ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ

ନବରଙ୍ଗପୁର ତା ୫.୯.୨୦୨୫:ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ଉତ୍ସବ ଓ ମୂଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମIରୋହ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଛତ୍ରପତି ସାହୁ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ,ନବରଙ୍ଗପୁର ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ଓ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ପାଳକା ରବୀନ୍ଦ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଡକ୍ଟର ମଳୟ ରଞ୍ଜନ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ, ଡ ଓଁକାର ପଟ୍ଟନାୟକ, ପ୍ରିନ୍ସିପାଲ, ଜିଲ୍ଲା ଶିକ୍ଷକ ଓ ଶିକ୍ଷା ପ୍ରତିଷ୍ଠାନ, ପ୍ରକାଶ ମେହେର ଓ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ଶ୍ରୀ ସୁଦୀପ୍ତ କୁମାର ଦାସ, ପ୍ରଧାନ ଶିକ୍ଷକ , ଚିତ୍ତରଞ୍ଜନ ପଟ୍ଟନାୟକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅତିଥି ଭାବେ ଯୋଗଦେଇଥିଲେ। ପ୍ରକାଶ ଚନ୍ଦ୍ର ମହାଳିକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ବିଧାୟକ ଶ୍ରୀ ମାଝୀ ନବରଙ୍ଗପୁର ଜିଲ୍ଲା ଶିକ୍ଷା ବିଭାଗ ଦ୍ଵାରା ନିଆ ଯାଇଥିବା ବିଭିନ୍ନ ପଦକ୍ଷେପ କୁ ପ୍ରଶଂସା କରିଥିଲେ ଓ ଦେଶ ଗଠନ ରେ ଶିକ୍ଷକ ମାନଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ ଓ ନବରଙ୍ଗପୁର ଜିଲ୍ଲା ଡ୍ରପ ଆଉଟ ପାଇଁ ଯେଉଁ ଦୁର୍ନାମ ଅଛି ତାହାକୁ ସମସ୍ତେ ମିଶି ଦୁର କରିବାକୁ ଆହ୍ବାନ କରିଥିଲେ। ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷାବିଭାଗ ଦ୍ଵାରା ପ୍ରସ୍ତୁତ ସ୍ପାର୍କ, ଶିକ୍ଷା ସେତୁ, ଲକ୍ଷ୍ୟ, ସୁପର 100 , ଗୋଣ୍ଡି ଓ ଭତ୍ରା ଭାଷାରେ ପ୍ରସ୍ତୁତ ଭିଡିଓ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମ ରେ ୧୪ ଜଣ ମାଧ୍ୟମିକ ଶିକ୍ଷକ, ୧୦ ଜଣ ପ୍ରାଥମିକ ଶିକ୍ଷକ ଓ ୧ ଜଣ ସି ଆର ସି ସି, ୩୮ ଜଣ ମାଧ୍ୟମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମାନଙ୍କୁ ଗତ ମାଟ୍ରିକ ପରୀକ୍ଷା ରେ ଶତ ପ୍ରତିଶତ ଫଳ ପାଇଁ ସମ୍ମାନୀତ କରାଯାଇଥିଲା। ଶ୍ରୀ ସୁଦୀପ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ନରେଶ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମାନ୍ୟବର ବିଧାୟକ ଏହାକୁ ଉଦଘାଟନ କରିଥିଲେ ଓ ରକ୍ତ ଦାତ। ମାନଙ୍କୁ ଉତ୍ସାହିତ କରିଥଲେ। ମୋଟ ୫୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ରକ୍ତଦାନ ଶିବିର କୁ ପ୍ରଭାତ ପଟ୍ଟନାୟକ,ଜୁନିଅର ରେଡକ୍ରସ ଅଧିକାରୀ ପ୍ରକାଶିନୀ ଚୌଧୁରୀ ଶିବିରକୁ ପରିଚାଳନା କରିଥିଲେ।ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଲକର ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଏହି ଶିବିରରେ ରକ୍ତଦାନ କରିଥିଲେ ।ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତଭଣ୍ଡାର ଲେବରଟରି ଟେକନିସିୟନ ଅରୁଣ କୁମାର ସ୍ବାଇଁ, ମାରଟିନ ଛତର, ହେମନ୍ତ ରାଉତ ଏବଂ ସମ୍ବିତ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସହାୟତା ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ବନାଥପୁରଠାରେ ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଅନୁଷ୍ଠିତ

ସର୍ବଭାରତୀୟ ସ୍ତରରେ ବିପିୟୁଟି ସ୍ମାର୍ଟ ଇଣ୍ଡିଆ ହାକାଥନ୍-୨୦୨୫ ଗ୍ରାଣ୍ଡ ଫାଇନାଲ ନୋଡାଲ୍ ସେଣ୍ଟର ଭାବରେ ମନୋନୀତ

Sunil Chandra Nayak

Niyamagiri Dongoria Kandha women tie rakhi to CM and seek development intervention

Sunil Chandra Nayak

Leave a Comment

error: Content is protected !!