ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋବର୍ଦ୍ଧନପୁର ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ଗୋବର୍ଦ୍ଧନପୁର ପଞ୍ଚାୟତରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି

ଲାଞ୍ଜିଗଡ, ୧୮/୦୮(ମନିସ)-ଆଜି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଗୋବର୍ଦ୍ଧନପୁର ପଞ୍ଚାୟତ ମୁଖ୍ୟାଳୟ ମଧୁପୁରଠାରେ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ଼ ବିଡିଓ ଶଶାଙ୍କ ପାତ୍ର ଯୋଗ ଦେଇ ପଞ୍ଚାୟତ ଅଞ୍ଚଳର ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଗ୍ରହଣ କରିଥିଲେ। ବିଡିଓ ଶ୍ରୀ ପାତ୍ରଙ୍କ ସହିତ ବ୍ଲକ ଯୋଗାଣ ଅଧିକାରୀ ଦିଲୀପ କୁମାର ନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଅରବିନ୍ଦ ମହାପାତ୍ର, ମଧୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ପୂର୍ଣ୍ଣଚନ୍ଦ୍ର ରଥ, ପଞ୍ଚାୟତ କୃଷି ଅଧିଦର୍ଶକ ଅନୀତା ପରିଡ଼ା, ମହିଳା ସ୍ୱାସ୍ଥ୍ୟକର୍ମୀ ରସବତୀ ସୁନାନୀ ପ୍ରମୁଖ ଯୋଗ ଦେଇଥିଲେ। ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମରସିଂ ପୁଝାରୀ, ଏଡିଇଓ ମେଘନାଦ ନାୟକ, ଯୋଗାଣ ସହାୟକ କମଳ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଚନ୍ଦ୍ରଶେଖର ମାଝୀ, ତାତେଶ୍ୱର ଗଉଡ଼, ସୁଦର୍ଶନ ଗଉଡ଼, ଦ୍ବିତିବାହନ ପଧାନ, ଜିତୁ ଗଉଡ଼, ମୁକୁନ୍ଦ ଗହୀର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା “ଦିଶା” ବୈଠକ: ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କଲେ ସାଂସଦ ମାଳବିକା ଦେବୀ

Sunil Chandra Nayak

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ପଥପ୍ରାନ୍ତ ସଭା

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!