ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ବନ୍ଧୁଗାଁ ବ୍ଲକର ସମସ୍ତ ସ୍କୁଲ ଓ ଗାଁ ମାନଙ୍କରେ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ , ୨- ଆମଲା ସଂଘର ଆନ୍ଦୋଳନ ଯୋଗୁଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ନିରାଶରେ ବସି ଫେରୁଛନ୍ତି      

ବନ୍ଧୁଗାଁ ବ୍ଲକର ସମସ୍ତ ସ୍କୁଲ ଓ ଗାଁ ମାନଙ୍କରେ ଗଣେଶ ପୂଜା ମହା ଆଡ଼ମ୍ବରରେ ପାଳିତ        

ବନ୍ଧୁଗାଁ ତା, ୨୭/୮/୨୫, ବନ୍ଧୁଗାଁ ବ୍ଲକର ୧୩ ଗଟି ପଞ୍ଚାୟତ ର ଅଧିନରେ ଥିବା ସମସ୍ତ ସ୍କୁଲ କଲେଜ ଓ ସାହି ସାହି ଓ ଗାଁ ଗଣ୍ଡା ମାନଙ୍କରେ ରେ ବିଘ୍ନରାଜ ଶ୍ରୀ ମହାବିନାୟକ ଙ୍କ ଶ୍ରୀ ଗଣେଶ ଚତୁର୍ଥୀ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନେ ହାତରେ ଧୂପ ଓ ପୁଷ୍ପ ଧରି ନୂଆ ପୋଷାକ ପରିଧାନ କରି ଅତ୍ୟନ୍ତ ଭକ୍ତିପୂତ ହୋଇ ଗଣେଶ ଙ୍କୁ ଆରାଧନା କରିଥିଲେ। କେଜିବିବି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତି ଏଲ.ମାଣି, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରି ରଶ୍ମିତା ସେଠି ଙ୍କ ଉପସ୍ଥିତରେ ଦୁର୍ଗା ପ୍ରସାଦ ଚୌଧୁରୀ ଓ ନିଲାବାଡ଼ି ଏସ.ଏସ.ଡ଼ି ବାଳିକା ବିଦ୍ୟାଳୟ ଠାରେ ଲକ୍ସମନ ପାଟସାନି ଏହିପରି ନିଜ ନିଜ ବିଦ୍ୟାଳୟ ମାନଙ୍କରେ ଅଧ୍ୟକ୍ଷା ଭାବେ କର୍ତ୍ତା ରୂପେ ହୋମ କାର୍ଯ୍ୟ ସମ୍ପାଦନ କରିଥିଲେ । ପୂଜା ଶେଷରେ ଛାତ୍ର ଛାତ୍ରୀ ମାନେ ଶ୍ରୀ ଗଣେଶଙ୍କୁ ଆଳତୀ ଓ ପୁଷ୍ପାଞ୍ଜଳି ଦେଇ ଅନୁଷ୍ଠାନ ତରଫରୁ ଆୟୋଜିତ ପ୍ରସାଦ ସେବନ କରିଥିଲେ। ଏହା ସହିତ ନୂତନ ଛାତ୍ର ଛାତ୍ରୀ ମାନେ ଖଡ଼ି ଛୁଆଁ କରି ବିଦ୍ୟାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ n୮j ନିଜ ବିଦ୍ୟାଳୟ ର ପ୍ରଧା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ I ଏହା ସହ ଗାଁ ଗହଳି ଓ ସାହି ଓ ରାସ୍ତା ପାର୍ଶ୍ଵ ରେ ମଧ୍ୟ ଗ୍ରାମର ଯୁବ ଗୋଷ୍ଟିଙ୍କ ଦ୍ୱାରା ବଡ଼ ଆଦମ୍ବରର ସହ ଆଜିର ଏହି ଗଣେଶ ପୂଜାଜୁ ପାଳନ କରିଥିବାର ଦେଖିବାକୁ ମିଳିଥିଲା I 

ଆମଲା ସଂଘର ଆନ୍ଦୋଳନ ଯୋଗୁଁ ଲୋକେ ତହସିଲ କାର୍ଯ୍ୟାଳୟକୁ ଆସି ନିରାଶରେ ବସି ଫେରୁଛନ୍ତି 

ବନ୍ଧୁଗାଁ ତା ୨୫/୮/୨୫ ରାଜସ୍ବ ଅମଲା ସଂଘର ଆନ୍ଦୋଳନ ଯୋଗୁଁ ବନ୍ଧୁଗାଁ ବ୍ଲକ ତହସିଲ କାର୍ଯ୍ୟାଳୟକୁ ଲୋକେ ଆସି ନିରାଶ ହୋଇ ଫେରୁଛନ୍ତି। ଆନ୍ଧ୍ର ସୀମାନ୍ତ ରେ ଥିବା ଗ୍ରାମ ଗୁଡିକରେ ଥିବା ଲୋକେ ରାଜସ୍ୱ ଆମଲା ସଂଘର ଆନ୍ଦୋଳନ ଆଜକୁ ପ୍ରାୟ ୧୫ ଦିନ ଧରି ଚାଲିଥିବା ଯୋଗୁଁ ରାଜସ୍ୱ ବିଭାଗ କାର୍ଯ୍ୟାଳୟ ର କର୍ମଚାରୀ ଭାଗ ନେଇ ଥିବା ଅବଗତ ନାହାନ୍ତି। ବହୁ ଦୂରରେ ଥିବା ଉପାନ୍ତ ଅଞ୍ଚଳରୁ ଲୋକମାନେ ଅଟୋ ଗାଡ଼ି ଭଡ଼ା ଖର୍ଚ୍ଚ କରି ଆସି ତହସିଲ କାର୍ଯ୍ୟାଳୟକୁ ପହଞ୍ଚିଲେ କାର୍ଯ୍ୟାଳୟ ଖୋଲା ହୋଇ ଜଣେ ମଧ୍ୟ କର୍ମଚାରୀ ନ ଥିବା ବେଳେ ତହସିଲଦାର ବସିଥିବା ଦେଖି ନିରାଶ ହୋଇ ବାରଣ୍ଡା ରେ ଅପେକ୍ଷାରେ ବସି ଫେରୁଛନ୍ତି। ସରକାରଙ୍କ ପ୍ରତି ବ୍ଲକରେ ଥିବା ରାଜସ୍ୱ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ରହି ଆସୁଥିଲେ , ସେମାନଙ୍କ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧରି ଆନ୍ଦୋଳନ ସାଧାରଣ ଲୋକଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡିଛି। ବର୍ଷା ଋତୁ ନିଜ ବିଲ ବାଡ଼ିରେ ଚାଷ କାର୍ଯ୍ୟରେ ଲାଗିଥିବା ବେଳେ ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ କିଏ ନ ଥିବା ରୁ ଗରିବ ଆଦିବାସୀ ପରିବାର ନିରାଶ ହୋଇ ଫେରୁଛନ୍ତି। ଆଜି ରାଜ୍ୟ ସରକରଙ୍କ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ଲେଖିବା ପରେ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଆସି ପହଞ୍ଚି ଥିବା ତହସିଲ ସୁପର ଭାଇଜର ଗୌରାଙ୍ଗ ଚରଣ ଗମାଙ୍ଗ ଜଣାଇଥିବା ବେଳେ ଅଧିକ ଜାଣିବା ପାଇଁ ତହସିଲଦାର ଶ୍ରୀମତୀ ସୋନାଲି ପାତ୍ରଙ୍କୁ ଫୋନ କରିବାରୁ ଫୋନ ଉଠାଇ ଥିଲେ।

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

masiha

ବସନ୍ତପୁର ର ଢିପାସାହି ରାସ୍ତା ବେହାଲ / ସାହି ରେ ସ୍କୁଲ ଏବଂ ଆଶ୍ରମ ରହି ମଧ୍ୟ ରାସ୍ତା କାଦୁଅ ରେ ପଚ ପଚ

Sunil Chandra Nayak

MP Shri Niranjan Bishi Remarks on the Jan Vishwas (Amendment of Provisions) Bill, 2025

Sunil Chandra Nayak

Leave a Comment

error: Content is protected !!