୀଧର ନାୟକ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ବାର୍ଷିକ ମୁଖପତ୍ର ଅତିଥି ମାନଙ୍କ ଦ୍ୱାରା ଲୋକାର୍ପଣ କରାଯାଇଥିଲା । ସମ୍ପାଦକ ଡକ୍ଟର ଅନାଡ଼ିଚରଣ ରାଉତ ପତ୍ରିକା ପ୍ରକାଶନରେ କେତେ ବାଧାବିଘ୍ନରେ ସମ୍ମୁଖୀନ ହେବାକୁ ପଡ଼ିଥାଏ ତାହା ଦର୍ଶାଇ ଥିଲେ ।ପୂଜ୍ୟପୂଜାର ସଂଯୋଜନା କରିଥିଲେ ପ୍ରଧ୍ୟାପିକା ଜ୍ଯୋତ୍ସ୍ନାରାଣୀ ପଣ୍ଡା । ଡକ୍ଟର ଶରତ ଚନ୍ଦ୍ର ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏତତ ବ୍ୟତୀତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ବସନ୍ତକୁମାର ସାହୁ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୈବର୍ତ୍ତ ସମାଜର ମହାନାୟକ ଆକୁଳାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ବର୍ଷା ଅଭାବରୁ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଦହସିଲଦାର ଙ୍କୁ ଦାବିପତ୍ର 

masiha

ଦ୍ବିତୀୟ ପି ଏମ ମହାନ୍ତି ମେମୋରିଆଲ ଚେସ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!